ରାମ ଚନ୍ଦ୍ର ଦାଶ, କଟକ, ୬ ଜାନୁଆରୀ ୨୦୨୩
ସ୍ମୃତିଟିଏ ହୋଇ ଶୋଇଛି ମୋ’ ରାଣୀ
ହୃଦପଲଙ୍କରେ ମୋର
ଉଠାଇବି କାହିଁ ଦରନିଦେ ତା’କୁ
ଭାଙ୍କିବି ସପନ ତା’ର |
ଯାହା ସେ କରିଛି ମୋ ପାଇଁ ଜୀବନେ
ମୁଁ କରିନି ତା’ ପାଇଁ
ଯେତେ ବା ସହିଛି ମୋ ଲାଗି ଯାତନା
ପାରୁନି ମୁଁ ଆଜି କହି
ଶୋଇଥାଉ ଧନ ମୋ ହୃଦଚନ୍ଦନ
କ୍ଳାନ୍ତ ଶରୀର ତା’ର
ସ୍ମୃତି ଟିଏ ହୋଇ ଶୋଇଛି ମୋ ରାଣୀ
ହୃଦ ପଲଙ୍କରେ ମୋର ।
ଜୀବନରେ ସବୁ ଦେଇଛି ମୋତେ ସେ
ମନକଥା ମୋର ବୁଝି
ଯେତେ ଥର ଅବା ଜନମି ଧରାରେ
ପାରିବିନି ତାହା ଶୁଝି |
ଆଉ ଯେଉଁ କଥା ରହିଗଲା ବାକି
ଆଗକୁ ଲକ୍ଷ୍ମଣ ଗାର
ସ୍ମୃତି ଟିଏ ହୋଇ ଶୋଇଛି ମୋ ରାଣୀ
ହୃଦପଲଙ୍କରେ ମୋର ।