ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୬
ସେ କିଭଳି ମୁହୂର୍ତ୍ତ ଥିଲା
ତୁମରି ଦର୍ଶନ ପାଇଁ ଡ଼ୋର ଲାଗିଗଲା
ବର୍ଷ ବର୍ଷର ଅଭୀଷ୍ଟ ପୂରଣ ହୋଇଲା
ଶଙ୍ଖ ଚକ୍ର ଗଦା ପଦ୍ମ ବିମୋହିତ କଲା
ମହୋଦଧିର ଆଳତି ଚିତ୍ତକୁ ତୋଷିଲା।
ସେ କିଭଳି ମୁହୂର୍ତ୍ତ ଥିଲା
ତବ ଚକା ଆଖି ମୋତେ ବାଇଆ କରିଲା
ତୁମରି ନାଲି ଅଧର ମନ କିଣି ନେଲା
ଶ୍ରୀମୁଖ ଦର୍ଶନ ପୁଣି ମନ୍ତ୍ରମୁଗ୍ଧ କଲା
ତୁମ ଠାରେ ଏଇ ମନ ଲାଖି ରହିଗଲା।
ସେ କିଭଳି ମୁହୂର୍ତ୍ତ ଥିଲା
ତୁମ ଦିବ୍ୟ ପ୍ରେମ ରସ ହୃଦୟ ଭାଜିଲା
ଅଲୌକିକ ଲୀଳାଖେଳା ମନକୁ ମାନିଲା
ଅବଢ଼ାର ବାସ୍ନା ପୁଣି ମୋହାଚ୍ଛନ୍ନ କଲା
ତୁମରି ପାଦ ପଦ୍ମରେ ଧ୍ୟାନ ରହିଗଲା।






