• About
  • Contact
Friday, May 1, 2026
Friday, May 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଇଣ୍ଟରନ୍ୟାସନାଲ କବି

ଇଣ୍ଟରନ୍ୟାସନାଲ କବି
Share on FacebookShare on Xshare on Whatsappshare on Linkedin
ସୁଚରିତା ମହାନ୍ତି, ମାହାଙ୍ଗା, କଟକ, ୨୯ ଜୁନ୍ ୨୦୨୩

କଥାରେ ଅଛି, “ଅଗାଧ ଜଳ ସଞ୍ଚରି ରୋହିତ ନୈବ ଗର୍ବିତମ ଗଣ୍ଡୁଷ ଜଳ ମାତ୍ରେଣ ସଫରି ଫରଫରାୟତେ।” ଆମ ଲୋକଙ୍କର ଗୋଟିଏ ବଦଭ୍ୟାସ ହେଉଛି ସେମାନେ ଯେତିକି ର ଲୋକ ନୁହନ୍ତି ଦେଖେଇ ହୁଅନ୍ତି ଶହେ ଗୁଣା । କଥା କଥାକେ ବାହାସ୍ଫୋଟର ବନ୍ୟା ବହେ । ମନେ ମନେ ଭାବନ୍ତି ତାଙ୍କ କଥା କେହି ବୁଝି ପାରୁ ନାହାନ୍ତି। ଆପଣ ମାନେ ପ୍ରତ୍ୟହ ସକାଳ ଠାରୁ ରାତି ଯାଏ ସେମିତି ଅନେକଙ୍କୁ ଭେଟୁଥିବେ। ତାଙ୍କ କଥା ଭାବିଲେ ନିଜକୁ ଯେତିକି ହସ ଲାଗେ ଯିଏ ଶୁଣେ ସେ ବି ହସିହସି ବେଦମ୍ ହୁଏ।

ସେମିତି ଦୁଇଟି ଜୀବଙ୍କୁ ମୁଁ ଏବେ ଭେଟିଥିଲି। ପ୍ରାୟତଃ ସାହିତ୍ୟ ସଭାକୁ ମୁଁ ବେଶୀ ଯାଏ ନାହିଁ ତା’ର କାରଣ ଅନେକ ଅଛି। ଅତିଥି ମାନେ ମଞ୍ଚାସୀନ ହେବା ପରେ ଭୁଲି ଯାନ୍ତି ସମ୍ମୁଖରେ ବସିଥିବା ଶ୍ରୋତା ମାନଙ୍କର ପରିସ୍ଥିତି ଏବଂ କବି ନିଜ କବିତା ପଢ଼ି ସାରି ଟିଫିନ୍ ପ୍ୟାକେଟ୍ ଧରି ଖୁବ୍ ସୁନ୍ଦର ଭାବରେ ଚେୟାର ଖାଲି କରି ଉଠି ଚାଲିଯାନ୍ତି। ତାଙ୍କ ପାଖରେ ଅନ୍ୟର କବିତା ଶୁଣିବାକୁ ଇଛା ନଥାଏ କି ସମୟ ନଥାଏ। ପଚାରିଲେ ବିଭିନ୍ନ ପ୍ରକାରର ଆଳ ଦେଖାଇ ଛୁ’ ମାରନ୍ତି। ଆଉ କିଛି ଯାଇଥାନ୍ତି ମାନପତ୍ର ଆଶାରେ । ମାନପତ୍ରଟିଏ ପାଇଗଲେ ସ୍ୱର୍ଗର ଅଧିପତି ଭଳି ତାଙ୍କୁ ଲାଗେ ନ’ହେଲେ ତୁମୁଳକାଣ୍ଡ ଭିଆଇବାରେ ବେଶୀ ସମୟ ଲାଗେନି। ଦୁଇ ଦିନ ଧରି ସାହିତ୍ୟ ସଭାକୁ ଆସିଥାନ୍ତି ପ୍ରାୟ ସବୁ ଜିଲ୍ଲାର କବି ମାନେ । ସୁନ୍ଦର ଭାବରେ ଆୟୋଜକ ଆୟୋଜନ କରିଥାନ୍ତି। ଆଡମ୍ବର ପୂର୍ଣ୍ଣ ନ’ହେଲେ ବି ସିଧା ସାଧା ଭାବେ ସମସ୍ତ ଙ୍କୁ ସୁହାଇଲା ଭଳି। କେତେକ ଯୁବ ପ୍ରତିଭା ମାନଙ୍କୁ ଦେଖି ମୁଁ ଭାବୁଥାଏ ଆମ ଓଡ଼ିଶାର ଓଡ଼ିଆଙ୍କ ଭବିଷ୍ୟତରେ ନୂତନ ସୂର୍ଯ୍ୟଦୋୟ ନିଶ୍ଚିତ ଭାବରେ ହେବ।

ବକ୍ତା ମାନଙ୍କର ବକ୍ତବ୍ୟ ବେଶ୍ ଶୃତିମଧୁର ଥିଲା। ଆମେ ତିନି ଚାରି ଜଣ ବାରିପଦା ରୁ ଯାଇଥିଲୁ ସଭା ସରିବା ପରେ ଆମେ ପୁଣି ବାରିପଦା ଫେରି ଆସିଲୁ। ଆୟୋଜକ ଅତିଥି ମାନଙ୍କର ରହିବାର ବ୍ୟବସ୍ଥା କରିଥିଲେ କିନ୍ତୁ ଆମେ ରହି ନଥିଲୁ । ପରଦିନ ପୁଣି ଯିବାକୁ ଥିଲା ବୋଲି ଆମେ ତିନି ଜଣ ବାରିପଦାରୁ ଯାଇପହଞ୍ଚିଲୁ । ସଭାକାର୍ଯ୍ୟ ନିୟମ ଅନୁସାରେ ଚାଲିଥାଏ । ସମୟ ଅତିକ୍ରାନ୍ତ ହେଉଥାଏ ଏହି ସମୟରେ ସମ୍ବର୍ଦ୍ଧନା ପର୍ବ ଆରମ୍ଭ ହେଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ସଜ୍ଜନ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଉଥାଏ। ସେତିକି ବେଳେ ଜଣେ ମହିଳା ପହଞ୍ଚି ପାଟିତୁଣ୍ଡ କରିବା ଆରମ୍ଭ କଲେ। ଆୟୋଜକ ତାଙ୍କୁ ଅତି ଭଦ୍ରାମି ସହକାରେ ନେଇ ସମ୍ମାନିତ କଲେ କିନ୍ତୁ ମହିଳା ଜଣଙ୍କର ଉଗ୍ର ରୂପ ଏବଂ ଅଶାଳୀନ ମନ୍ତବ୍ୟ ଉପସ୍ଥିତ ସମସ୍ତ ସାହିତ୍ୟ ପ୍ରେମୀ ଙ୍କୁ ଦ୍ଵନ୍ଦ ରେ ପକେଇଲ।। କଥା କ’ଣ ? ମହିଳା ଜଣଙ୍କର ସମ୍ବର୍ଦ୍ଧିତ ହେବାର ଥିଲା ହେଲେ ଆୟୋଜକ ଯେତେବେଳେ ତାଙ୍କୁ ଯୋଗାଯୋଗ କଲେ ସେତେବେଳେ ମହିଳା ଜଣଙ୍କ ତାଙ୍କୁ ରୋକ୍ ଠୋକ୍ ମନା କରିଦେଲେ ସେ ଆସିପାରିବେ ନାହିଁ ତାଙ୍କୁ କ୍ୟାନସର ହୋଇଛି। ତାଙ୍କର ଚିକିତ୍ସା ଚାଲିଛି। ସେତେବେଳେ ଆୟୋଜକ ତାଙ୍କ ପାଇଁ ଆଉ କିଛି ବ୍ୟବସ୍ଥା କଲେ ନାହିଁ, ଯେତେବେଳେ ହଠାତ୍ ଦ୍ଵିତୀୟ ଦିନରେ ମହିଳା ସଭା କକ୍ଷରେ ଉପସ୍ଥିତ ହେଲେ ଆୟୋଜକ ତାଙ୍କୁ ଦେଖି କ’ଣ କରିବେ ବୋଲି ଭାବି ଅତି ଶ୍ରଦ୍ଧା ଏବଂ ସମ୍ମାନର ସହିତ ଫୁଲ ତୋଡ଼ା, ଉତ୍ତରୀୟ ସହିତ ଗୋଟିଏ ସ୍ଵୀକୃତି ପ୍ରାପ୍ତ ମାନପତ୍ର ଦେଲେ । ମହିଳା ଜଣଙ୍କର ରାଗ ପଞ୍ଚମକୁ ଉଠିଗଲା ସେ ଅସମ୍ଭାଳ ହୋଇ ନାନାଦି ପ୍ରକାର ଗାଳିଗୁଲଜ କରୁଥିବା ସମୟରେ ଅନ୍ୟ ଜଣେ ମହିଳା ଉଠି ପଡ଼ି ପାଟି ତୁଣ୍ଡ ଆରମ୍ଭ କଲେ। ସେ କହୁଥାନ୍ତି ଆମେ ଭୁବନେଶ୍ଵରରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ବାପ ମା’ ଝିଅ ଆସିଲୁ ଆମ ପାଇଁ କିଛି ବ୍ୟବସ୍ଥା ନାହିଁ । ମୁଁ ଜଣେ ଇଣ୍ଟରନ୍ୟାସନାଲ କବି। ଓଡ଼ିଶା କ’ଣ ଅନ୍ୟ ରାଜ୍ୟରେ ମୁଁ ଅନେକ ଥର ସମ୍ମାନୀତ ହୋଇଛି ।

ମୋର କ’ଣ ମାନ ମହତ ନାହିଁ,ଯଦି ତୁମେ ସେମିତି ବ୍ୟବସ୍ଥା ଆମ ପାଇଁ କରିନାହଁ ତେବେ ଡାକୁଥିଲ କାହିଁକି । ତୁମେ ଜାଣିରଖିବା ଦରକାର ମୁଁ ଜଣେ ଇଣ୍ଟରନେସନାଲ କବି। ଉପସ୍ଥିତ ସମସ୍ତ ଅତିଥି ଜଣକ ପରେ ଜଣକୁ ବୁଝାଇବାକୁ ଚେଷ୍ଟା କରୁଥାନ୍ତି ହେଲେ ଦୁଇ ମହିଳାଙ୍କ ଅଭଦ୍ରାମି ବଢ଼ି ବଢ଼ି ଯାଉଥିଲା। କେତୋଟି ମୁହୂର୍ତ୍ତ ମଧ୍ୟରେ ସମ୍ପୂର୍ଣ୍ଣ ଶାନ୍ତ ପରିବେଶକୁ ଅଶାନ୍ତ କରିଦେଲେ। ସତେକି ଯେମିତି ମହାସାଗରରେ ଲଘୁଚାପ ସୃଷ୍ଟି ହୋଇଗଲା। ଯିଏ ଏକଥା ଶୁଣିଲେ ଛି’ ଛାକର କଲେ । ଆଉ କେତେକ ସେ ଦୁଇ ଜଣଙ୍କ ବାହୁଲ୍ୟ ମନ୍ତବ୍ୟ ଶୁଣି ହସିବାକୁ ଲାଗିଲେ । ଶେଷରେ ଆୟୋଜକଙ୍କୁ ସାନ୍ତ୍ଵନା ଦେଇ ଯିଏ ଯୁଆଡ଼େ ଗଲେ କିନ୍ତୁ ମୁଁ ହସୁଥିଲି ଇଣ୍ଟରନ୍ୟାସନାଲ କବି କଥା ଶୁଣି । ଏଥିରୁ ଜଣାପଡ଼ିଲା ଯେ, ଇଣ୍ଟରନ୍ୟାସନାଲ କବି ଯୁଆଡ଼େ ଗଲେ ବି ତାଙ୍କୁ ସମ୍ବର୍ଦ୍ଧନା ନ ଦେଲେ ପୃଥିବୀ ପ୍ରଳୟ ହୋଇଯିବ । ଯଦି ତୁମ ପାଖରେ ଶାଳୀନତା ନାହିଁ, ନମ୍ର ନୁହଁ ତୁମେ କି ସାହିତ୍ୟ କରୁଚ ? ତୁମକୁ ଇଣ୍ଟରନ୍ୟାସନାଲ କବି ବୋଲି ଯିଏ କହିଚି ସେ ତା’ର ମାନେ ବୁଝିଛି ତ? ପ୍ରକୃତରେ ସାରସ୍ୱତ ସାଧକ କ’ଣ ଏତେ ତଳକୁ ଖସି ଯାଇପାରେ ? ଆମ ସାହିତ୍ୟ, ଆମ ଭାଷା,ଆମ ସଂସ୍କୃତି ଯେତିକି ମାର୍ଜିତ ଆମ ସାହିତ୍ୟିକ କାହିଁକି ସେତିକି ପରିମାଣରେ ମାର୍ଜିତ ନୁହନ୍ତି ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରେ।

ସୁଚରିତା ମହାନ୍ତି

ସୁଚରିତା ମହାନ୍ତି

ଶ୍ରୀରାମ ଚଂଦ୍ର ଭଞ୍ଜ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦିକା, ଭଞ୍ଜଦୀପ ପତ୍ରିକା ରେ ସମ୍ପାଦିକା, କବି, ଗାଳ୍ପିକା, ଔପନ୍ୟାସିକା, ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ କବିତା, ଗଳ୍ପ, ପ୍ରବନ୍ଧ, ସଂଗଠିକା ।

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.