• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟିକଟା, କଟକ, ୧୧ ସେପ୍ଟେମ୍ବର ୨୦୨୬

ସନ୍ଧ୍ୟା ତୁମେ ଆଜି ଭୋଦୁଅ ତିଥିରେ
ଜହ୍ନିଫୁଲ ରଙ୍ଗମାଖି
ଶ୍ରାବଣ ସ୍ମୃତିରେ ମିଠା ନିଃସଙ୍ଗତା
ପାଦପଲତାର ସାକ୍ଷୀ ।।

ନୀଳ କଦମ୍ବର ମଉଳା ମନରେ
ପହିଲି ଶରତ ରାସ ।
ଆଷାଢ଼ ପଖଳା ଚାରୁଚିତ୍ରାଙ୍କନେ
ଝାପ୍ସା ଦିଶେ ତୁମ ହସ ।।

ବାଟବଣା ପକ୍ଷୀ ତନୁମନେ ଆଜି
କେଉଁ ଇସ୍ତାହାର ଲେଖି
ଛପି ଛପି ଆସ ଗୋଧୂଳି ଆଭାରେ
ପୂର୍ବ ଅନୁରାଗ ମାଖି ।।

ପବିତ୍ର ପ୍ରୀତିର ପ୍ରୀତିଲତା ତୁମେ
ପ୍ରଦୋଷର ବନ୍ଦାପନା
ଦରଦୀ ହୃଦୟେ କଅଁଳ ସୁରଭି
କରିଦିଏ ଆନମନା ।।

କେଉଁ ଶୀତଳତା ଗହଣା ନାଇଛ
ତୋଫାପଣ ଉଠେ ଭାଷି
ରେଶମୀ ରାତିରେ ଭିଜିଯାଅ କିଆଁ
କେଉଁ ନଦୀତୀରେ ବସି ।।

ନୀରବ ଓଠରୁ ପଦିଏ କଥାରେ
ଆଶାର ଝଲକ ଦେଇ ।
ଝରିଯାଅ ପୁଣି ରାତି ପଣତରେ
କେଉଁ ଭରସାକୁ ନେଇ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

Renaissance
Literature

Renaissance

by Prasanna Kkumar
September 1, 2026

Prasanna Kkumar, Hyderabad, 1st September 2026 Evolving of minutes In the tides of the times, Revival and rebirth Happens tuning...

Read more
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.