• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପଦ୍ମଶ୍ରୀ ରଜତ କୁମାର କରଙ୍କ ତୈଳଚିତ୍ର ଉନ୍ମୋଚିତ

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପଦ୍ମଶ୍ରୀ ରଜତ କୁମାର କରଙ୍କ ତୈଳଚିତ୍ର ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, କଟକ, ୨୩ ଅପ୍ରେଲ ୨୦୨୫

ଭଞ୍ଜ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ସାରସ୍ଵତ ସାଧନା କ୍ଷେତ୍ରରେ ପଦ୍ମଶ୍ରୀ ରଜତ କୁମାର କରଙ୍କ ଅବଦାନ ସ୍ଵୀକାର୍ଯ୍ୟ ବୋଲି ଶତାୟୁ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଅନୁଷ୍ଠିତ ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାରସ୍ଵତ ସାଧକ ଡାକ୍ତର ଶୈଳେଶ୍ଵର ନନ୍ଦ ପ୍ରକାଶ କରିଛନ୍ତି। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ କଟକଠାରେ ଆୟୋଜିତ ଭବ୍ୟ ସମାରୋହରେ ଶ୍ରୀ କରଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବ ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ୨୧ ଅପ୍ରେଲ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ କରଙ୍କ ସାରସ୍ଵତ ସାଧନା ଓ ସିଦ୍ଧି ସଂପର୍କରେ ଲୋକପାତ କରିଥିଲେ ମୁଖ୍ୟବକ୍ତା ଡକ୍ଟର ପ୍ରଫୁଲ୍ଲ କୁମାର ଦାଶ। ସମ୍ମାନନୀୟ ବକ୍ତା ଡକ୍ଟର ସତ୍ୟ ରାୟ ଜଣେ ବାଗ୍ନୀ, ଶିକ୍ଷାବିତ୍‌ ଓ ଦକ୍ଷ ଶିକ୍ଷା ପ୍ରଶାସକ ଭାବେ ଶ୍ରୀ କରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ. ଚନ୍ଦ୍ରଶେଖର ନନ୍ଦ, ପ୍ରଭାତ କୁମାର ନନ୍ଦ, ଡାକ୍ତର ଅଂଶୁମାନ କର ଓ ପଣ୍ଡିତ ପଦ୍ନନାଭ ତ୍ରିପାଠୀ ଶ୍ରୀ କରଙ୍କ ବ୍ୟକ୍ତିଗତ ଜୀବନ ଓ ସାଧନା ସଂପର୍କରେ ସ୍ପୃତିଚାରଣ କରିଥିଲେ।

ଏହି ଉତ୍ସବରେ ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ଵାଗତ ଭାଷଣ ଓ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଦିଲ୍ଲୀପ କୁମାର ଦାସ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲାବେଳେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବୁଦ୍ଧିଜୀବୀ, ସାହିତ୍ୟିକଙ୍କ ସମେତ ରଜତ କୁମାର କରଙ୍କ ସୁପୁତ୍ର ରଣଜିତ୍‌ କର ଏବଂ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟ ନିର୍ବାହିକା କମିଟି ସଦସ୍ୟ ବ୍ରହ୍ମାନନ୍ଦ ମହାନ୍ତି, ଶଶିକାନ୍ତ ରାଉତ, ରାଧାଶ୍ୟାମ ରାଉଳ, ତପନ କୁମାର ସ୍ଵାଇଁ, ମୁରଲୀଧର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Nirvik Bureau

Nirvik Bureau

Related Posts

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
News

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

by Nirvik Bureau
October 12, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫ ମାହାଙ୍ଗା ର ଅନ୍ୟତମ ବରପୁତ୍ର ତଥା ପ୍ରଖ୍ୟାତ ରାଜନେତା ସ୍ବର୍ଗତ ଶରତ କୁମାର କରଙ୍କ ୫ମ ବାର୍ଷିକ...

Read more
ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

October 8, 2025
ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

September 5, 2025
ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର  (ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର
(ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

September 3, 2025
ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

August 14, 2025
RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

August 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.