ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଅକ୍ଟୋବର, ୨୦୨୬
ମାହାଙ୍ଗା ଅଞ୍ଚଳର ଲୋକପ୍ରିୟ ରାଜନେତା, ବିଶିଷ୍ଟ ବାଗ୍ମୀ, ସୁସହିତ୍ୟିକ, ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ, ବାଚସ୍ପତି ତଥା ପୂର୍ବତନ ସାଂସଦ ଶରତ କୁମାର କରଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶରତ କୁମାର କରଙ୍କୁ ମାହାଙ୍ଗା ବାସୀଙ୍କ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହି ଉପଲକ୍ଷେ ଶରତ କର ଓ ଅନିମା କର ଫାଉଣ୍ଡେସନ, ମାହାଙ୍ଗା ମୈତ୍ରୀ ମଞ୍ଚ, ଶରତ ପ୍ରେମୀ ପରିବାର , ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ, ଗଣକବି ସ୍ମୃତି ସାଂସଦ ଏବଂ ମାହାଙ୍ଗା ଅଞ୍ଚଳର ଅନେକ ଅନୁଷ୍ଠାନ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଆଜି ୧୨ ଅକ୍ଟୋବର (ସୋମବାର) ପୂର୍ବାହ୍ନ ୧୦ ଘଟିକା ରେ ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ, କୁଆଁପାଳ ସମ୍ମୁଖସ୍ଥ ଦିବଂଗତ ନେତା ଶରତ କରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ, ଧୂପ ଦୀପାର୍ଘ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଶରତ କରଙ୍କ ସୁପୁତ୍ର ସମାଜସେବୀ ଶୋଭନ କରଙ୍କ ସମେତ ସ୍ଥାନୀୟ ଶତାଧିକ ବରିଷ୍ଠ ବୁଦ୍ଧିଜୀବି, ଗ୍ରାମ୍ୟ ମୂରବୀ, ବିଭିନ୍ନ ପଞ୍ଚାୟତର ପୂର୍ବତନ ଜନ ପ୍ରତିନିଧି , ବରିଷ୍ଠ ନାଗରିକ, ଯୁବ ଛାତ୍ର ରାଜନୈତିକ ନେତୃବୃନ୍ଦ ତଥା ଶରତ ପ୍ରେମୀ ପରିବାର ର ସଦସ୍ୟ ଉପସ୍ଥିତ ରହି ପ୍ରିୟ ନେତା ଶରତ କୁମାର କରଙ୍କ ସ୍ମୃତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।






