• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବଡ଼ ଦିନ

ବଡ଼ ଦିନ
Share on FacebookShare on Xshare on Whatsappshare on Linkedin
ଶୁଭ ନାରାୟଣ ସ୍ବାଇଁ, କୋରାପୁଟ, ୨୫ ଡିସେମ୍ବର ୨୦୨୨

କାଲି ରାତିରେ ଶୋଇବା ପୂର୍ବରୁ
ତୁମେ କ’ଣ ଭାବିଥିଲ
ସେକଥା ତୁମେ ଜାଣ
ମୁଁ କ’ଣ ଭାବିଥିଲି
ସେକଥା ମୁଁ ଜାଣେ ।
ଛାଡ଼ କାଲିର କଥା
ଆଜିର କଥା ଚିନ୍ତା କର
ଆଜି ବଡ଼ ଦିନ,
ଅନ୍ତତଃ ଆଜି ମୋ ସହିତ ତୁମେବି
ନିଜ ପାଇଁ ନୁହେଁ
ଅନ୍ୟ ପାଇଁ ଘଡ଼ିଏ ପ୍ରାର୍ଥନା କର ।।

ସାନ୍ତାକ୍ଲୁଜ୍ କିଏ
ତାଙ୍କୁ ନା ଦେଖିଛ ତୁମେ
ନା ଦେଖିଛି ମୁଁ
ତଥାପି ଚାଲ
ଅନ୍ତତଃ ଆଜି ଦିନକ ପାଇଁ
ଆମେ ପାଲଟିଯିବା ସାନ୍ତାକ୍ଲୁଜ୍
ଲାହୋର୍ ଓ ପେଶାବାର୍ ର
ଘାତକ ମାନଙ୍କୁ ବୁଝାଇ ଦେବା
ଶାନ୍ତି, ପ୍ରୀତି ଓ ମୈତ୍ରୀର ଅର୍ଥ,
ସେମାନଙ୍କୁ ପଚାରି ବୁଝିବା
ଯେଉଁ ପିଲା ମାନଙ୍କୁ
ବଣ୍ଟା ଯାଇ ପାରିଥାନ୍ତା ଟଫି
ଜେହାଦ୍ ର କେଉଁ ଧାରାରେ
ତୁମର ବନ୍ଧୁକ ଚିରିଦେଲା
ସେହି ମାନଙ୍କର ଛାତି ।।

ମୁଁ ପିନ୍ଧି ସାରିଲିଣି ଯୋତା
ତୁମେବି ପିନ୍ଧି ଦିଅ
ଆସ, ଆଜି ନିଜ ପାଇଁ ନୁହେଁ
ଅନ୍ୟ ମାନଙ୍କ ପାଇଁ
ଟିକିଏ ସମୟ କାଢ଼ିବା
ବାଗଦାଦ୍ ହେଉ କି ଇସ୍ରାଏଲ୍
ଇସଲମାବାଦ୍ ହେଉ କି ଶ୍ରୀନଗର୍,
ସବୁଠି ଆମେ ବୁଲିବା
ଟିକିଏ ଶାନ୍ତି ପାଇଁ ସାନ୍ତାକ୍ଲୁଜ୍ ପାଲଟି
ପ୍ରୀତିର ଉପହାର ବାଣ୍ଟିବା ।।

ଶୁଭ ନାରାୟଣ ସ୍ୱାଇଁ

ଶୁଭ ନାରାୟଣ ସ୍ୱାଇଁ

ଶୁଭ ନାରାୟଣ ସ୍ବାଇଁ, ଓଡ଼ିଶାର ଜଣେ ଆଗ ଧାଡ଼ିର କବି ଓ ସମୀକ୍ଷକ।
ପୁଜାରୀପୁଟ ରୋଡ୍, କୋରାପୁଟ - ୭୬୪୦୨୦, ସମ୍ପର୍କ : ୮୪୮୦୧୯୬୫୩୨

Related Posts

ସିଏପା ବୁଦ୍ଧିଦାତା
Literature

ସିଏପା ବୁଦ୍ଧିଦାତା

by ଭକ୍ତ ଚରଣ ସାହୁ
September 14, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୪ ସେପ୍ଟେମ୍ବର ୨୦୨୬ ରାତି ପାହିକି ସକାଳ ହେଲେ ସରଗ ଛାଡି ଯିଏ । ମରତେ ଆସି ପାଇବେ ପୂଜା ଜାଣିଛ...

Read more
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.