• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଚାଲ ମିଶିକି ସାବିତ୍ରୀ କରିବା

ଚାଲ ମିଶିକି ସାବିତ୍ରୀ କରିବା
Share on FacebookShare on Xshare on Whatsappshare on Linkedin
ଅନୁପମା ରାଉତ, ଅନୁଗୁଳ, ୧୯ ମଇ ୨୦୨୩

ଚାଲ ମିଶିକି ସାବିତ୍ରୀ କରିବା
ତୁମ ପାଇଁ ମୁଁ ମୋ ପାଇଁ ତୁମେ
ଦୀର୍ଘାୟୁ କାମନା କରିବା
ଫଳ ମୂଳ ଭୋଗ ମନ୍ଦିରକୁ
ନେଇ ମିଳିମିଶି ପୂଜା କରିବା

ତୁମେ ଆଉ ମୁଁ ଜୀବନର ସାଥୀ
ଗୋଟିଏ ନାଆରେ ବସିବା
ଦୁଃଖରେ ସୁଖରେ ଭଲ ରେ ମନ୍ଦରେ
ଦୁହେଁ ମିଳିମିଶି ଚାଲିବା

ସାବିତ୍ରୀ ବ୍ରତ ରେ ପୁରୁଷ ମହିଳା
ସମାନତା କଥା କହିବା
ଦୁଇଟି ଜୀବନ ଗୋଟିଏ ଲକ୍ଷ୍ୟ ରେ
ସୁଖୀ ପରିବାର ଗଢିବା

ପୁରୁଣା ପ୍ରଥା ବଦଳେଇବା
ନୂଆ କାମ ମିଶି କରିବା
ସ୍ୱାମୀ ପାଇଁ ସ୍ତ୍ରୀ, ସ୍ତ୍ରୀ ପାଇଁ ସ୍ୱାମୀ
ମଙ୍ଗଳର ବାଟ ଖୋଜିବା

ସାବିତ୍ରୀ ଆଉ ସତ୍ୟବାନଙ୍କର
ଗାଥାରେ ଏ କଥା ଯୋଡିବା
ପୁରୁଣା ପ୍ରଥାତ ବଦଳି ଚାଲିଛି
ନୂଆ କିଛି ଟିକେ ଯୋଡିବା

ଫଳମୂଳ ଶାଢ଼ୀ ସ୍ନେହର ପ୍ରତୀକ
ଶିବ ପାର୍ବତୀ ଙ୍କୁ ଅର୍ପିବା
ସ୍ୱାମୀ ସ୍ତ୍ରୀ ଙ୍କ ର ସ୍ନେହ ଓ ବିଶ୍ୱାସ
ଆଉ ଟିକେ ଦୃଢ଼ କରିବା

ଚାଲ ଆଜିଠୁ ଆରମ୍ଭ କରିବା
ଘର କାମରେ ତ ସହଯୋଗ କର
ଏବ୍ରତ ମିଶିକି କରିବା
ସବୁଠି ସମାନ ଭାଗିଦାରୀ ରହି
ସୁଖରେ ଜୀବନ କାଟିବା

ଅନୁପମା ରାଉତ

ଅନୁପମା ରାଉତ

କବୟତ୍ରୀ ଅନୁପମା ରାଉତ ଏକ ବ୍ୟତିକ୍ରାନ୍ତ ସାରସ୍ବତ ଉଚ୍ଚାରଣ।
ଅନନ୍ୟ ଓ ଅସାଧାରଣ ତାଙ୍କର ଶବ୍ଦ ସ୍ଥାପତ୍ୟ।
ତାଙ୍କର ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ ଓଡ଼ିଆ ସାହିତ୍ୟକୁ ସମୁଜ୍ବଳ କରିଛି।
Mobile - 9437452719
Email - anupamarout04@gmail.com

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.