• About
  • Contact
Sunday, May 31, 2026
Sunday, May 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

“ନିର୍ଭୀକ” ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଙ୍କୁ “କଳିଙ୍ଗ ପ୍ରଜ୍ଞା ସମ୍ମାନ”

“ନିର୍ଭୀକ” ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଙ୍କୁ  “କଳିଙ୍ଗ ପ୍ରଜ୍ଞା ସମ୍ମାନ”
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଜାନୁୟାରୀ ୨୦୨୬

କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟ ପରିସରରେ ୧୧ଶ ରାଜ୍ୟ ସ୍ତରୀୟ ସ୍ଵର୍ଣ୍ଣ ଓଡିଶା ସାରସ୍ଵତ ସମାରୋହ ତଥା ସମ୍ବର୍ଦ୍ଧନା ଉତ୍ସବ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଥମ ଅଧିବେଶନରେ ସସ୍ମିତା ପଣ୍ଡା ଓ ସରସ୍ଵତୀ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏକ ମନୋଜ୍ଞ କବିତା ପାଠ ଉତ୍ସବରେ ରାଜ୍ୟର ଶତାଧିକ କବି ଅଂଶ ଗ୍ରହଣ କରିଥିଲେ। ଏଥିରେ ଅଧ୍ୟାପକ ବିରୁପାକ୍ଷ ରାୟ ଓ ପ୍ରବଚକ ଶରତ ଚନ୍ଦ୍ର ରଥ ଯଥକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆମ ସମାଜ ଓ ସାହିତ୍ୟ ଶୀର୍ଷକ ଆଲୋଚନାରେ ସ୍ଵକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ଉଦ୍ଘାଟକ ଭାବେ ଯୋଗଦେଇ ଓଡ଼ିଶା ବିଧାନ ସଭାର ପ୍ରାକ୍ତନ ସଚିବ ଦାଶରଥି ଶତପଥୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପଣ୍ଡିତ ହୃଷୀକେଶ ରଥ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରମୋଦ ପ୍ରତାପ, କଳିଙ୍ଗ ଆବାସିକ ବିଦ୍ୟାଳୟର କ୍ୟାମ୍ପସ ଅଧ୍ୟକ୍ଷ ଦ୍ବୟ ନିଶିକାନ୍ତ ମହାନ୍ତି ଓ ଅନିଲ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସ୍ଵର୍ଣ୍ଣ ଓଡ଼ିଶା ଉନ୍ମୋଚିତ ହେବା ସହିତ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭଲେଖକ ତଥା “ନିର୍ଭୀକ” ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଙ୍କୁ “କଳିଙ୍ଗ ପ୍ରଜ୍ଞା ସମ୍ମାନ” ରେ ଏବଂ ଶିକ୍ଷା, ସାହିତ୍ୟ, ସଂସ୍କୃତି, ସେବା କ୍ଷେତ୍ରରେ ଅନ୍ୟ କେତେକ ପ୍ରତିଭାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।

Nirvik Bureau

Nirvik Bureau

Related Posts

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି
News

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

by Nirvik Bureau
May 26, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ମଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗତକାଲି ୨୫ ତାରିଖ ପୂର୍ବାହ୍ନ ୯ ଘଟିକା ରେ...

Read more
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

May 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.