• About
  • Contact
Thursday, January 29, 2026
Thursday, January 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ମାହାଙ୍ଗାରେ ୬ଷ୍ଠ ଦିବସୀୟ କ୍ରିକେଟ୍ ଉଦ୍ ଯାପିତ: ନରସିଂହପୁର ଦଳ ବିଜୟୀ

ମାହାଙ୍ଗାରେ ୬ଷ୍ଠ ଦିବସୀୟ କ୍ରିକେଟ୍ ଉଦ୍ ଯାପିତ:  ନରସିଂହପୁର ଦଳ ବିଜୟୀ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୦ ଡିସେମ୍ବର ୨୦୨୫

ମାହାଙ୍ଗା ଅଞ୍ଚଳର ଉଷୁମା ପଞ୍ଚାୟତ ଅଧିନସ୍ଥ କଏରପୁର ଗ୍ରାମ ସ୍ଥିତ ମାଆ ସ୍ଵର୍ଣ୍ଣ ପାୟୀ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ୬ଷ୍ଠ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ୧୬ ସଂଖ୍ୟକ ଦଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଦୁଇ କ୍ରିକେଟ୍ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଗତ ୨୮ ତାରିଖ (ରବିବାର) ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ନରସିଂହ ପୁର କ୍ରିକେଟ୍ ଦଳ ୧୭୧ ରନ୍ ସ୍କୋର କରି ଗଣେଶ୍ୱରପୁର କ୍ରିକେଟ ଦଳକୁ ୧୨ ରନ୍ ରେ ପରାସ୍ତ କରି ବିଜେତା ଘୋଷିତ ହୋଇଥିଲେ ।

ସେହି ସନ୍ଧ୍ୟାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱନାମଧନ୍ୟ କ୍ରିକେଟର, ପ୍ରାକ୍ତନ ଆୟକର କମିଶନର ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀ ଶୋଭନ କର ଉପସ୍ଥିତ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବାସହ ବିଜେତା ଟ୍ରଫି ଓ ରନର୍ସ ଅପ୍ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଏହିଁ ଅବସରରେ ମଧ୍ୟ ଦିଲ୍ଲୀପ ଦାସଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍, ଜୀବନ ଜ୍ୟୋତି ପଣ୍ଡାଙ୍କୁ ମ୍ୟାନ୍ ଅଫ ଦି ସିରିଜ୍ ଏବଂ ବାଲିଆ ରାଜାଙ୍କୁ ଅଲ୍ ରାଉଣ୍ଡର ଭାବେ ପୁରସ୍କାର ସ୍ୱରୂପ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି କ୍ରୀଡ଼ା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ ସଂଗଠକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ , ଗାନ୍ଧୀ ଶିକ୍ଷା ପ୍ରତିଷ୍ଠାନର ପ୍ରଶାସନିକ ଅଧିକାରୀ ଅଜିତ୍ କୁମାର ସାହୁ ଏବଂ ଓଡ଼ିଶା ବିଧାନସଭା ଗବେଷଣା ଅଧିକାରୀ ଅମୂଲ୍ୟ କୁମାର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

ସମାଜସେବୀ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ୬ଷ୍ଠ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମକୁ ଆସୋସିଏସନ୍ କର୍ମକର୍ତ୍ତା ସର୍ବଶ୍ରୀ ଦୀପକ ବାରିକ, ଗୋପୀନାଥ ମଲ୍ଲିକ, ଗୌରାଙ୍ଗ ମଲ୍ଲିକ ତଥା ସ୍ଥାନୀୟ ନାଏବ ସରପଞ୍ଚ ଭରତ ଚନ୍ଦ୍ର ମଲ୍ଲିକ ଏବଂ ୱାର୍ଡ ସଦସ୍ୟ ପ୍ରମୋଦ କୁମାର ମଲ୍ଲିକ ପରିଚାଳନା କରିଥିଲେ ।

Nirvik Bureau

Nirvik Bureau

Related Posts

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ
News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

by Nirvik Bureau
January 27, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୨୭ ଜାନୁୟାରୀ ୨୦୨୬ କଇଥା (ଆନନ୍ଦ ବଜାର) ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୭୭ତମ ସାଧାରଣ ତନ୍ତ୍ର ଦିବସ...

Read more
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ

ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ

January 19, 2026
Prof. Siba Prasad Mishra: End of an Era

Prof. Siba Prasad Mishra: End of an Era

January 16, 2026
ପ୍ରଖ୍ୟାତ ଶିଶୁ ସାହିତ୍ୟିକ ତଥା ଗୀତିକବି କ୍ଷୀରୋଦ ଚନ୍ଦ୍ର ପୋଥାଳ ଙ୍କ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

ପ୍ରଖ୍ୟାତ ଶିଶୁ ସାହିତ୍ୟିକ ତଥା ଗୀତିକବି କ୍ଷୀରୋଦ ଚନ୍ଦ୍ର ପୋଥାଳ ଙ୍କ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

January 15, 2026
“ନିର୍ଭୀକ” ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଙ୍କୁ  “କଳିଙ୍ଗ ପ୍ରଜ୍ଞା ସମ୍ମାନ”

“ନିର୍ଭୀକ” ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଙ୍କୁ “କଳିଙ୍ଗ ପ୍ରଜ୍ଞା ସମ୍ମାନ”

January 13, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.