ସୁଚରିତା ମହାନ୍ତି, କଟକ, ୯ ଜୁନ୍ ୨୦୨୩
ମୁଁ କେବେଠାରୁ ଦେଖିନି ତାକୁ
ଶୁଣିନି ତା’ ଆସିବାର ପାଦ ଶବ୍ଦ
ସମୟ କେଉଁଠି
ଲୁଚେଇ ଦେଇଚି
ନା ସେ କେବଳ ଗୋଟିଏ
ଭ୍ରମ ଥିଲା
ବୁଝିବାକୁ ଚେଷ୍ଟା କଲେ ବି
ମୁଁ ବୁଝି ପାରେନି
ସେ ନିରୁଦ୍ଦିଷ୍ଟ ହେବା ପରେ
ଏବେ ଭାବୁଚି….
ଦେଖିବାକୁ,
ଛୁଇଁବାକୁ ଆଉ ଅଛି କ’ଣ
କେବଳ ଭୋଗିବାକୁ
ଅଛି ଏବେ ନରକ ଯନ୍ତ୍ରଣା ।।
ପାଇବାର ଆକୁଳତା
ହରେଇବାର ବ୍ୟାକୁଳତା
ଦୁଇଟି ତ’ ସମାନ ଏବେ
ଏତିକି କହିପାରିବି,
ତୁମେ ଏବେ ଶୋଇପାର
ଆରାମରେ ନିଶ୍ଚିନ୍ତରେ
ଖଣ୍ଡବିଖଣ୍ଡିତ ଜରାଜୀର୍ଣ୍ଣ ଦେହ
ପ୍ରାୟଶ୍ଚିତ ରକ୍ତରେ ଶୁଚିସ୍ନାନ କରି
ପ୍ରଶାନ୍ତି ର ମୁହୂର୍ତ୍ତକୁ କରିଚି
ଅପେକ୍ଷା ।।