ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୨୭ ଜାନୁୟାରୀ ୨୦୨୬
କଇଥା (ଆନନ୍ଦ ବଜାର) ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୭୭ତମ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ ମହା ସମାରୋହ ରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ପ୍ରଧାନ ଆଚର୍ଯ୍ୟା ଶାନ୍ତିଲତା ଦେବୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ଏବଂ ସମ୍ମାନିତ ଅତିଥି ଭାବେ ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ ଯୋଗଦେଇ ଆମ ଅଖଣ୍ଡ ଭାରତବର୍ଷର ଅନେକ ଗୌରବମୟ ଗାଥା ଅବତାରଣା କରି ଉପସ୍ଥିତ ବିଦ୍ୟାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ । ବକ୍ତୃତା, ସଙ୍ଗୀତ ଗାନ, ନୃତ୍ୟ, ଅଭିନୟ କ୍ଷେତ୍ରରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ଙ୍କ ସମେତ ଏବଂ ଶିକ୍ଷା କ୍ଷେତ୍ରରେ ସଂପୃକ୍ତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟ ତରଫରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର, ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ପ୍ରଭାତ କୁମାର ମିଶ୍ର, ଶିକ୍ଷାନୁଷ୍ଠାନର ସଭାପତି ସନ୍ତୋଷ କୁମାର ସିଂହ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିଶୁ ବିଦ୍ୟା ମନ୍ଦିରର ସଚିବ ସଞ୍ଜୀବ କୁମାର ମହାନ୍ତି, ସମ୍ପାଦକ ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତତ୍ତ୍ଵାବଧାନରେ ଶିଶୁ ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ନୃତ୍ୟ ଏବଂ ଅଭିନୟ ପ୍ରଦର୍ଶନ କରିଥିଲେ।







