• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧିରେ ପତ୍ର ପତ୍ରିକାର ଭୂମିକା

ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧିରେ ପତ୍ର ପତ୍ରିକାର ଭୂମିକା
Share on FacebookShare on Xshare on Whatsappshare on Linkedin
ରାମଚନ୍ଦ୍ର ଦାଶ, କଟକ, ୧୩ ଫେବୃଆରୀ ୨୦୨୩

ଗୋଟିଏ ଜାତିର ଭାଷା ସାହିତ୍ୟ ହେଉଛି ସେହି ଜାତିର ସମାଜ ଜୀବନର ଦର୍ପଣ । ଏଇ ଦର୍ପଣରେ ଗୋଟିଏ ଜାତି ରାତି ପାହିଲେ ତାର ମୁହଁ ଦେଖେ | ପରିତୃପ୍ତି ଲଭେ ଓ ଦିବସର କର୍ମ ସଂପାଦନ ପାଇଁ ବାହାରି ପଡ଼େ। ମନ ଓ ଆତ୍ମାର ସ୍ଵପ୍ନ ପାଇଁ ସଫଳତା ଲାଭକରେ ।

ଆମ ଭାଷା ସାହିତ୍ୟ, ବିଶ୍ଵ ଭାଷା ସାହିତ୍ୟର ପରମ୍ପରା ଭଳି ଅତି ପ୍ରାଚୀନ । ଏଥିରେ ଆମ ସମାଜ ଜାବନର ସ୍ବୀକାରୋକ୍ତି ଥାଏ । ଆହ୍ୱାନରେ ଆଏ ପ୍ରତି ମଣିଷକୁ ଭାଇଚାରାର ଆମନ୍ତ୍ରଣ । ବିଶ୍ୱ ପ୍ରେମ ଓ ସଦ୍ ଭାବର ବାର୍ତ୍ତା ଦେଇ ଏହା ଅନ୍ୟ ହୃଦୟ କୁ ସ୍ନେହରେ ବାନ୍ଧି ଦିଏ। ସାହିତ୍ୟରେ ଭାଷାର ଶବ୍ଦ ଗୁଡ଼ିକୁ ଫୁଲ କରି ଓ ଏଥିରେ ଗଜରା ମାଳଟିଏ ତିଆରି କରି ମାତୃଭୁମିର ଗଳାରେ ଲମ୍ବାଇ ଦେଇ ପାରିଲେ ଜଣେ ସାହିତ୍ୟିକ ନିଜକୁ ଧନ୍ୟ ମନେ କରେ । ଏମିତି ଏକ ସାତ୍ଵିକ ଆହ୍ୱାନକୁ ସାମ୍ନାରେ ରଖି ଜଣେ ସାହିତ୍ୟିକ ତାର ସାହିତ୍ୟ କ୍ରମ ଆରମ୍ଭ କରିଥାଏ । ସେଇ ଜାତି ଓ ସମାଜର ସାମଗ୍ରିକ ଜୀବନ ରଙ୍ଗ ଏଥରେ ପ୍ରତି ଫଳିତ ହୁଏ । ତତ୍ତ୍ୱ ସମ୍ବଳିତ ପ୍ରଭାବଶାଳୀ ସାହିତ୍ୟିକଟିଏ ସାରା ବିଶ୍ଵ ମନକୁ ରୂପ, ରସ ଓ ଗନ୍ଧରେ ମୁଗ୍ଧ କରିଦିଏ।

ଆମ ଭାଷା ସାହିତ୍ୟର ବିକାଶ ଓ ବିସ୍ତାର କିମ୍ବା ପ୍ରଚାର ଓ ପ୍ରସାର ପାଇଁ ଏକ ମାଧମ ନିଶ୍ଚୟ ଲୋଡ଼ା ହୋଇଥାଏ । ଏଥି ପାଇଁ ଆମ ମାଟିରେ ବହୁ ପୁରାତନ କାଳରୁ ବହୁ ନାନାବିଧ ଉପାୟ ଅବଲମ୍ବନ କରାଯାଇଥିଲା । ଲେଖିବା ପାଇଁ କାରକ ଓ କଲମ ନଥିଲା କିମ୍ବା ପ୍ରକାଶ ପାଇଁ ଛାପା ଖାନା ନଥିଲା ବେଳେ ଆମ ଭାଷାର ଭାଷ୍ୟକାର ମାନେ ତାଳ ପତ୍ରଜୁ ପୋଥି କରି ଲୁହାରେ ତିଆରି ଲେଖନୀ ମୁନରେ ଏହି ଭାଷାର ମହାଭାବକୁ ବ୍ୟକ୍ତ କରୁଥିଲେ ଓ ଭାଗବତ ଟୁଙ୍ଗି କିମ୍ବା ଅନେକ ସାମାଜିକ ଅନୁଷ୍ଠାନ ଦ୍ଵାରା ଆମ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର କରାଉଥିଲେ । ପରାଧିନତା କାଳରେ ମଧ୍ୟ ନାନା ବାଧା ଓ ବିରୋଧ ସତ୍ୱେ ତତ୍‌ କାଳିନ ଭାଷାବିତ୍‌ ମାନେ ସେହି ସାଧୁ ଉଦ୍ୟମ ଜାରିରଖିଥିଲେ । ଆମ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପତ୍ର ପତ୍ରିକା ମାନ ପ୍ରକାଶ କରୁଥୁଲେ । ତତ୍‌ କାଳିନ ପତ୍ର ପତ୍ରିକା ଗୁଡ଼ିକ ବେଶ ସମୃଦ୍ଧଶାଳୀ ଜନ ଜାଗରଣର ଭୂମିକା ଗ୍ରହଣ କରି ଆତ୍ମ ପ୍ରକାଶ କରିଥିଲା ।

ଆଜି ଆମେ ଓ ଆମ ଭାଷା ସାହିତ୍ୟ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ । ଏଥିରେ ପୂର୍ଣ୍ଣ ମାତ୍ରାରେ ସ୍ୱାଧୀନ ଆବେଗ ଓ ଆହ୍ୱାନ ରହିଛି । ବିଶ୍ଵ ସାହିତ୍ୟର ପ୍ରଗତି ସହିତ ପାଦ ବଢ଼େଇ ଆମ ଭାଷା ସାହିତ୍ୟ ସମ ତାଳରେ ଆଗେଇ ଚାଲିଛି । ବହୁ ରୁଚିପୂର୍ଣ୍ଣ ଢଙ୍ଗରେ ଆମ ସାହିତ୍ୟ ପ୍ରତି ଯେଉଁ ଅନୁରାଗ ଆତ୍ମ ପ୍ରକାଶ କରୁଛି, ସେଥିପାଇଁ ଆମ ଭାଷାର ପତ୍ର ପତ୍ରିକା ଗୁଡ଼ିକ ଗୁରୁ ଗୌରବ ଗ୍ରହଣ କରୁଛନ୍ତି । ଆତ୍ମା ଭାଷାର କଥା କୁହା ମାଧ୍ୟମ ହୋଇ ଉଡ଼ି ବୁଲୁଛନ୍ତି । ଏହା ଦ୍ଵାରା ପ୍ରତି ଦିନ ଆମ ସମାଜର ମୁହଁ ଏହି ଦର୍ପଣରେ ପରିଷ୍କାର ହୋଇ ଦିଶୁଛି ।

ମାତ୍ର ଦୁଃଖ ଏହି ଯେ ବହୁ ପତ୍ର ପତ୍ରିକା ଗୁଡ଼ିକ ନିଜକୁ ରକ୍ଷଣଶୀଳ ଢଙ୍ଗରେ ସାମନ୍ତବାଦୀ ଓ କୁଳିନ ସମ୍ପ୍ରଦାୟର ହୋଇ ରହିଯାଉଛନ୍ତି । ଯାହା ଫଳରେ ବହୁ ଜ୍ଞାନୀ, ଗୁଣି ଓ ମୂଲ୍ୟ ବୋଧର ସାହିତ୍ୟିକ ମାନେ ନିଜର ସାହିତ୍ୟ କର୍ମକୁ ଏଥିରେ ପ୍ରକାଶିତ କରିପାରୁନାହାଁନ୍ତି । କାରଣ ସେମାନେ ଦୁଃଖୀ ଓ ଅଭାଗୀ। ସେମାନଙ୍କ ହାତଚିକ୍କଣ କରିବା ପାଇଁ ତେଲ ନାହିଁ । ଅନେକ ସାହିତ୍ୟ ଅନୁଷ୍ଠାନ ଓ ପତ୍ର ପତ୍ରିକା ଗୁଡ଼ିକ ଏହି ଢଙ୍ଗରେ ଚାଲୁଥିବାରୁ ଆମ ସାହିତ୍ୟ ରୁଗଣ ହେବାକୁ ଲାଗିଛି । ଓଡ଼ିଶାର ସବୁ ଭାବକୁ ଆନ୍ତରିକତା ସହିତ ଗ୍ରହଣ କରି ଏକ ମହାଭାବର ଓଡ଼ିଆ ପତ୍ର ପତ୍ରିକା ପାଇଁ ମୁଁ ଆହ୍ୱାନ ଦେଉଅଛି । ତାହା ହେଲେ ଆମ ପତ୍ର ପତ୍ରିକା ସମୃଦ୍ଧ ହେବ ରୁଗଣ ନହୋଇ ସମକାଳିନ ସାମର୍ଥ୍ୟ ଲାଭ କରି ବିଶ୍ଵ ସାହିତ୍ୟ ପାଖରେ ନିଜର ନିର୍ଭୀକତା ଓ ତତ୍ୱ ଦର୍ଶିତା ପ୍ରମାଣିତ କରିପାରିବ।

ରାମଚନ୍ଦ୍ର ଦାଶ

ରାମଚନ୍ଦ୍ର ଦାଶ

ସାମ୍ବାଦିକ ଓ ସ୍ତମ୍ଭକାର,
ସାରସ୍ଵତ ଭବନ, ଅକରପଡା
ମାହାଙ୍ଗା, କଟକ
ମୋବାଇଲ୍ ନଂ - 8457991317
E-MAIL ID - ramachandradash71@gmail.com

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.