• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆମେ ତଥାପି ପୁଅଟେ ଖୋଜୁଛୁ

ଆମେ ତଥାପି ପୁଅଟେ ଖୋଜୁଛୁ
Share on FacebookShare on Xshare on Whatsappshare on Linkedin
ଅନୁପମା ରାଉତ, ଅନୁଗୁଳ, ୧୭ ଫେବୃଆରୀ ୨୦୨୩

ଆମେ ତଥାପି ପୁଅଟେ ଖୋଜୁଛୁ…..
ଝିଅ ଯଦି ଆଗ ହେଇଗଲା ତେବେ ସାତ ମନ୍ଦିର ରେ ପୂଜୁଛୁ
ପୁଅଟିଏ ପାଇଁ କେତେ ମାନସିକ ଠାକୁରଙ୍କୁ ଲାଞ୍ଚ ଦେଉଛୁ
ବ୍ରତ ଉପବାସ ରାତି ଉଜାଗର ମାଆ କୁ କୁହେଇ କରୁଛୁ
ଆମେ ତଥାପି ପୁଅଟେ ଖୋଜୁଛୁ…..

ଗାଁ ଦେବତୀ ଙ୍କୁ ଛେଳି ଗଂଜା ଭୋଗ ଅନ୍ନ ଦାନ କରି ବାଣ୍ଟୁଛୁ
ପୁଅ ଟିଏ ପାଇଁ ମାଆ କୁ ଆମେ ଯେତେ କିଲିବିଲି କରୁଛୁ
ପୁଅ ବିନା ଆମ ଗତି ମୁକ୍ତି ନାହିଁ ନିତି ଗଣା ପୋଛା କରୁଛୁ
ଆମେ ତଥାପି ପୁଅଟେ ଖୋଜୁଛୁ…..

ଝିଅ ହେବ ଯଦି ଡାକ୍ତର କହିଲା କନ୍ୟା ଭ୍ରୁଣ ଟିକୁ ମାରୁଛୁ
ଗୋଟେ ପୁଅ ପାଇଁ ମାଆ ଶରୀର କୁ କେତେ ନିର୍ଯାତନା ଦେଉଛୁ
ବାରମ୍ବାର ଗର୍ଭପାତ କଷ୍ଟ ସହି ପୁଅ ଜନ୍ମ କର କହୁଛୁ
ଆମେ ତଥାପି ପୁଅଟେ ଖୋଜୁଛୁ…..

ଜାଣିଛେ ସମସ୍ତେ ପୁଅ ପଚାରୁନି ବୃଦ୍ଧାଶ୍ରମେ ଯାଇ ରହୁଛୁ
ଜମି ବାଡ଼ି ଟଙ୍କା ନଦେଲେ ପୁଅକୁ କେତେ ମାଡ଼ ଗାଳି ଖାଉଛୁ
ମାଡ଼ ଦେଉ ପୁଅ ଖାଇବା ନଦେଉ ବଂଶ ରକ୍ଷା କଥା ଭାବୁଛୁ
ପୁଅଟେ ନହେଲେ କୁଳ ବୁଡ଼ିଯିବ ଏ କଥା ବିଶ୍ୱାସ ରଖିଛୁ
ଆମେ ତଥାପି ପୁଅଟେ ଖୋଜୁଛୁ…..

ବଡ଼ ହେଲେ ପୁଅ ମଦ ବ୍ୟଭିଚାରେ କେତେ ଅପନିନ୍ଦା ଶୁଣୁଛୁ
ଜେଲ ଯାଉଛି ଫାଶୀ ବି ପାଉଛି ମରି ମରି ନିତି ବଞ୍ଚୁଛୁ
ପୁଅ ପୁଅ ନିଶା ଘାରିଛି ଆମକୁ ଝିଅ ଅଣଦେଖା କରୁଛୁ
ସବୁକାମେ ଝିଅ ଆଗକୁ ଗଲେଣି ସେ କଥା ଭଲରେ ବୁଝୁଛୁ
ଆମେ ତଥାପି ପୁଅଟେ ଖୋଜୁଛୁ…..

ଆମେ ତଥାପି ପୁଅଟେ ଖୋଜୁଛୁ…..
ଆମେ ତଥାପି ପୁଅଟେ ଖୋଜୁଛୁ…..

ଅନୁପମା ରାଉତ

ଅନୁପମା ରାଉତ

କବୟତ୍ରୀ ଅନୁପମା ରାଉତ ଏକ ବ୍ୟତିକ୍ରାନ୍ତ ସାରସ୍ବତ ଉଚ୍ଚାରଣ।
ଅନନ୍ୟ ଓ ଅସାଧାରଣ ତାଙ୍କର ଶବ୍ଦ ସ୍ଥାପତ୍ୟ।
ତାଙ୍କର ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ ଓଡ଼ିଆ ସାହିତ୍ୟକୁ ସମୁଜ୍ବଳ କରିଛି।
Mobile - 9437452719
Email - anupamarout04@gmail.com

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.