• About
  • Contact
Friday, March 20, 2026
Friday, March 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପଦ୍ମଶ୍ରୀ ରଜତ କୁମାର କରଙ୍କ ତୈଳଚିତ୍ର ଉନ୍ମୋଚିତ

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପଦ୍ମଶ୍ରୀ ରଜତ କୁମାର କରଙ୍କ ତୈଳଚିତ୍ର ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, କଟକ, ୨୩ ଅପ୍ରେଲ ୨୦୨୫

ଭଞ୍ଜ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ସାରସ୍ଵତ ସାଧନା କ୍ଷେତ୍ରରେ ପଦ୍ମଶ୍ରୀ ରଜତ କୁମାର କରଙ୍କ ଅବଦାନ ସ୍ଵୀକାର୍ଯ୍ୟ ବୋଲି ଶତାୟୁ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଅନୁଷ୍ଠିତ ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାରସ୍ଵତ ସାଧକ ଡାକ୍ତର ଶୈଳେଶ୍ଵର ନନ୍ଦ ପ୍ରକାଶ କରିଛନ୍ତି। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ କଟକଠାରେ ଆୟୋଜିତ ଭବ୍ୟ ସମାରୋହରେ ଶ୍ରୀ କରଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବ ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ୨୧ ଅପ୍ରେଲ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ କରଙ୍କ ସାରସ୍ଵତ ସାଧନା ଓ ସିଦ୍ଧି ସଂପର୍କରେ ଲୋକପାତ କରିଥିଲେ ମୁଖ୍ୟବକ୍ତା ଡକ୍ଟର ପ୍ରଫୁଲ୍ଲ କୁମାର ଦାଶ। ସମ୍ମାନନୀୟ ବକ୍ତା ଡକ୍ଟର ସତ୍ୟ ରାୟ ଜଣେ ବାଗ୍ନୀ, ଶିକ୍ଷାବିତ୍‌ ଓ ଦକ୍ଷ ଶିକ୍ଷା ପ୍ରଶାସକ ଭାବେ ଶ୍ରୀ କରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ. ଚନ୍ଦ୍ରଶେଖର ନନ୍ଦ, ପ୍ରଭାତ କୁମାର ନନ୍ଦ, ଡାକ୍ତର ଅଂଶୁମାନ କର ଓ ପଣ୍ଡିତ ପଦ୍ନନାଭ ତ୍ରିପାଠୀ ଶ୍ରୀ କରଙ୍କ ବ୍ୟକ୍ତିଗତ ଜୀବନ ଓ ସାଧନା ସଂପର୍କରେ ସ୍ପୃତିଚାରଣ କରିଥିଲେ।

ଏହି ଉତ୍ସବରେ ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ଵାଗତ ଭାଷଣ ଓ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଦିଲ୍ଲୀପ କୁମାର ଦାସ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲାବେଳେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବୁଦ୍ଧିଜୀବୀ, ସାହିତ୍ୟିକଙ୍କ ସମେତ ରଜତ କୁମାର କରଙ୍କ ସୁପୁତ୍ର ରଣଜିତ୍‌ କର ଏବଂ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟ ନିର୍ବାହିକା କମିଟି ସଦସ୍ୟ ବ୍ରହ୍ମାନନ୍ଦ ମହାନ୍ତି, ଶଶିକାନ୍ତ ରାଉତ, ରାଧାଶ୍ୟାମ ରାଉଳ, ତପନ କୁମାର ସ୍ଵାଇଁ, ମୁରଲୀଧର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Nirvik Bureau

Nirvik Bureau

Related Posts

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
News

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

by Nirvik Bureau
March 7, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ମାର୍ଚ୍ଚ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଅନ୍ୟତମ ବରପୁତ୍ର କର୍ମବୀର...

Read more
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

March 6, 2026
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

February 19, 2026
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

January 27, 2026
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.