• About
  • Contact
Tuesday, May 26, 2026
Tuesday, May 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ମଇ ୨୦୨୬

ପ୍ରତିବର୍ଷ ଭଳି ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଚଳିତ ୨୦୨୬ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତଥା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଧ୍ୟମିକ (୧୦ମ ଶ୍ରେଣୀ) ପରୀକ୍ଷାରେ ଶ୍ରେଷ୍ଠ ବିବେଚିତ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ମଣ୍ଡଳ ସ୍ତରୀୟ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଉପଢୌକନ ପ୍ରଶଂସା ପତ୍ର ଓ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ବନ୍ତଳା ଗ୍ରାମସ୍ଥିତ କୃଷି ଉତ୍କର୍ଷ କେନ୍ଦ୍ର ପରିସରରେ ଫାଉଣ୍ଡେସନର ଅଧ୍ୟକ୍ଷ ପୂର୍ବତନ ଆୟକର କମିଶନର ଶ୍ରୀ ଶୋଭନ କର ପୌରହିତ୍ୟ କରିଥିଲେ। ପ୍ରାକ୍ତନ ପ୍ରଶାସକ ତଥା ରେଭେନ୍ସା ବିଶ୍ଵ ବିଦ୍ୟାଳୟ ର ପ୍ରାକ୍ତନ ନିବନ୍ଧକ ଅଶୋକ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଗଣିତଜ୍ଞ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାଗବତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଅଧ୍ୟକ୍ଷ ଓ ଅତିଥି ମାନେ ଏହି ଭବ୍ୟ ସମାରୋହ କୁ ଉଦ୍ ଘାଟନ କରିଥିଲେ। ଏହାପରେ ରାଜ୍ୟ ସଙ୍ଗୀତ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇ ଥିଲା।

ନିର୍ଭୀକ ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ପ୍ରାରମ୍ଭିକ ସୂଚନା ସହିତ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉତ୍ସବର ଅଧ୍ୟକ୍ଷ ଶୋଭନ କର ଉପସ୍ଥିତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଉଚ୍ଚ ଅଭିଳାଷ ରଖି ଆଗାମୀ ଦିନରେ ଅଧିକ କୃତିତ୍ବ ପ୍ରଦର୍ଶନ ଲାଗି ପ୍ରଯତ୍ନ ହେବାକୁ ପରାମର୍ଶ ଦେଇଥିଲେ। ମାହାଙ୍ଗା ବ୍ଲକ୍ ଅଧିନସ୍ଥ ହଳଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଶୁକ୍ଲେଶ୍ୱର ସ୍ଥିତ ଭଗବତୀ ବିଦ୍ୟାପୀଠ, ବ୍ରାହ୍ମଣ ମଣିଯୋରି ସ୍ଥିତ ରଘୁନାଥ ଜିୟୁ ପଞ୍ଚାୟତ ବିଦ୍ୟାପୀଠ, କଇଥା ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ, କୋଳିଅଠା ସ୍ଥିତ ବାସନ୍ତୀ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ, ଭେଡ଼ା ଗ୍ରାମର ଚୌଧୁରୀ ରାଧାନାଥ ବିଦ୍ୟାପୀଠ, ମାହାଙ୍ଗା ସ୍ଥିତ ମହାବୀର ସରକାରୀ ହାଇ ସ୍କୁଲ, ଏରକଣା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୪ ଜଣ କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କୃତୀ ବିଦ୍ୟାର୍ଥୀଙ୍କ ମଧ୍ୟରେ ହଳଦିଆ ହାଇ ସ୍କୁଲ୍ ର ଛାତ୍ର ଶ୍ରୀମାନ ଜନ୍ମେଜୟ ମହାନ୍ତି ସାରା ରାଜ୍ୟ ରେ ପ୍ରଥମ ୧୦ ଜଣ ଙ୍କ ମଧ୍ୟରେ ୩ୟ ଏବଂ ମାହାଙ୍ଗା ମଣ୍ଡଳ ସ୍ତରରେ ତଥା କଟକ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଥିବାରୁ ତାଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟରାଜ ନାୟକ – ୨ୟ, ସାହିଲ ରଞ୍ଜନ ଓଝା – ୩ୟ, ତେଜସ୍ଵିନୀ ଲେଙ୍କା – ୪ର୍ଥ, ତନ୍ ବୀର ସାହୁ – ୫ମ ରେ ସ୍ଥାନିତ ହୋଇଥିବା ବେଳେ ୬ଷ୍ଠ ସ୍ଥାନରେ ୯ ଜଣ ଯଥାକ୍ରମେ ବିଜୟା ଲକ୍ଷ୍ମୀ ସାହୁ, ଅନନ୍ୟା ବଳ, ଶୁଭ ଲକ୍ଷ୍ମୀ ମିଶ୍ର, ଓମ୍ ଶ୍ରୀରାମ ଓଝା, ସୁଦୀପ୍ତା ସାହୁ, ପାର୍ଥ ପ୍ରୀତମ୍ ସାହୁ, ସାଇ ବନ୍ଦିତା ପରିଡ଼ା, ପ୍ରିୟବ୍ରତ ବେହେରା ଓ ନନ୍ଦିତା ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ସମସ୍ତଙ୍କୁ ଉପଢୌକନ, ପ୍ରଶଂସା ପତ୍ର ଏବଂ ପ୍ରୋତ୍ସାହନ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସେହି ପରି ନିଶ୍ଚିନ୍ତ କୋଇଲି ବ୍ଲକ୍ ଅଧିନସ୍ଥ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ, ଦେମାଣ୍ଡୋ ର ଛାତ୍ରୀ ଆଦ୍ୟାଶା ଦାଶ ମଣ୍ଡଳ ସ୍ତରୀୟ ପ୍ରଥମ ସ୍ଥାନ ଏବଂ କଲରା ବାଙ୍କ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସ୍ନେହାଶିଷ ମହାପାତ୍ର ୨ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଫାଉଣ୍ଡେସନ ତରଫରୁ ପ୍ରଥମ କରି ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଧ୍ୟମିକ ୧୦ମ ଶ୍ରେଣୀ ପରୀକ୍ଷାରେ ମାହାଙ୍ଗା ଅଞ୍ଚଳ ର ଶିପୁରା ସ୍ଥିତ ନବ ପ୍ରଭାତ ଇଣ୍ଟର ନ୍ୟାସନାଲ ସ୍କୁଲ୍ ର ଛାତ୍ର ସ୍ଵାଭିମାନ ସାହୁଙ୍କୁ ମଧ୍ୟ କୃତୀ ବିଦ୍ୟାର୍ଥୀ ସମ୍ମାନ ପ୍ରଦାନ କରାଯାଇଥିଲା।

ଶେଷରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଲିଡ଼ାରିଡ଼ାଡ” ର ଓଡ଼ିଶା ମୁଖ୍ୟ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଦ୍ୟାର୍ଥୀ ମାନଙ୍କ ଅଭିଭାବକ ଙ୍କ ସମେତ ମାହାଙ୍ଗା ନିଶ୍ଚିନ୍ତ କୋଇଲି ଅଞ୍ଚଳର ଶତାଧିକ ମୂରବୀ, ବୁଦ୍ଧିଜୀବୀ, ସଂଗଠକ, ଶିକ୍ଷକ ଏବଂ ସ୍ଥାନୀୟ ଶିକ୍ଷା ପ୍ରେମୀ ଜନସାଧାରଣ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶରତ କର ଓ ଅନିମା କର ଫାଉଣ୍ଡେସନ କୃଷି ଉତ୍କର୍ଷ କେନ୍ଦ୍ର ର ସମସ୍ତ ସ୍ୱେଚ୍ଛାସେବୀ କର୍ମକର୍ତ୍ତା ଙ୍କ ସମେତ ସଂଯୋଜକ ଶୁଭେନ୍ଦୁ କୁମାର ସାମଲ ଏବଂ ବିଧାନ ସଭାର ପ୍ରାକ୍ତନ ଗବେଷଣା ଅଧିକାରୀ ଅମୂଲ୍ୟ କୁମାର ସ୍ବାଇଁ ପ୍ରମୁଖ ଉତ୍ସବ ପରିଚାଳନା ରେ ସହଯୋଗିତା କରିଥିଲେ।

Nirvik Bureau

Nirvik Bureau

Related Posts

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ
News

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

by Nirvik Bureau
May 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ମଇ ୨୦୨୬ ସାଲେପୁର ସ୍ଥିତ କେଶବ ମଣ୍ଡପ ଠାରେ ଗତକାଲି ଶରତ କର ଓ ଅନିମା କର ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ...

Read more
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

May 9, 2026
ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍  ପଦ୍ମଶ୍ରୀ ଡ଼ଃ ରଜତ କର  ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଡ଼ଃ ରଜତ କର ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

May 9, 2026
Inaugural ‘Padmashree Rajat Kar Memorial Odisha Quiz’ and 4th Memorial Function

Inaugural ‘Padmashree Rajat Kar Memorial Odisha Quiz’ and 4th Memorial Function

May 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.