• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨ ଅକ୍ଟୋବର ୨୦୨୬

ଭଗ୍ନ ସ୍ୱାସ୍ଥ୍ୟ ତାଙ୍କ ନଗ୍ନ ଶରୀରଟି
ଦେଖିଲେ ଲାଗୁଛି ସତେ ।
ଖଦଡ଼ ଲୁଗା ଟା ଆଣ୍ଠୁ ଲୁଚେ ନାହିଁ
ବାଡି ଖଣ୍ଡେ ଧରି ହାତେ ।।

ଅହିଂସା ପୂଜାରୀ କୁହନ୍ତି ସଭିଏଁ
ମୁକୁଟ ବିହୀନ ରାଜା ।
ଭାରତ ମାତାର ଜାତିର ଜନକ
ଉଡେ ତାଙ୍କ କୀର୍ତ୍ତି ଧ୍ଵଜା ।।

ତାଙ୍କ ମହାନତା ମହାତ୍ମା ବୋଲାଏ
ବିଶ୍ୱ କରୁଛି ଆଦର ।
ଉଚ୍ଚ ନୀଚ୍ଚ ଭାବ ନଥିଲା ତାଙ୍କର
ସଭିଏଁ ମୋ ପରିବାର ।।

କେତେ ଆନ୍ଦୋଳନ କେତେ ବଳିଦାନ
କେତେ ଲାଠି ମାଡ଼ ସହି ।
ଭୋଗୀ କାରାବାସ ନ ହୋଇ ନୀରାସ
ଭାଙ୍ଗି ସେ ପଡ଼ିଲେ ନାହିଁ ।।

ଭାରତ ମାତା କୁ ସ୍ୱାଧୀନତା ଦେଇ
ରଖି ମାତୃଭୂମି ଟେକ ।
ନାଥୁରାମ୍ ହାତେ ପ୍ରାଣ ହରାଇଲେ
ସେ ଆମ ଚିର ନମସ୍ୟ ।।

ମୋ ଦେଶ ମୁଦ୍ରାରେ ସ୍ମୃତି ଚିହ୍ନ ହୋଇ
ପାଉଛନ୍ତି ଆଜି ପୂଜା ।
ତାଙ୍କ ଗୁଣ ଗାଇ ଫର ଫର ହୋଇ
ଉଡଇ ତ୍ରିରଙ୍ଗା ଧ୍ଵଜା ।।

ଅଠର ଶହ ଅଣସ୍ତରି ମସିହା
ଅକ୍ଟୋବର ଦୁଇ ଜାଣ ।
ଗାନ୍ଧୀ ଜନ୍ମ ତିଥି ପାଳେ ଏହି ଜାତି
ଗାନ୍ଧୀ ଜୟନ୍ତୀ ପ୍ରମାଣ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା । ହସ ହସ ମୁଖେ ମିଠା...

Read more
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.