ସସ୍ମିତା ପଣ୍ଡା, କଟକ, ୨ ମାର୍ଚ୍ଚ ୨୦୨୩
ମଳୟର ଜହର ଢୋକିଛି ମୁଁ ବହୁବାର
ଆଞ୍ଜୁଳାଭର୍ତ୍ତି ଊଣାର ତଟରେ
ନୀରବରେ କୃଷ୍ଣଚୂଡା
ରାତିରାତି ଛଟପଟ
ସବୁପରେ ସାନିସଞ୍ଜ
ସହିନିଏ ଦହଗଞ୍ଜ
ତଥାପି ଏ ଛାତିରେ ଯଦିଓ
ଖୋଲା ଅଛି କିଛି ବାଟ ।।
ଅଗଣାରେ ଚଇତିର ଚଗଲାମି
ଫାଜିଲ ଫଗୁଣର ପାଗଳାମୀ
ଝାଉଁ ବଣର ଜହ୍ନ ରାତିରେ
ହଜିଥିବା ସମୟର ସୂଚୀ
ଫର୍ଦ୍ଦେ ଫର୍ଦ୍ଦେ ବିସ୍ମୟ
ପୂଣ୍ୟ ଯାଚୁଥିବା ମଳୟ
କେଜାଣି ହୃଦୟ ଜଖମ ଭରେ ।।
ଗପ ଗଣ୍ଠିଲିରୁ ଚିମୁଟାଏ ଗପ
ମନତଳ ଅୟୂତେ ଦୀର୍ଘଶ୍ବାସ
ଜୀଏଁ ଅପବାଦର ହିସାବରଖି ।
ପାପୁଲିଏ ଭାଗ୍ୟର ମାଜଣା
ସୁନା ସକାଳର ମହକବୁଣା
ଗୋଟାପଣ ଶୂନ୍ୟତାରେ
ହାୟଃ ! ସେଠି ମଳୟର କଥାସରେ ।।