• About
  • Contact
Thursday, July 16, 2026
Thursday, July 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୬ ଜୁଲାଇ ୨୦୨୬

ତୁମ ରଥ ଯାତ୍ରା ଧରମ ଭିତରେ
ସୀମିତ ନୁହଁଇ ନାଥ
ସବୁ ମତ ପଥ ମାନୁଥିବା ଜନ
ରଥ ଦରଶନେ ତୃପ୍ତl
ଆଷାଢ଼ ମାସରେ ବାମନ ରୂପରେ
ତୁମେ ପ୍ରଭୁ ଆରାଧିତ
ତୁମକୁ ସେ ରୂପେ ଦେଖି ରଥେ ଭକ୍ତ
ପରମ ଆନନ୍ଦ ପ୍ରାପ୍ତl
ତୁମ ରଥ ଏହି ଜାତିର ସଂସ୍କୃତି
ଜାତି ପ୍ରଥା ପରମ୍ପରା
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା
ସଭିଙ୍କ ହୃଦୟ ହରାl
ଶ୍ରୀଦାଣ୍ଡରେ ଭକ୍ତ ଭାବ ଭକତି ରେ
ଟାଣି ଟାଣି ନିଏ ରଥ
ବିଶ୍ୱାସ ରହିଛି ଭକ୍ତ ହୃଦୟରେ
ନିଶ୍ଚେ ହେବବିଶ୍ୱ ହିତl
ତୁମ ଘୋଷ ଯାତ୍ରା ଦେଖାଇ ଦେଇଛି
ତୁମେ ବ୍ରହ୍ମାଣ୍ଡ କରତା
ତୁମେ ବନ୍ଧା ନୁହଁ ଧର୍ମାନ୍ଧତାରେ
ତୁମେ ସଭିଙ୍କର ଧାତାl
ଯେତେ ମତ ପଥ ସୃଷ୍ଟି କରୁ ନର
ତୁମେ ମତ ପ୍ରବର୍ତ୍ତକ
ତୁମେ ବିଦ୍ୟମାନ ନର ହୃଦୟରେ
ତୁମେ ହିଁ ଜ୍ଞାନ ବିବେକl

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଘୋଷ ଯାତ୍ରା
Literature

ଘୋଷ ଯାତ୍ରା

by ବିଜୟ କୁମାର ପାଣି
July 16, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୬ ଜୁଲାଇ ୨୦୨୬ ହୋ ଡାହୁକେ ହୋ, ହୋ ଭକତେ ହୋ ବଡ଼ଦାଣ୍ଡେ ଆଜି ଗହଳି ଲାଗିଛି ଛୁଟୁଅଛି କେତେ...

Read more
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.