ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୭ ଜାନୁଆରୀ ୨୦୨୪
ମୁଁ ଜାଣିନାହିଁ କେମିତି ତୋ ରୂପ
ଅରୂପ ଓ ଅଣାକାର
ନିର୍ଗୁଣ ତୁହି
ଆଦି ଓ ଅନନ୍ତ
ଅସୀମ ଦୟା ସାଗର
ପାପ ନାଶନ ତୋ ବାନା ଉଡୁଥାଏ
ଦେଉଳରେ ଫରଫର ।
ମୁଁ କେବେ ଦିନେ ଭକତରେ ନୁହେଁ ଗଣା
ମୋ ଭାବନା ପ୍ରଭୁ ତୋତେ ଅଛି ସବୁ ଜଣା
ମୋ ଅସରା କୋହ ଛୁଇଁ ଦିଏ ତୋର ମନ
ପାପ ନାଶନ ତୋ ବାନା ଉଡୁଥାଏ
ଦେଉଳରେ ପ୍ରତିଦିନ।
ଦେଉଳ ପାରା ମୁଁ ଦେଉଳରେ ଥାଏ
ତୋତେ ଦେଖିବାକୁ ମୋର ମନ।