ସଚ୍ଚିଦାନନ୍ଦ ବେହେରା, ଭୁବନେଶ୍ୱର, ୧୧ ମଇ ୨୦୨୪
ଶୁନଶାନ୍ ଜନପଦ
ନିଛାଟିଆ ଖରା ବେଳ
ଏକା ବାଟୋଇ ମୁଁ
ଚାଲିଛି ଯେ ଚାଲିଛି
ସାଥିରେ ପବନ
ପବନର ମଥାନ
ଉପରେ ଦିକ୍ ଦୀକ୍
ଆଖଞ୍ଜ ଖରାର ଦୂଲ୍ଲାର।
ନଈ କୂଳ ବରଗଛ ଓହୋଳ ରେ
ପାଈଁ ଆଁ ମାରୁଛି ବୟସର ମେରୁଦଣ୍ଡ
ସମୟର ସମୀରଣ ର ଶିହରଣ ରେ
ଥୁଣ୍ଟା ଗଛରେ ପାଖୁଡ଼ା ମେଲୁଛି
ନୂତନ କୀଶ ଳୟ, ବିଶ୍ଵାସର ସବୁଜ ପତ୍ର।
ତତଲା ନଈ ବାଲିର ଶେଯ ରେ
ଘୃମାକ୍ତ ଜୀବନର ଅନ୍ତିମ ମୁହୂର୍ତ୍ତ
ମଧ୍ୟାହ୍ନ ଖରାର ଛାଇରେ ଆଶ୍ରା
ଖୋଜୁଛି ବିସ୍ଥାପିତଙ୍କ ଭାଗ୍ୟ।
ମଝି ରାସ୍ତାରେ ଚକା ଭଉଁରୀ
ଖେଳୁଛି ଝଡ଼ପତ୍ରର ଧୂଳି ।
ଆଗକୁ ବଢୁଛି ପାଦ, ନିସ୍ତବ୍ଧ ଜନ ପଦ
ଅମାନିଆ ମନ, ବିଗଳିତ ହୃଦ
କୃଷ୍ଣଚୂଡ଼ା ର ପାଖୁଡ଼ା ରେ
ରକ୍ତ ଚିପୁଡା ଦେହ ।
ସମୟର କରୁଣ ମୋହ
ଆଉ ନିହାଣ ମୁନରେ
ଆକାଶରୁ ଖସିପଡୁଛି
ଅଧାଗଢ଼ା ମୂର୍ତ୍ତିର ଦେହ ।