• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ରାଜନୈତିକ ଅସହିଷ୍ଣୁତାର ବାର୍ତ୍ତା…

ରାଜନୈତିକ ଅସହିଷ୍ଣୁତାର ବାର୍ତ୍ତା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୫ ମଇ ୨୦୨୩

ନିକଟରେ କର୍ଣ୍ଣାଟକରେ ନିର୍ବାଚନ ଶେଷ ହେଲା । କଂଗ୍ରେସକୁ ମିଳିଲା ବିପୁଳ ସଫଳତା । ସରକାର ଗଠନ କଲା କଂଗ୍ରେସ । ସିଦ୍ଧରାମେୟା ମୁଖ୍ୟମନ୍ତ୍ରୀ ଓ ଡି.କେ. ଶିବକୁମାର ହେଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ବିଜେପିର ସରକାର ଥିବା ବେଳେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଭାବେ କଂଗ୍ରେସର ନେତାମାନେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେବା ସହ ସେମାନେ କ୍ଷମତାକୁ ଆସିଲେ ଏଭଳି ଘଟଣା ଗୁଡ଼ିକର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ସରକାରକୁ କଂଗ୍ରେସ ଆସିବା ପରେ ଏବେ ଘଟିଥିବା ଦୁଇଟି ଘଟଣା କେବଳ କର୍ଣ୍ଣାଟକ ନୁହେଁ ବରଂ ସମଗ୍ର ଦେଶବାସୀଙ୍କୁ ଚର୍ଚ୍ଚା କରିବାକୁ ଖୋରାକ ଯୋଗାଇଛି।

ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବା ପରେ କିଛି କଂଗ୍ରେସ ନେତା ଗୋମୂତ୍ର ଦ୍ୱାରା ବିଧାନ ସଭାକୁ ପବିତ୍ର କରିବାର ଉଦ୍ୟମ କରିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦେଖିବାକୁ ମିଳିଲା । ଗଣତନ୍ତ୍ରର ଏକ ପ୍ରମୁଖ ସ୍ଥାନ ଭାବେ ବିଧାନ ସଭାକୁ ଗ୍ରହଣ କରାଯାଉଥିବା ବେଳେ ଏହା ଅପବିତ୍ର ହେଲା କିପରି ? କ’ଣ ଏପରି ଅପବିତ୍ର କାର୍ଯ୍ୟ ବିଧାନସଭାରେ ହୋଇଥିଲା ଯେ, ଯେଉଁଥିପାଇଁ ବିଧାନସଭାକୁ ପବିତ୍ର କରିବାପାଇଁ ଗୋମୂତ୍ରର ଆବଶ୍ୟକତା ହେଲା ? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଛି । ସେହିପରି ଆଉ ଗୋଟିଏ ଘଟଣା ହେଉଛି, ଜଣେ ସ୍କୁଲ ଶିକ୍ଷକ ନିଜର ସୋସିଆଲ ମିଡ଼ିଆରେ କର୍ଣ୍ଣାଟକରେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ରାଜ୍ୟ କରିଥିବା ଋଣର ପରିମାଣ ପୋଷ୍ଟ କରିଥିଲେ । ଏହାକୁ ଦେଖିବା ପରେ ନବ ନିର୍ବାଚିତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷାବିଭାଗ ପକ୍ଷରୁ ସମ୍ପୃକ୍ତ ସ୍କୁଲ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଗଲା । ଏହି ଘଟଣାଟି ମଧ୍ୟ କେବଳ କର୍ଣ୍ଣାଟକ ଗଣମାଧ୍ୟମରେ ଚର୍ଚ୍ଚା ହେଲା ତାହା ନୁହେଁ ବରଂ ଦେଶର ପ୍ରମୁଖ ଗଣମାଧ୍ୟମରେ ଏକ ପ୍ରମୁଖ ଖବର ଭାବରେ ଦେଖିବାକୁ ମିଳିଲା । ଏହାକୁ ନେଇ ମଧ୍ୟ ଅନେକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପ୍ରଶ୍ନ କଲେ ଯେ, ଶିକ୍ଷକ ଜଣଙ୍କ କ’ଣ ଅପରାଧ କଲେ ? କାହିଁକି ତାଙ୍କୁ ଏଭଳି ଏକ ସୋସିଆଲ ମିଡ଼ିଆ ପୋଷ୍ଟିଂ ପାଇଁ ଦଣ୍ଡିତ କରାଗଲା ? କୌଣସି ବ୍ୟକ୍ତି ବିଶେଷ କ’ଣ ନିର୍ବାଚିତ ସରକାର ବାବଦରେ ଟୀକାଟିପ୍ପଣୀ କରିପାରିବେ ନାହିଁ ?

ତେବେ ଉପରୋକ୍ତ ଦୁଇଟି ଘଟଣାକୁ ଯଦି ଅନୁଶୀଳନ କରାଯାଏ, ତେବେ ଏହା ବେଶ୍ ସ୍ପଷ୍ଟ ଯେ, ରାଜନୀତିରେ ପରସ୍ପର ବିରୋଧରେ ଆକ୍ରୋଶ, ଅସହିଷ୍ଣୁତାର ମାତ୍ରା ଢ଼େର ବଢ଼ିଯାଇଛି । ଏହା ଆଉ କୌଣସି ଗୋଟିଏ ରାଜନୈତିକ ଦଳ ଭିତରେ ସୀମିତ ହୋଇ ରହି ନାହିଁ । କେବଳ ଏହି ଦୁଇଟି ଘଟଣା ନୁହେଁ, ସାରା ଦେଶରେ ରାଜନୈତିକ ଦଳ ଓ ନେତାମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଆକ୍ଷେପ ଓ ପ୍ରତି ଆକ୍ଷେପ ଏବଂ ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ନିର୍ବାଚିତ ସରକାର ମାନଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି ।

ଯେଉଁମାନେ ଭାବୁଥିବେ ଯେ, କୌଣସି ରାଜ୍ୟରେ କ୍ଷମତାସୀନ ଦଳ ଅବା କେନ୍ଦ୍ରର କ୍ଷମତାସୀନ ଦଳର ସରକାର ଯଦି ବଦଳି ଯାଆନ୍ତି, ତେବେ ରାଜନୀତିରେ ସୃଷ୍ଟି ହୋଇଥିବା ଏହି ଅସହିଷ୍ଣୁତା ଓ ବାକ୍ ସ୍ୱାଧୀନତା କ୍ଷୁର୍ଣ୍ଣ କରିବାର ଉଦ୍ୟମ ବନ୍ଦ ହୋଇଯିବ ତାହାଲେ କର୍ଣ୍ଣାଟକର ଏହି ଦୁଇଟି ଘଟଣା ହିଁ ସେମାନଙ୍କୁ ନିଜ ମତ ପରିବର୍ତ୍ତନ କରିବାପାଇଁ ଯଥେଷ୍ଟ ହେବ । ଏଣୁ ଯେଉଁ ମାନେ ରାଜନୀତିର ଏହି ପରିବର୍ତ୍ତିତ ସ୍ଥିତି ପାଇଁ କୌଣସି ଗୋଟିଏ ରାଜନୈତିକ ଦଳକୁ ଦାୟୀ କରୁଥିବେ ସେମାନେ ଏହି ଘଟଣା ସବୁକୁ ଦେଖିବା ପରେ ହୁଏତ ସମସ୍ତ ରାଜନୈତିକ ଦଳ ଉପରେ ନିଜ ନିଜର ଧାରଣା ବଦଳାଇବାକୁ ବାଧ୍ୟ ହେବେ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.