• About
  • Contact
Sunday, May 31, 2026
Sunday, May 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ
କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ  କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, ଭୁବନେଶ୍ୱର, ୩ ଜୁନ୍ ୨୦୨୫

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ବର୍ଷ ମାଧ୍ୟମିକ ୧୦ମ ଶ୍ରେଣୀ ପରୀକ୍ଷାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତ କୋଇଲି ବ୍ଲକ ସ୍ତରୀୟ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମାହାଙ୍ଗା ଥାନା ବନ୍ତଳା ଗ୍ରାମ ସ୍ଥିତ ଏହି ଫାଉଣ୍ଡେସନର କୃଷି ଉତ୍କର୍ଷ କେନ୍ଦ୍ର ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହ ରେ ଏ (୧) ଗ୍ରେଡ୍ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୯ ଜଣ ଏବଂ ଏ (୨) ଗ୍ରେଡ୍ ରୁ ୨ ଜଣ ମୋଟ୍ ୧୧ ଜଣ ଛାତ୍ରଛାତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ, ପ୍ରଶଂସା ପତ୍ର ଓ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରାଯିବା ସହିତ ମଣ୍ଡଳ ସ୍ତରୀୟ କୃତୀ ବିଦ୍ୟାର୍ଥୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟି, ବିଶିଷ୍ଟ ସମାଜସେବୀ ଶ୍ରୀ ଶୋଭନ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଗଣ ଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ଶରତ କୁମାର ବିଶ୍ବାଳ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ଦାଶ ଯୋଗଦେଇ ପିଲାମାନଙ୍କୁ ଆଗାମୀ ଦିନରେ ଅଧିକରୁ ଅଧିକ କୃତିତ୍ବ ଅର୍ଜନ କରି ଦେଶ ଓ ଦଶର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ନିର୍ଭୀକ ପତ୍ରିକା ର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସଭାମୁଖ୍ୟା ଶ୍ରୀ ଶୋଭନ କର ଉଦବୋଧନ ଦେଇ କହିଲେ ଯେ କୌଣସି କ୍ଷେତ୍ରରେ ପାରଦର୍ଶିତା ହାସଲ କରିବାକୁ ହେଲେ ଶୃଙ୍ଖଳିତ ଜୀବନ ଶୈଳୀ, କଠୋର ଅଧ୍ୟବସାୟ ଏବଂ ପିତାମାତା ତଥା ଗୁରୁଙ୍କ ଆଶୀର୍ବାଦ ଲୋଡ଼ା । ପିଲାମାନେ ଏଥିପ୍ରତି ସଚେତନ ରହି କର୍ତ୍ତବ୍ୟ ପଥରେ ଆଗୁସାର ହେଲେ ସଫଳତା ଅବଶ୍ୟ ମିଳିବ ବୋଲି ଶ୍ରୀ କର କହିଥିଲେ । ପୁରସ୍କୃତ କୃତୀ ବିଦ୍ୟାର୍ଥୀ ମାନେ ଯଥାକ୍ରମେ ସୁଶ୍ରୀ ପ୍ରଜ୍ଞା ସମୀକ୍ଷା ଦାସ, ଶ୍ରୀ ରବି କିଙ୍କର ବେହେରା, ସୁଶ୍ରୀ ରାଜ କଲ୍ୟାଣୀ ପାତ୍ର, ସୁଶ୍ରୀ ସତ୍ୟ ସନାତନୀ ବେହେରା, ସୁଶ୍ରୀ ସ୍ମୃତିପ୍ରଜ୍ଞା ମହାନ୍ତି, ସୁଶ୍ରୀ ଧରିତ୍ରୀ ମିଶ୍ର, ସୁଶ୍ରୀ ଆକାଂକ୍ଷା ଭୂୟାଁ, ସୁଶ୍ରୀ ଏସ. ବି. ଲିଜାରିଣୀ ସାଥୁଆ,ସୁଶ୍ରୀ ଅଭିଲିପ୍ସା ବଳ, ସୁଶ୍ରୀ ଶୁଭଲକ୍ଷ୍ମୀ ଦତ୍ତ ଓ ସୁଶ୍ରୀ ଦେବସ୍ମିତା ଦଳାଇ ପ୍ରମୁଖ ଫାଉଣ୍ଡେସନ ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନ ଯଥାର୍ଥରେ ଯଥେଷ୍ଟ ପ୍ରେରଣାଦାୟୀ ବୋଲି କହିଛନ୍ତି ।

କୃଷି ଉତ୍କର୍ଷ କେନ୍ଦ୍ରର ସଂଯୋଜକ ଶୁଭେନ୍ଦୁ କୁମାର ସାମଲ ଧନ୍ୟବାଦ୍ ଦେଇଥିବା ବେଳେ, ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତ୍ତା ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Nirvik Bureau

Nirvik Bureau

Related Posts

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି
News

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

by Nirvik Bureau
May 26, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ମଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗତକାଲି ୨୫ ତାରିଖ ପୂର୍ବାହ୍ନ ୯ ଘଟିକା ରେ...

Read more
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

May 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.