• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କ୍ଷମତା, ମମତା

କ୍ଷମତା, ମମତା
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୯ ମଇ ୨୦୨୬

ମଣିଷ ସ୍ୱଭାବ, ତାର ହାବ ଭାବ
ବିଚିତ୍ର ବିଚିତ୍ର ଲାଗେ
ମତ, ପଥ, ଯାତ, ବଚନର ସ୍ରୋତ
ବଦଳିବ ବେଗେ ବେଗେ (୧)
ନକରି ବିଚାର, ସତ୍ୟା ସମାଚାର
ହୁଏ ଅନ୍ଧ, ସମର୍ଥକ,
ଦେଖିଣ ବରଷା, କରିବେ ଭରସା
ମିଛ ଗୁଣାର୍ଣ୍ଣବ ବାକ୍ୟ (୨)
ପାଇଲେ କ୍ଷମତା, ବଢିବ ମମତା
ବିଷଟି, ପିୟୁଷ ହେବ
ନଯିବା ଗାଆଁକୁ, ହେବ ବାଟ ଖୋଜା
କଣ୍ଟା, ଲଟା ସଫା ହେବ (୩)
ସାତ ଶତ୍ରୁ ଜନ, ହୋଇବେ ଭାଜନ
ସବୁ ପାଇଁ ଖୋଜା ଲୋଡ଼ା,
ପୂର୍ବ ପୁରଷର, ସୁଗୁଣ, ସଂସ୍କାର
ସୁଦ୍ଧ, ସୁବର୍ଣ୍ଣରେ ଗଢ଼ା (୪)
ପ୍ରଶଂସାକୁ ଯୋଖି, କେତେ ଟେକା ଟେକି,
ଅଭ୍ୟର୍ଥନା, ସମ୍ବର୍ଦ୍ଧନା
ଅତି ରଂଜିତରେ, ସଭା, ସମିତିରେ,
ଶୁଭିବ ଭାଟଙ୍କ,ଵୀଣା (୫)
ଅନ୍ଧ ଅନୁଗାମୀ, ମାତାଲରେ ଝୁମି
ସ୍ତୁତି, ସ୍ତବ ବାର, ବାର,
ଭୋକିଲା କୁକୁର, ଭୁକେ ନିରନ୍ତର
ଦେଖି ଅଇଁଠା ପତର (୬)
କିଏ କହେ ଇନ୍ଦ୍ର, କିଏ କୁହେ ଚନ୍ଦ୍ର
ଚଳନ୍ତି ଦେବତା ସିଏ,
ବିପଦ ବାନ୍ଧବ, ଉଧାରୀ ଧରିବ
ନାହିଁ ସରି ସମ କିଏ (୭)
ଦେଖି ପରା ଗୁଡ଼, ଜନ୍ଦା କୁଢ଼ କୁଢ଼
ମାଳ ମାଳ, ଚଉପାଶେ,
ପଡ଼ି ଗଲେ ଫୁଲ, ହେବେ କଲବଲ
ମିଛେ, କାନ୍ଦି, କେହି ଭାଷେ (୮)
ଗଲେ କ୍ଷମତାଟି, ମୁହଁ ମୋଡ଼ି ଯିବେ
ଖାପ ଛଡ଼ା, ନୀତି, ପ୍ରୀତି,
ହେବ ଯେବେ ଡକା, ନମେଳିବ ଦେଖା,
ବ୍ୟସ୍ତ ବହୁଳତା ସ୍ଥିତି (୯)
ସବୁତ ଅସାର, ତାର କାରବାର
ଜନତା ବିରୋଧୀ ଜନ,
ଖାଇ ବୋହି ନେଲା, ବଡ଼ ଲୋକ ହେଲା
କନ୍ଦାଇ ପ୍ରଜାଙ୍କ ମନ (୧୦)
ଯେତେକ ଅସାର, ପାଶେ ଭରପୁର
ଚୁପ ସଇତାନୀ ସିଏ,
ହାସ, ପରିହାସ, ଛନ୍ଦ, ମନ୍ଦ ଭାଷ
ପାଗଳଟି କଥା କୁହେ (୧୧)
ଜିରାରୁ ଶିରାଟି, କାଢିବେ କେଉଁଠି
ତିଳକୁ ତାଳର ରୂପ,
ହେବାକୁ ନହେବା, ନହେବକୁ ହେବା
ଏଠି, ସେଠି ଖଟି ଗପ (୧୨)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.