ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୬ ନଭେମ୍ବର, ୨୦୨୬
ଆଜି ୧୬ ନଭେମ୍ବର, ୨୦୨୬ ତାରିଖ (ସୋମବାର) ପୂର୍ବାହ୍ନ ୧୧ ଘଟିକା ସମୟରେ ଶରତ କର ଓ ଅନିମା କର ଫାଣ୍ଡେସନ ଆନୁକୂଲ୍ୟରେ ମାହାଙ୍ଗାର ଅନ୍ୟତମ ବରପୁତ୍ର, ସାଗର ବିଜୟୀ, ବିଶିଷ୍ଟ ସନ୍ତରକ ମିହିର ସେନଙ୍କ ୯୭ ତମ ଜୟନ୍ତୀ ଉତ୍ସବ ଶରତ ପ୍ରେମୀ ପରିବାରର ଅଗ୍ରଗାମୀ ସଦସ୍ୟ ଓ ମିହିର ପ୍ରେମୀ ମାନଙ୍କ ଉପସ୍ଥିତି ରେ ମାହାଙ୍ଗା ଅନ୍ତର୍ଗତ ଗୁଣୁପୁର ଗ୍ରାମରେ ପାଳିତ ହୋଇଯାଇଛି। ଫାଉଣ୍ଡେସନ ଦ୍ଵାରା ନିର୍ମିତ ସ୍ଥାନୀୟ କୃଷକ କ୍ଷେତ୍ର ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ଯଶସ୍ବୀ ବରପୁତ୍ର ମିହିର ସେନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ପରେ ଏହି ଉପଲକ୍ଷେ ଯୁବ ସଂଗଠକ ଶୁଭେନ୍ଦୁ କୁମାର ସାମଲ ଙ୍କ ସଂଯୋଜନା ରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ।
ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ସର୍ବଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ରୁଦ୍ର ନାରାୟଣ ସିଂହ, ଡମ୍ବରୁଧର ପରିଡା, ହେମନ୍ତ କୁମାର ମହାନ୍ତି, ସମ୍ ଶେର ଅଲ୍ଲି ଖାଁ, ଶୁଭେନ୍ଦୁ ଦାସ, କାର୍ତ୍ତିକ ଚନ୍ଦ୍ର ବିହାରୀ, ଜ୍ଞାନ ରଞ୍ଜନ ମହାନ୍ତି, ବିଜୟ ରାଉତରାୟ, କମଳାକାନ୍ତ ଦାଶ, ଗୁରୁ ଚରଣ ସାହୁ, ଜଗବନ୍ଧୁ ସାହୁ, ଶଙ୍କର୍ଷଣ ଦାସ, ଦେବ ଦୁର୍ଲ୍ଲଭ ସାହୁ, ବିନୟ ରଞ୍ଜନ ପରିଡ଼ା, ସମରେନ୍ଦ୍ର ରାଉତରାୟ, ଶେଖର ଦାସ, କାଳନ୍ଦୀ ସାହୁ ଓ ରମାକାନ୍ତ ଦାସ ପ୍ରମୁଖଙ୍କ ସମେତ ଶରତ କର ଓ ଅନିମା କର ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ଶରତ ପ୍ରେମୀ ପରିବାର ତଥା ସ୍ଥାନୀୟ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ବୟୋଜ୍ୟେଷ୍ଠ ମୂରବୀ ତଥା ଯୁବ ଛାତ୍ର ବୃନ୍ଦ ଯୋଗଦେଇ ମିହିର ସେନ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ ।







