• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ରାୟ ବାହାଦୂର ନନ୍ଦ କିଶୋର ଦାସଙ୍କ ୧୩୧ ତମ ପୁଣ୍ୟ ତିଥି ପାଳିତ

ରାୟ ବାହାଦୂର ନନ୍ଦ କିଶୋର ଦାସଙ୍କ ୧୩୧ ତମ ପୁଣ୍ୟ ତିଥି ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୬ ଅପ୍ରେଲ ୨୦୨୫

ସ୍ଵତନ୍ତ୍ର ଓଡ଼ିଶା ଗଠନର ଆଦ୍ୟ ପ୍ରବକ୍ତା ବ୍ରିଟିଶ୍ ଇଣ୍ଡିଆ ପ୍ରଶାସନର ତତ୍କାଳୀନ ଓଡ଼ିଆ ଜିଲ୍ଲା ମାଜିଷ୍ଟ୍ରେଟ ରାୟବାହାଦୁର ନନ୍ଦକିଶୋର ଦାସଙ୍କ ୧୩୧ ତମ ପୁଣ୍ୟ ତିଥି ଅବସରରେ ତାଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ, ଧୂପ ଦୀପ ଅର୍ପଣ ସହିତ ମାହାଙ୍ଗା ମୈତ୍ରୀ ମଞ୍ଚ ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ସ୍ମୃତି ସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଆୟକର କମିଶନର ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଶୋଭନ କର ଓଡ଼ିଆ ଜାତିର ଉନ୍ନତି କଳ୍ପେ ମାହାଙ୍ଗା ଅଞ୍ଚଳର କୁମୁଡ଼ା ଜୟପୁର ପ୍ରଗଣାର ଜମିଦାର ନନ୍ଦ କିଶୋର ଦାସଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଜନତାର ସେବା ପାଇଁ ତାଙ୍କ ଚାକିରି ଓ ଜମିଦାରୀ ଉଭୟ କାଳରେ ଜୀବନ ଉତ୍ସର୍ଗୀକୃତ ଥିଲା ।

ମାହାଙ୍ଗା ମୈତ୍ରୀ ମଞ୍ଚ ସମ୍ପାଦକ ତଥା ସ୍ମୃତି କମିଟି ସଭାପତି ଅବନୀ ଚନ୍ଦ୍ର ଦାସ ଓଡ଼ିଆ ପ୍ରାଣ ଜନନାୟକ ନନ୍ଦ କିଶୋର ଦାସଙ୍କ ସ୍ମୃତି ଚାରଣ କରି ଓଡ଼ିଶା ବାସୀଙ୍କ ଲାଗି ତାଙ୍କ ମହାନ୍ ଅବଦାନ ସମ୍ପର୍କରେ କହିଥିଲେ ।ଅନୁଗୁଳ ଜିଲ୍ଲା ପୁରୁଣାଗଡ ଠାରେ ମାହାଙ୍ଗା ମୈତ୍ରୀ ମଞ୍ଚ ପକ୍ଷରୁ ନନ୍ଦ କିଶୋର ଦାସଙ୍କ ବହୁ ପୁରାତନ ତଥା ଜରାଜୀର୍ଣ୍ଣ ସମାଧିର ପୁନରୁଦ୍ଧାର ଓ ପୁନଃ ପ୍ରତିଷ୍ଠା କରାଯାଇଥିବା ସତ୍ତ୍ୱେ ସରକାରୀ ସ୍ତରରେ କିମ୍ବା ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିର ରକ୍ଷଣା ବେକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା କ୍ଷୋଭର ବିଷୟ ବୋଲି ଏହି ସ୍ମୃତି ସଭାରେ ମତ ପ୍ରକାଶ ପାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଧ୍ୟାପକ ସୁମନ କର, ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ଶିବ ପ୍ରସାଦ ଦାଶ, ବିଜୟ କୁମାର ରଥ, ସୁରେନ୍ଦ୍ର ଜେନା, ବିଚିତ୍ର କୁମାର ସାହୁ ପ୍ରମୁଖ ନନ୍ଦ କିଶୋର ଦାସଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.