ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ମାର୍ଚ୍ଚ ୨୦୨୬
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଅନ୍ୟତମ ବରପୁତ୍ର କର୍ମବୀର ଗୌରୀ ଶଙ୍କର ରାୟଙ୍କ ୧୦୯ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି ।

ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ତରଫରୁ ଅସୁରେଶ୍ଵର (ଦିକ୍ଷିତପଡା) ପ୍ରମୋଦ ଉଦ୍ୟାନ ସ୍ଥିତ “ଉତ୍କଳ ଦୀପିକା” ର ପ୍ରତିଷ୍ଠାତା ସମ୍ପାଦକ ତଥା ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଗଣ୍ୟସାରଥୀ କର୍ମବୀର ଗୌରୀ ଶଙ୍କର ରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ଦୀପାର୍ଘ୍ୟ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଫାଉଣ୍ଡେସନ ର କୃଷି ଉତ୍କର୍ଷ କେନ୍ଦ୍ର ସଂଯୋଜକ ଶୁଭେନ୍ଦୁ କୁମାର ସାମଲ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ବୟୋଜ୍ୟେଷ୍ଠ ମୂରବୀ ଏବଂ ଯୁବ ସଂଗଠକ ସର୍ବଶ୍ରୀ ରାଜ କୁମାର ବେହେରା, ରାମ ଚନ୍ଦ୍ର ମହାପାତ୍ର, ଉତ୍ସବ ଚରଣ ମହାପାତ୍ର, ହିମାଂଶୁ ଶେଖର ପଣ୍ଡା, ରମେଶ ନାୟକ, ଅଧୀଶ୍ଵର ଶତପଥୀ, ସନ୍ଦୀପ ସାମଲ, ରମେଶ ଚନ୍ଦ୍ର ମହାକୁଡ ପ୍ରମୁଖ ଙ୍କ ସମେତ ଶରତ ପ୍ରେମୀ ପରିବାର ତଥା ଫାଉଣ୍ଡେସନର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯୋଗଦେଇ ଏଇ ମାଟିର ସୁଯୋଗ୍ୟ ସନ୍ତାନ କର୍ମବୀର ଗୌରୀଶଙ୍କରଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।






