• About
  • Contact
Saturday, April 18, 2026
Saturday, April 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ପୁଣ୍ୟ କାର୍ତ୍ତିକରେ ବିଭିନ୍ନ ମନ୍ଦିର ପୂଜା ମଣ୍ଡପ ବୁଲିଲେ ଶୋଭନ କର

ପୁଣ୍ୟ କାର୍ତ୍ତିକରେ ବିଭିନ୍ନ ମନ୍ଦିର ପୂଜା ମଣ୍ଡପ ବୁଲିଲେ ଶୋଭନ କର
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ନଭେମ୍ବର ୨୦୨୫

ପୁଣ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ବିଭିନ୍ନ ମଠ ମନ୍ଦିର, ରାସ ଉତ୍ସବ, ଯଜ୍ଞାନୁଷ୍ଠାନ ତଥା କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ବିଶେଷ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶୋଭନ କର ଏହି ସବୁ ଅଞ୍ଚଳରେ ପୁରାତନ ଧାର୍ମିକ ପରମ୍ପରା ବଜାୟ ରଖି ସାମାଜିକ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଅଧିକ ଉଜ୍ଜୀବିତ କରିବା ପାଇଁ ଆହ୍ବାନ ଦେଇଥିଲେ ।

ଏହି ଅବକାଶରେ ବନ୍ଧକାଟିଆ ପଞ୍ଚାୟତ ବ୍ରହ୍ମାଣୀ ମନ୍ଦିର, ସ୍ଥାନୀୟ ବୋଇତ ବନ୍ଦାଣ ଉତ୍ସବ, କେନ୍ଦୁପାଟଣା ସ୍ଥିତ କୁଶବାବା ମଠରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ, ଅସୁରେଶ୍ଵର ସ୍ଥିତ ମାଆ ଜାଗୁଲେଇ ପୀଠରେ ଭାଗବତ ପାରାୟଣ, ହଳଦିଆ ପଞ୍ଚାୟତ ଲକ୍ଷ୍ମୀ ନାରାୟଣ ପୁର କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ଗୋକନ ପଞ୍ଚାୟତ ହନୁମାନ ମନ୍ଦିର,ଉଷୁମା ପଞ୍ଚାୟତ କଏରପୁର ଠାରେ କାର୍ତ୍ତିକେଶ୍ଵର ପୂଜାମଣ୍ଡପ, ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମ୍ବ ମହେଶପୁର (ଚାୟାଁପାଳ) ଅଷ୍ଟ ପ୍ରହର ନାମ ଯଜ୍ଞ ଏବଂ କାର୍ତ୍ତିକେଶ୍ଵର ପୂଜାମଣ୍ଡପ, କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶଙ୍ଖପୁର ଗ୍ରାମରେ ରାସୋତ୍ସବ ଆଦି କାର୍ଯ୍ୟକ୍ରମରେ ଶ୍ରୀ କର ଯୋଗ ଦେଇ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।

ସ୍ଥାନୀୟ ବହୁ ବୟୋଜ୍ୟେଷ୍ଠ ମୂରବୀ, ଶ୍ରଦ୍ଧାଳୁ ମହିଳା ଏବଂ ଯୁବାଗୋଷ୍ଠୀ ତଥା ଆୟୋଜକ ଆଧ୍ୟାତ୍ମ୍ୟପ୍ରେମୀ ଜନସାଧାରଣଙ୍କ ସମେତ ମାହାଙ୍ଗା ମୈତ୍ରୀ ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ, କୃଷକ ନେତା ରାମ ଚନ୍ଦ୍ର ସ୍ବାଇଁ, ସମାଜସେବୀ ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ମହାନ୍ତି, ରାଜ କୁମାର ବେହେରା, ନିରଞ୍ଜନ ସାହୁ, ବାବୁଲି ପ୍ରଧାନ, ମାଧବ ପଲେଇ, ଅକ୍ଷୟ କୁମାର ସାହୁ, ଶୁଭେନ୍ଦୁ ସାମଲ ଓ ପାର୍ଥ ସାରଥୀ ନାୟକ ପ୍ରମୁଖ ଶୋଭନ ବାବୁଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ଶ୍ରୀ ଶୋଭନ କର ସ୍ଥାନୀୟ ଅଞ୍ଚଳରେ କେତେକ ରୋଗ ପ୍ରପୀଡ଼ିତ ଲୋକଙ୍କୁ ସାକ୍ଷାତ୍ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହିତ କେତେକ ମୃତକ ପରିବାରକୁ ଯାଇ ସମବେଦନା ଜ୍ଞାପନ କରିଥିଲେ । ସାଧାରଣ ଲୋକଙ୍କ ସୁଖଦୁଃଖରେ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ସାମିଲ୍ ହେବାଦ୍ବାରା ମାହାଙ୍ଗା ର ନେତୃତ୍ୱ ପରିପ୍ରେକ୍ଷୀରେ ଶ୍ରୀ ଶୋଭନ କର ଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାବିଷୁବ ମିଳନ ଉତ୍ସବ ଅନୁଷ୍ଠିତ
News

ମାହାଙ୍ଗାରେ ମହାବିଷୁବ ମିଳନ ଉତ୍ସବ ଅନୁଷ୍ଠିତ

by Nirvik Bureau
April 12, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଏପ୍ରିଲ, ୨୦୨୬ ମାହାଙ୍ଗା ବ୍ଲକ ଅନ୍ତର୍ଗତ ମେରିପୂର - ଘିସୁଆଁ ଶ୍ରୀ ବଟ ଠାକୁରଙ୍କ ବିଜେସ୍ଥଳୀ ପୀଠ ପରିସରରେ ଉତ୍କଳୀୟ ନବ...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସ  ଏବଂ ପ୍ରାକ୍ତନ ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ ଙ୍କ ସ୍ମୃତି ଦିବସ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସ ଏବଂ ପ୍ରାକ୍ତନ ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ ଙ୍କ ସ୍ମୃତି ଦିବସ ପାଳିତ

April 8, 2026
୫ମ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଆ ଅସ୍ମିତାର ପର୍ବ ପାଳିଲେ ଶରତ କର ଓ ଅନିମା କର ଫାଉଣ୍ଡେସନ (ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ସମାଜ ସେବୀ ନରୋତ୍ତମ ଦାସ ସମ୍ବର୍ଦ୍ଧିତ )

୫ମ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଆ ଅସ୍ମିତାର ପର୍ବ ପାଳିଲେ ଶରତ କର ଓ ଅନିମା କର ଫାଉଣ୍ଡେସନ
(ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ସମାଜ ସେବୀ ନରୋତ୍ତମ ଦାସ ସମ୍ବର୍ଦ୍ଧିତ )

April 1, 2026
କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

March 7, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

March 6, 2026
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.