• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଅକ୍ଟୋବର ୨ ର ମହତ୍ତ୍ୱ

ଅକ୍ଟୋବର ୨ ର ମହତ୍ତ୍ୱ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ୨ ଅକ୍ଟୋବର ୨୦୨୨

ପବିତ୍ର ଭାରତ ବର୍ଷକୁ  ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ପାଇଁ ଯେଉଁ କେତୋଟି ଉଜ୍ଜ୍ୱଳ ଜ୍ୟୋତିଷ୍କ ଉଦଭାସିତ ହୋଇ ସମଗ୍ର ବିଶ୍ୱକୁ ଦେଖାଇଥିଲେ ସତ୍ୟ, ଶାନ୍ତି, ଦୟା, କ୍ଷମା, ତ୍ୟାଗ ଓ ଅହିସାଂର ପଥ, ସେମାନଙ୍କ ମଧ୍ୟରୁ ସତ୍ୟ ଓ ଅହିସାଂର ପୂଜାରୀ, ଦୁଃଖୀ ନିପୀଡ଼ିତ ଅସହାୟର ବନ୍ଧୁ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ, ଜାତିର ଜନକ ମହତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେଓ ଏହାର ୩୫ ବର୍ଷ ପରେ ଅର୍ଥାତ୍ ୧୯୦୪ ଅକ୍ଟୋବର ୨ ତାରିଖରେ ଜନ୍ମ ନେଇଥିବା ଜଣେ କୂଶଳୀ କୁଟନୀତିଜ୍ଞ, ରାଷ୍ଟ୍ରପ୍ରେମୀ, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଗୁଣଗ୍ରାହୀ, ଜୟ ଜବାନ-ଜୟ କିଷାନର ସ୍ରଷ୍ଟା ତଥା ଗାନ୍ଧି ନୀତିର ଏକନିଷ୍ଠ ସାଧକ, ଶାନ୍ତିର ଦୂତ ଲାଲ ବାହାଦୂର ।

ଆବାହମାନ କାଳରୁ ଭାରତୀୟ ସଂସ୍କୃତି ଓ ପରଂପରାରେ ସତ୍ୟ ଓ ଅହିଂସା, ପରମ ଧର୍ମ ରୂପେ ରହିଆସିଛି । ସେମାନେ ବୁଝିଥିଲେଯେ ବ୍ରିଟିଶ କବଳରୁ ଭାରତ ମାତାକୁ ମୁକୁଳେଇ ସ୍ୱାଧିନ ଭାରତର ସୁଶୃଙ୍ଖଳିତ, ସଂହତି ଓ ଶାନ୍ତିକାମୀ ସମାଜ ପ୍ରତିଷ୍ଠା  କରିବା ପାଇଁ ପ୍ରଥମେ ସତ୍ୟ ଓ ଅହିସାଂକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ପଡିବ ।

ସେ ହୃଦୟଙ୍ଗମ କରିଥିଲେଯେ ଯୁଦ୍ଧଖୋର ରକ୍ତଲୋଲୁପ ସମ୍ରାଟ ଅଶୋକ କଳିଙ୍ଗ ମହାସମରରେ ଲକ୍ଷ ଲକ୍ଷ ସୈନିକଙ୍କୁ ହତ୍ୟା କରି ଯୁଦ୍ଧରେ ବିଜୟ ଲାଭ କରି, ପରବର୍ତ୍ତୀ ମୁହୂର୍ତ୍ତରେ “ବୁଦ୍ଧଂ ଶରଣଂ ଗଚ୍ଛାମୀ” ଅହିସାଂ ବାଣୀରେ ଉଦଭାସିତ ହୋଇଥିଲେ । ସେ ଅନୁଭବ କରିଥିଲେଯେ ହିସାଂ ପ୍ରଣୋଦିତ ତରବାରିର ଜୟ, ଜୟ ନୁହେଁ – ହୃଦୟର ଜୟ ହିଁ ପ୍ରକୃତ ଜୟ । ଅହିସାଂ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ଇଶ୍ୱରପୁତ୍ର ଯୀଶୁ ଓ ମହାପୁରୁଷ ମହମ୍ମଦଙ୍କ ଜୀବନରେ ଜ୍ୱଳାଯନ୍ତ୍ରଣା ଓ ଘାତପ୍ରତିଘାତ ସହି ଅହିସାଂକୁ କିପରି ପ୍ରଧାନ ଆୟୁଧ ରୂପେ ଗ୍ରହଣ କରିଥିଲେ ତାହା ସେ ମର୍ମେ ମର୍ମେ ବୁଝିଥିଲେ । ଏହାକୁ ଅନୁସରଣ କରି ସତ୍ୟ ଓ ଅହିଂସାରେ ରହି ସମଗ୍ର ଭାରତ ବର୍ଷକୁ ଏକଜୁଟ କରି ଭାରତକୁ ସ୍ୱାଧିନତା କରିବାରେ ମୁଖ୍ୟ ଭୂମିକା ନେଇ ସେ ସଫଳତା ହାସଲ କରିଥିଲେ । ଏଥିରେ ଗାନ୍ଧିବାଦ ଓ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ପ୍ରତି ଥିବା ବିଶ୍ୱବାସୀଙ୍କର ଅତୁଟ ବିଶ୍ୱାସର ବହୁ ଜ୍ୱଳନ୍ତ ପ୍ରମାଣ ରହିଗଲା । ତାଙ୍କ ଚିନ୍ତାଧାରା, ଆଦର୍ଶ, ଦର୍ଶନତତ୍ତ୍ୱ, ଜୀବନଶୈଳୀ, ଚେତନା ଓ କାର୍ଯ୍ୟଶୈଳୀ ପ୍ରଭୃତି ସମଗ୍ର ବିଶ୍ୱରେ ଏକ ଅଭିନବ ମତବାଦକୁ ଜନ୍ମ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହା ଆଜି ଗାନ୍ଧୀବାଦ ନାମରେ ଅଧିକ ପରିଚିତ ଏବଂ ସର୍ବଜନ ଆଦୃତ । ଅହିଂସା ତାଙ୍କର ପରମ ଧର୍ମ, ସତ୍ୟ ତାଙ୍କ ପାଇଁ ସିନ୍ଧାନ୍ତ ଓ ମାନବ ଧର୍ମର ସେ ଥିଲେ ଅଦ୍ୱିତୀୟ ଦେବଦୂତ ।

ବିଭିନ୍ନ ସମୟରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଆମେରିକାର ମାର୍ଟିନ ଲୁଥର କିଙ୍ଗ(ଜୁନିଅର), ତିବ୍ବତର ଧର୍ମଗୁରୁ ଦଲାଇଲାମା, ଦକ୍ଷିଣ ଆଫ୍ରିକାର ନେଲସନ ମାଣ୍ଡେଲା, ସୀମାନ୍ତ ଗାନ୍ଧୀ ଅବଦୁଲ ଗଫର ଖାଁ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରମୁଖ ଗାନ୍ଧିଜୀଙ୍କ ଗୁଣଗାନ କରି ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି ଯେ ସେମାନେ ସମସ୍ତେ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇଥିଲେ । ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନ ଗାନ୍ଧିଜୀଙ୍କୁ ଉଚ୍ଚ ସମ୍ମାନ ଦେଉଥିଲେ ଏବଂ ତାଙ୍କୁ ଆଗାମୀ ପୀଢିର ଆଦର୍ଶ ବୋଲି ଉଲ୍ଲେଖ କରିଥିଲେ । ସେ ଭାରତୀୟ ଗଣତନ୍ତ୍ରର ସମନ୍ୱୟ ପ୍ରକ୍ରିୟାର ଜଣେ ଅଗ୍ରଣୀ ବଳିଷ୍ଠ ପ୍ରତିନିଧି ଓ ସତ୍ୟ, ଅହିସାଂର ପୂଜାରୀ ବୋଲି ସେମାନେ ବର୍ଣ୍ଣନା କରିଛନ୍ତି । 2007 ମସିହାରେ ଜାତିସଂଘରେ ସ୍ୱୀକୃତି ଲାଭ କରି ସମଗ୍ର ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ଦିବସକୁ (ଅକ୍ଟୋବର ୨) ବିଶ୍ୱ ଅହିଂସା ଦିବସ ଭାବେ ପାଳନ କରାଯାଉଅଛି ।

ସେହିପରି ତାଙ୍କର ପଟ୍ଟଶିଷ୍ୟ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୀବନ ଶୈଳୀ ଥିଲା ବହୁତ ସରଳ ଓ ନିରାଡ଼ମ୍ବର । ଗାନ୍ଧିଜୀଙ୍କ ବାଣୀକୁ ଗୁରୁମନ୍ତ୍ରରୂପେ ଗ୍ରହଣ କରି ସତ୍ୟ ଓ ଅହିସାଂକୁ ଆଦରି ନେଇ ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇ ଅନେକ ବାର ଜେଲ ଯାଇଥିଲେ । ଜବାହରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ରେଳବାଇ ମନ୍ତ୍ରୀ  ଓ ପଣ୍ଡିତ ନେହେରୁଙ୍କ ପରେ ଭାରତର ସର୍ବୋଚ୍ଚ ଆସନ ଅର୍ଥାତ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ସମୟରେ ୧୯୬୫ ମସିହାରେ ହୋଇଥିବା ଭାରତ ଓ ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟଲାଭ କରିଥିଲା । ଦେଶକୁ ଶତ୍ରୁଦାଉରୁ ରକ୍ଷା କରିବାରେ ସେ କଠୋରପନ୍ଥୀ ଥିଲେ । ତାଙ୍କ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ (ରୁଷିଆର ତାସକେଣ୍ଟ) ତାସକେଣ୍ଟ ଚୁକ୍ତି ଥିଲା ଉଲ୍ଲେଖନୀୟ । ସେ ଜାଣିଥିଲେଯେ, ଦେଶର ଓ ନିରାପତ୍ତା ପାଇଁ ସୈନିକର ଭୂମିକା  ଅତୁଳନୀୟ । ମାଟି ମା ର ସେବା କରି ଦେଶକୁ ଖାଦ୍ୟ ଯୋଗାଇବା ସହ ଅର୍ଥନୈତିକ ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଦେଶର କୃଷକ । ତେଣୁ ତାଙ୍କ ସମ୍ମାନାର୍ଥେ ଲାଲବାହାଦୂରଙ୍କ  ଜୟ ଜବାନ ଜୟ କିଷାନ ଉକ୍ତିର ଅର୍ଥ ଯଥାର୍ଥ   ଅଟେ । ସେ ଭାରତର ସର୍ବୋଚ୍ଚ ବେସାମରିକ ଉପାଧି ଭାରତ ରତ୍ନ (୧୯୬୬ ମସିହାରେ)ରେ  ଭୂଷିତ ହୋଇଥିଲେ । ଆଜି ସମଗ୍ର ବିଶ୍ୱ ଗାନ୍ଧିଜୀ ଓ ଲାଲବାହାଦୁରଙ୍କ କାର୍ଯ୍ୟଶୈଳୀକୁ ପ୍ରଣିପାତ କରୁଛି ।

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Gen Z: The Powerhouse of Future India
Opinion

Gen Z: The Powerhouse of Future India

by Dr. Stalin Mishra
August 25, 2026

Dr. Stalin Mishra, Bhubaneswar, 25 August 2026 Every era presents a nation with a defining question. For India, the question is...

Read more
MMDR Amendment: Odisha’s mineral wealth and the price of federalism

MMDR Amendment: Odisha’s mineral wealth and the price of federalism

August 23, 2026
How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

August 10, 2026
Jay’s Thoughts: Gen Z – the new Jeans?

Jay’s Thoughts:
Gen Z – the new Jeans?

August 10, 2026
Pariksha Pe Charcha: How the Examination Conquered the World—and India

Pariksha Pe Charcha: How the Examination Conquered the World—and India

August 9, 2026
Eighty Years in Fast Forward

Eighty Years in Fast Forward

August 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.