• About
  • Contact
Sunday, October 4, 2026
Sunday, October 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି
Share on FacebookShare on Xshare on Whatsappshare on Linkedin
ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨ ଅକ୍ଟୋବର ୨୦୨୬

ଲାଲ ବାହାଦୁର ଶାସ୍ତ୍ରୀ ହେଉଛନ୍ତି ଆମ ଦେଶର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯାହାଙ୍କ ନାମକୁ ସମସ୍ତେ ଆଦରର ସହିତ ନେଇଥାନ୍ତି। ଏପରିକି ବିରୋଧୀ ଦଳର ଲୋକମାନେ ମଧ୍ୟ ତାଙ୍କୁ ସମ୍ମାନର ଦୃଷ୍ଟିରେ ଦେଖୁଥିଲେ। ତାଙ୍କର ବ୍ୟକ୍ତିତ୍ୱ ସରଳ, ନିରାଡ଼ମ୍ବର ଯେପରି ଥିଲା, ମାନସିକତା ରେ ଦେଶ ସେବା, ସଚ୍ଚୋଟତା ସେପରି ଭରି ରହିଥିଲା। ଲାଲା ଲାଜପତ ରାୟଙ୍କ “ଲୋକ ସେବକ ମଣ୍ଡଳ” ର ସଦସ୍ୟ ଭାବରେ ତାଙ୍କର ଦେଶ ସେବା ଆରମ୍ଭ ହୋଇଥିଲା। ଶାସ୍ତ୍ରୀ ତାଙ୍କର ଖାନଦାନୀ ଉପନାମ ନ ଥିଲା। କାଶୀ ବିଦ୍ୟାପୀଠ ତରଫରୁ ମିଳିଥିବା ଏକ ଉପାଧୀ ର ନାମ ଥିଲା ଶାସ୍ତ୍ରୀ। ଏହି ଉପାଧୀ ର ଅର୍ଥ ଥିଲା “ସମସ୍ତ ଶାସ୍ତ୍ର କୁ ଜାଣିଥିବା ବ୍ୟକ୍ତି ବିଶେଷ”। ଜାତି ଆଧାରିତ ଉପନାମ କୁ ସେ ଛାଡ଼ି ଦେଇଥଲେ। କାରଣ ଏହାଠାରୁ ଦକ୍ଷତା ପ୍ରସୂତ ଉପନାମ ତାଙ୍କୁ ଭଲ ଲାଗିଥିଲା।

ଲୋକ ସେବକ ମଣ୍ଡଳର ସଦସ୍ୟ ଭାବରେ ତାଙ୍କୁ ପରିବାରର ଭରଣ-ପୋଷଣ କରିବା ବାବଦକୁ ମାସକୁ ୫୦ ଟଙ୍କା ମିଳୁଥିଲା। ତାଙ୍କ ସ୍ତ୍ରୀ ଲଳିତା ଶାସ୍ତ୍ରୀ ୪୦ ଟଙ୍କାରେ ଘର ଚଳେଇ ୧୦ ଟଙ୍କା ଭଲ-ମନ୍ଦ ପାଇଁ ବଞ୍ଚେଇ ରଖୁଥିଲେ। ଏକଥା ଜାଣି ପାରି ଲାଲ ବାହାଦୁର ଶାସ୍ତ୍ରୀ ଲୋକସେବକ ମଣ୍ଡଳକୁ ଚିଠି ଲେଖି ଜଣେଇ ଦେଲେ ଯେ ତାଙ୍କର ଘର ଖର୍ଚ୍ଚ ୪୦ ଟଙ୍କାରେ ହୋଇ ଯାଉଛି। ତେଣୁ ତାଙ୍କୁ ୫୦ ଟଙ୍କା ଯାଗାରେ ୪୦ ଟଙ୍କା ଦିଆଯାଉ ଏବଂ ଯେଉଁ ଦେଶ-ସେବକଙ୍କର ଅଧିକା ଟଙ୍କାର ଆବଶ୍ୟକତା ଅଛି, ତାଙ୍କୁ ଏତକ ଟଙ୍କା ଦେଇ ଦିଆ ଯାଉ। ସେଇଆ ହେଲା। ପରେ-ପରେ ତାଙ୍କୁ ୪୦ ଟଙ୍କା ଘର ଖର୍ଚ୍ଚ ବାବଦ କୁ ମିଳିଲା। ଏପରି ଚିଠି ଆଜିକାଲିକା ର ନେତାମାନେ ଲେଖି ପାରିବେ? ଏମାନେ ତ ଇଚ୍ଛା ଅନୁସାରେ ନିଜର ଭତ୍ତା ବଢ଼େଇବା ପାଇଁ ବିଲ ଆଣୁଛନ୍ତି। ବିଲକୁ ପାଶ୍ କଲା ବେଳେ ସବୁ ଦଳର ସ୍ୱର ପ୍ରାୟତଃ ଏକ ହୋଇ ଯାଉଛି। ସବୁ ଦଳର ସଂଖ୍ୟାଧିକ ରାଜନେତାମାନେ ବିଲ ପାସ୍ କରିବା ପାଇଁ ଏକା ସାଙ୍ଗରେ ହାତ ଟେକି ଦେଉଛନ୍ତି ତଥା ଧ୍ୱନିମତରେ ବିଲକୁ ପାଶ୍ ବି କରେଇ ନେଉଛନ୍ତି।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ଲାଲ ବାହାଦୁର ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଏଥିପାଇଁ ବହୁତ ବର୍ଷ ସେ ଜେଲରେ କଟେଇଛନ୍ତି। “ନମକ ସତ୍ୟାଗ୍ରହ” ସମୟରେ ସେ ଅଢ଼େଇ ବର୍ଷ ଜେଲରେ ଥିଲେ। ୧୯୪୦ ମସିହାରେ ସେ ଏକ ବର୍ଷ ପାଇଁ ଜେଲ ଯାଇଥିଲେ। ପୁନଶ୍ଚ “ଭାରତ ଛାଡ଼ ଆନ୍ଦୋଳନ” ସମୟରେ 9 ବର୍ଷ ପାଇଁ ସେ ଜେଲ ଯାଇଥିଲେ। ଭାରତ ସ୍ୱାଧିନ ହେଲା ପରେ ୧୯୫୨ ମସିହା ରେ ସେ ରେଳ ବିଭାଗର ମନ୍ତ୍ରୀ ହୋଇଥିଲେ। ତାଙ୍କ ସମୟରେ ଏକ ରେଳ ଦୁର୍ଘଟଣା ହୋଇଥିଲା। ସେଥିରେ ଅନେକ ଲୋକ ମୃତାହତ ହେଲେ। ଏହି ଦୁର୍ଘଟଣା ପାଇଁ ସେ ନିଜକୁ ଦାୟୀ କରି ରେଳ ବିଭାଗର ମନ୍ତ୍ରୀ ପଦରୁ ସ୍ୱଇଚ୍ଛାରେ ଇସ୍ତଫା ଦେଇ ଦେଇଥିଲେ। ଆଜିକାଲି ଏପରି ନିଜକୁ ଦାୟୀ କରି ମନ୍ତ୍ରୀ ପଦରୁ ସ୍ୱଇଚ୍ଚା ରେ ଇସ୍ତଫା ଦେଇ ଦେବା ରାଜନେତା ଖୋଜିଲେ ବି ମିଳିବେ ନାହିଁ। ଯଦି ବା କିଏ ଇସ୍ତଫା ଦେଇଥିବେ, ବହୁତ କଷ୍ଟରେ, କେତେ ସପ୍ତାହର ଜନ-ଆନ୍ଦୋଳନ ଏବଂ ରାଜନୈତିକ ଦବାବରେ ପଡ଼ି ଦେଇଥିବେ। ଦେଶର ସେବା କରିବା ଲାଲବାହାଦୁରଙ୍କର ଧ୍ୟେୟ ଥିଲା, ବଡ଼ ଲୋକ ହେବା କିମ୍ବା ପ୍ରଭୁତ୍ୱ ଜାହିର କରିବା ଆଦି କେବେହେଲେ ତାଙ୍କର ମାନସିକତାରେ ନ ଥିଲା।

ଲାଲବାହାଦୁର ଶାସ୍ତ୍ରୀଙ୍କର ପୁଅ ଅନିଲ ଶାସ୍ତ୍ରୀ ଗୋଟିଏ କଥାକୁ ଲୋକଲୋଚନକୁ ଆଣିଛନ୍ତି। ତାଙ୍କ ବାପା ପ୍ରଧାନ ମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ସରକାରୀ ଗାଡ଼ିକୁ ନେଇ ବୁଲିବାକୁ ପଳେଇଥିଲେ। ଯେତେବେଳେ ଏ ଖବର ଲାଲବାହାଦୁର ଶାସ୍ତ୍ରୀ ଜାଣିଲେ ସେ ଡ଼୍ରାଇଭରଙ୍କ ଠାରୁ ଗାଡ଼ିର ଲଗ୍ ବୁକ୍ ମଗେଇଲେ। ସେଥିରୁ ପୁଅ କେତେ କିଲୋମିଟର ବାଟ ବୁଲିଛି ତାକୁ ତନଖି କଲେ। ଡ଼୍ରାଇଭରକୁ କହିଲେ ଏତିକି କିଲୋମିଟର ବୁଲିବା ପାଇଁ ଯେତିକି ଟଙ୍କା ଲାଗିଥିବ, ସେତିକ ଟଙ୍କା ମୋ ସ୍ତ୍ରୀ ଲଲିତାଙ୍କ ପାଖରୁ ନେଇ ଯାଇ ସରକାରୀ ତହବିଲରେ ଜମା କରି ଦିଅ। ପତ୍ନୀ ସେତକ ଟଙ୍କା ଦେଲେ ଏବଂ ତାହା ସରକାରୀ ତହବିଲରେ ଜମା ହେଲା। ଆଜିକାଲିକାର କେତେ ଜଣ ରାଜନେତା ଏପରି ସଚ୍ଚୋଟତା ଦେଖେଇ ପାରିବେ?

୧୯୬୫ ମସିହାରେ ଭାରତ-ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା। ସେହି ସମୟରେ ଦେଶରେ ଖାଦ୍ୟର ଅଭାବ ପଡ଼ିଲା। ଦେଶର ପ୍ରଧାନ ମନ୍ତ୍ରୀ ହିସାବରେ ଲାଲବାହାଦୁର ଶାସ୍ତ୍ରୀ ଦେଶର ନାଗରୀକମାନଙ୍କୁ ଅପିଲ୍ କଲେ ଯେ ସପ୍ତାହରେ ଗୋଟିଏ ଓଳି ଖାଦ୍ୟ ନ ଖାଇ ଓପାସ କରିବା ପାଇଁ। ଏପରି ଅପିଲ୍ କରିବା ପୂର୍ବରୁ ସେ ତାଙ୍କ ଘରେ ଏହି ନିୟମକୁ କାର୍ଯ୍ୟକାରୀ କରେଇ ଥିଲେ ଏବଂ ତାଙ୍କ ଘରର ସମସ୍ତ ସଦସ୍ୟ ସପ୍ତାହରେ ଗୋଟିଏ ଓଳି ଓପାସରେ ରହୁଥିଲେ।

ଏବେ ତାଙ୍କ ଅର୍ଦ୍ଧାଙ୍ଗିନୀ ଲଳିତା ଶାସ୍ତ୍ରୀଙ୍କ ବିଷୟରେ କିଛି ଜାଣିବା ନିହାତି ଦରକାର ଅଟେ। କାରଣ ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ଗୋଟିଏ ସ୍ତ୍ରୀ ର ହିଁ ହାତ ଥାଏ। ମିର୍ଜାପୁରର ଗଣେଶ ପ୍ରସାଦ ଙ୍କର ଝିଅ ଥିଲେ ଳଳିତା ଶାସ୍ତ୍ରୀ। ତାଙ୍କର ପିଲା ଦିନର ନାମ ଥିଲା ଲାଲମଣୀ। ୧୯୨୮ ମସିହା ମେ ମାସ ୧୬ ତାରିଖ ଦିନ ମାତ୍ର ୧୮ ବର୍ଷ ବୟସରେ ଲାଲମଣୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କୁ ବିବାହ କଲେ। ଯେତେବେଳେ ସେ ଏ ଘରକୁ ଆସିଲେ ସେ ସମୟରେ ପ୍ରାୟତଃ ତାଙ୍କ ସ୍ୱାମୀ ଜେଲରେ ହିଁ ରହୁଥିଲେ। ଲୋକସେବକ ମଣ୍ଡଳ ତରଫରୁ ମିଳୁଥିବା ୪୦ ଟଙ୍କାରେ ସେ ଘର ଚଳେଇବାରେ ଅଭ୍ୟସ୍ତ ହୋଇ ଯାଇଥିଲେ। ସ୍ୱାମୀ ଙ୍କ ନୀତି, ଆଦର୍ଶ ର ବିରୁଦ୍ଧାଚରଣ ସେ କେବେ କରି ନ ଥିଲେ। ସ୍ୱାମୀ ରେଳ ବିଭାଗର ମନ୍ତ୍ରୀ ହେଲେ, ଗୃହ ମନ୍ତ୍ରୀ ହେଲେ, ପ୍ରଧାନ ମନ୍ତ୍ରୀ ହେଲେ। କିନ୍ତୁ ତାଙ୍କ ମନରେ କୌଣସି ଅହଙ୍କାର ନ ଥିଲା କି ଗର୍ବ ନ ଥିଲା। ସେ ସବୁ ଦିନେ କୋଇଲା ଆଞ୍ଚରେ ଘରେ ରୋଷେଇ କରୁଥିଲେ। ସ୍ୱାମୀ ଏବଂ ପୁତ୍ରକୁ ନିଜ ହାତର ରନ୍ଧା ଖାଦ୍ୟ ଖାଇବାକୁ ଦେଇ ଅପାର ଖୁସି ସାଁଉଟୁ ଥିଲେ।

ସ୍ୱାମୀ ରେଳ ବିଭାଗର ମନ୍ତ୍ରୀ ଥିବା ସମୟରେ ଯେଉଁ ପୁରୁଣା କାଳିଆ ଘରଟିଏ ପାଇଥିଲେ, ସେହି ଘରେ ଗୃହ ମନ୍ତ୍ରୀ ଥିବା ସମୟରେ ଏବଂ ପ୍ରଧାନ ମନ୍ତ୍ରୀ ଥିବା ସମୟରେ ମଧ୍ୟ ସେ ରହିଥିଲେ। ପ୍ରଧାନ ମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଭବ୍ୟ ମହଲ କୁ ତାଙ୍କ ସ୍ୱାମୀ ଯାଇ ନ ଥିଲେ କି ଲଳିତା ଶାସ୍ତ୍ରୀ ନିଜ ସ୍ୱାମୀ ଙ୍କ ଉପରେ ନୂଆ ମହଲ ପାଇବା ପାଇଁ କୌଣସି ଚାପ ପ୍ରୟୋଗ କରି ନ ଥିଲେ। ଲଳିତା ଙ୍କ ଦର୍ଶନ ଥିଲା ଏହି ଘରକୁ ଆୟୁଷ ନାହିଁ, ଏତେ ବଡ଼ ଘର ନେଇ କରିବି କଣ? ତାଙ୍କ ପୁଅ ର ମନ ହେଲା ଗୋଟିଏ କାର୍ କିଣିବାକୁ। ବାପା ପ୍ରଧାନ ମନ୍ତ୍ରୀ ଥାଆନ୍ତି। କାର୍ କିଣିବାକୁ ପାଖରେ ଟଙ୍କା ନ ଥିଲା। ମୋଟେ ପାଖରେ ଥିଲା ୭ ହଜାର ଟଙ୍କା। ଗୋଟିଏ ଫିଆଟ୍ କାର୍ ର ସୋ ରୁମ୍ ରୁ ବୁଝିଲେ କାର୍ ର ଦାମ୍ ୧୨ ହଜାର ଟଙ୍କା ପଡ଼ିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୫ ହଜାର ଟଙ୍କା ଋଣ ଆଣି ଲଳିତା ଓ ପୁଅ ପାଇଁ କାର୍ ଟିଏ କିଣିଲେ। ଦୁର୍ଭାଗ୍ୟକୁ ୧୧ ଜାନୁଆରୀ ୧୯୬୬ ମସିହାରେ ତାସକେଣ୍ଟ୍ ଚୁକ୍ତି ସହିତ ଲାଲବାହାଦୁର ଶାସ୍ତ୍ରୀଙ୍କର ନିଧନର ଖବର ଆସି ପହଞ୍ଚିଲା। ସେ ସମୟ ପର୍ଯ୍ୟନ୍ତ କାର୍ ପାଇଁ କରିଥିବା ଋଣ ପରିଶୋଧ ହୋଇ ନଥିଲା।ଲଳିତା ଶାସ୍ତ୍ରୀ ନିଜ ପେନସନ୍ ଟଙ୍କାରୁ ପରବର୍ତ୍ତି ସମୟରେ ସେ ଋଣର ପରିଶୋଧ କଲେ।

ଲଳିତା ଶାସ୍ତ୍ରୀ ଙ୍କର ଆଉ ଗୋଟିଏ ସୁଗୁଣ ଥିଲା ଯାହାକୁ ଖୁବ୍ କମ୍ ଲୋକ ଜାଣିଛନ୍ତି। ସେ ଥିଲେ ଜଣେ ସହଜାତ କବୟିତ୍ରୀ। ଯେତେବେଳେ ଘର କାମରୁ ଫୁରସତ୍ ମିଳୁଥିଲା ସେ କବିତା ଲେଖୁଥିଲେ। କିନ୍ତୁ ବଡ଼ ଦୁଃଖର କଥା ତାଙ୍କର ଲେଖା ଗୁଡ଼ିକ ପାଣ୍ଡୁଲିପି ଆକାରରେ ରହିଗଲା। ଅର୍ଥାଭାବ ରୁ ପ୍ରକାଶିତ ହୋଇ ପାରିଲା ନାହିଁ। ତାଙ୍କର ଲିଖିତ ଦୁଇଟି ହିନ୍ଦୀ ଭାଷାରେ ଭକ୍ତି ସଙ୍ଗୀତ ଲତାମଙ୍ଗେଶକର ଗାଇଛନ୍ତି। ସ୍ୱର ଦେଇଛନ୍ତି ଚିତ୍ରଗୁପ୍ତ। ସେ ଗୁଡ଼ିକ ହେଲେ – 1. बता दे कोई मोरे श्याम की डगरिया। 2. भोला भोला रटते रटते। ଯେଉଁମାନେ ଏ ଦୁଇଟି ଗୀତକୁ ଶୁଣିଛନ୍ତି ସେମାନଙ୍କୁ ଲଳିତା ଶାସ୍ତ୍ରୀଙ୍କର ଅନ୍ତର ର ଭକ୍ତି ଭାବନା କୁ ବୁଝିବାକୁ ଡ଼େରି ଲାଗିନଥିବ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଲାଲ ବାହାଦୁର ଶାସ୍ତ୍ରୀ ଏବଂ ତାଙ୍କ ଧର୍ମପତ୍ନୀଙ୍କର ଜୀବନୀକୁ ଭଲ ଭାବରେ ଅନୁଧ୍ୟାନ କଲେ ମନରେ ସ୍ୱତଃ ଏହି ଭାବନା ଆସିବ – “ରାଜନେତା ହେବ ତ ଲାଲବାହାଦୁର ଙ୍କ ପରି, ଅର୍ଦ୍ଧାଙ୍ଗିନୀ ହେବ ତ ଲଳିତା ଙ୍କ ପରି।“

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

The Mahatma
Opinion

ମହାତ୍ମା

by Kiran Seth
October 2, 2026

କିରନ ସେଠ୍, ଦିଲ୍ଲୀ, ୨ ଅକ୍ଟୋବର ୨୦୨୬ (ମୂଳ ଇଂରାଜି ଲେଖା କୁ ଧନଦାକାନ୍ତ ମିଶ୍ର ଓଡ଼ିଆ କୁ ଅନୁବାଦ କରିଛନ୍ତି।) ଆମେ ତାଙ୍କୁ ଜାତିର ପିତା...

Read more
The Mahatma

The Mahatma

October 2, 2026
The Many Faces of Ageing: Why Empathy Must Lead Our Response

The Many Faces of Ageing: Why Empathy Must Lead Our Response

October 1, 2026
Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

September 12, 2026
Third EyeWhen the Referee becomes part of the Game!

Third Eye
When the Referee becomes part of the Game!

September 5, 2026
Why Frequent Use of the Term “Civilisational History” Needs Regular Unpacking?

Why Frequent Use of the Term “Civilisational History” Needs Regular Unpacking?

September 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.