• About
  • Contact
Sunday, December 7, 2025
Sunday, December 7, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନରରାକ୍ଷସ

ନରରାକ୍ଷସ
Share on FacebookShare on Xshare on Whatsappshare on Linkedin
ସ୍ମୃତି ଦାସ, ବାଲେଶ୍ଵର, ୧୬ ମାର୍ଚ୍ଚ ୨୦୨୩

ଆସ ଆସ ଖୋଲା ଅଛି ମୋ‌ ମେଖଳା
ମୁଁ ବିନ୍ଧାଣି, ମୁଁ କୁଶଳୀ
ଆଙ୍କି ତୂଳୀ ତଳ୍ପ ବିଛାଇଛି ଗୋଲାପର ଶେଜ
ନିଃଶ୍ କଣ୍ଟକ ରାଜ୍ୟ ଭୋଗ ।।୧

ଅପାର ମୋ ପାରାବାର ମୁଁ ଭବ ସାଗର
ଶୁଣିଛ କି ମୋ ନାଦ, ମୁଁ ବିଶ୍ବ ବ୍ରହ୍ମାଣ୍ଡ ମୁଁ ସର୍ବ କାୟା ଅଗୋଚର ମୋ ମାୟା
ମୁଁ ବାଣ ଭେଦେ ମୁଁ ମହ ମହ
ବାସେ ।।୨

ଲୁଚି‌ଲୁଚି କାୟା ବିସ୍ତାର ରେ ମୁଁ ମୋହ ଜାଗାଏ
ଜାଗ ଜାଗ ଭକ୍ତ ଗଣ ମୁଁ ଭଗବାନ
ଶରଣ ନିଅ ମୋ ଚରଣ ତଳେ
ମୁଁ ପରିତ୍ରାଣ ମୁଁ ସମ୍ଭବାମି
ଏ ଯୁଗେ।। ୩

ଆଃ….. ତୂଳୀ ତଳ୍ପ ଶେଜ ନୁହଁ ଏ ତ ହେମାଳ ପ୍ରଦେଶ
ଶୁଭୁଛି ପୁଣି କୁଟିଳ କୁନ୍ତଳ ହସ
କିଏ ସେହି ଶକୁନି ପଶାକାଠି କରେ ସଜ ।।୪

ତେଣୁ ନିତ୍ୟ ନୈମିତ୍ତ୍ୟେ ଏ ଜୀବନେ
ଭକ୍ତ ଯେ ତ୍ରାହି ତ୍ରାହି ଡାକ ଦେଇ
କଇଁ କଇଁ କାନ୍ଦୁଥାଏ
ରୁଣୁଝୁଣୁ ଚୂଡି ଆଉ ସିନ୍ଦୂର ର ଧାରେ।।୫

ଗୁଟି ଚାଲେ ପଶାଘରେ ପଶା କାଠି ଖେଳ ସାଥେ
ଜିତାପଟ୍ଟ ଅଟ୍ଟହାସ୍ୟେ ଜୀବନ ଲାଗିଛି ବାଜି
ଶୁଭୁଛି ଭେରୀ ଅସ୍ତ୍ର ସଙ୍ଗେ ଶସ୍ତ୍ର ଭିଡ଼ି ଆସୁଛି ମାଡ଼ି ମରଣର
ଯନ୍ତା ସାଜି ।।୬

ଅଖଣ୍ଡେ ବିଶ୍ୱାସେ ଶୋଇଛି ଜୀବନ ନେଇ ଯେ ଶରଣ
ଆସ ଆସ ହରି ନାରାୟଣ
ମୁଁ ପୁଣି ଲଭିବି ଜୀବନ ଲବ୍ଧ ହେବ ଯେବେ ତବ କୃପାସିନ୍ଧୁ ।।୭

ଆସିଲେନି କୃପାସିନ୍ଧୁ କୃପଣ ସାଜି ଲେ କୃପାଣ ଭିଡିଲା ସେ ମୋ ଦେହେ ବିଦାରିଲା
ହୃଦୟ ରୁ ବୋହିଲା ରୁଧିର ରୁଦ୍ଧିମନ୍ତ ହେଲା ଜୀବନ ଦ୍ବାର।।୮

ହେ ଦ୍ବାରିକାଧିଶ୍ବର ପ୍ରାଣରଖ ପ୍ରାଣରଖ ହେ ନରେଶ
ନରରୂପି ରାକ୍ଷସ ବିଷ୍ଫାରିଲା ମୋ ପ୍ରାଣ
ନିଃସ୍ତେଜ ହୋଇ ଲି ମୁଁ ନିଃଶେଷ ହେଲା ଜୀବନ
ଘନ ଘୋର ବିପତ୍ତି ର ଏକ ଯେ ବିଷମ କାଳ ।।୯

ଦୀର୍ଘ ଶ୍ଵାସ ମୋ ବିଶ୍ବାସ ସବୁ ହେଲା ଲୀନ
ତା ପଶାକାଠି ପଶା ଘରେ ମୁଁ ହେଲି ବିଲୀନ।। ୧୦

ସ୍ମୃତି ଦାସ

ସ୍ମୃତି ଦାସ

ଓଡ଼ିଆ ଏମ୍.ଏ, ବାଲେଶ୍ଵର।
ଫକୀର ମୋହନ ପରିଷଦର ଆଜୀବନ ସଦସ୍ୟା, ନୃତ୍ୟ ସଂଗୀତ କଳା ମନ୍ଦିରର କାର୍ଯ୍ୟ କାରୀ ସଦସ୍ୟା, ନିଶାନିବାରଣ ସଂସ୍ଥା ମନା ର ଆଜୀବନ ସଦସ୍ୟା, ଗାଳ୍ପିକା, ଗୃହିଣୀ। ବହୁ ପତ୍ର ପତ୍ରିକା ରେ ପ୍ରକାଶିତ ହୋଇସାରିଛି ତାଙ୍କ ଲେଖା।

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.