ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ସେପ୍ଟେମ୍ବର ୨୦୨୬
ଚଷମା ରହିଛି ଚାହିଁ
ଦୋକାନ ଥାକରେ ରହି
ତାକୁ କିଏ ନେବା ପାଇଁ
ଆସିବକି ଧାଇଁ ଧାଇଁ ।।୧।।
ଚଷମାର ଡର ନାହିଁ
କାହା ସାଥେ ଯିବା ପାଇଁ
ଚାହୁଁଛି ମୁକତି ପାଇ
ଦୁନିଆଁ ଦେଖିବ ଯାଇ ।।୨।।
କଳା ରଙ୍ଗ ଚଷ୍ମା ପାଇଁ
ସଭିଏଁ ହୁଅନ୍ତି ବାଇ
ଖରାକୁ ସେ କରେ ଛାଇ
ବିଷାଦ ଦିଏ ଭୁଲାଇ ।।୩।।
ରଙ୍ଗୀନ ଚଷ୍ମା ଲଗାଇ
ପିଲାଏ ବୁଲନ୍ତି ଯାଇ
ମନର ଗୁଡ଼ି ଉଡାଇ
ଦୁଃଖକୁ ଦେଇ ହଜାଇ ।।୪।।
ନେତାଏ ସଜେଇ ହୋଇ
ଅତର ବାସ୍ନା ଲଗେଇ
ସୁନେଲି ଚଷମା ଦେଇ
ନିଅନ୍ତି ମନ ତୋଷେଇ ।।୫।।






