ଜଗନ୍ନାଥ ପ୍ରସାଦ ଦାଶ, ନିଶ୍ଚିନ୍ତକୋଇଲି, କଟକ, ୧୬ ମାର୍ଚ୍ଚ ୨୦୨୫
ମୋ ଜନମଭୂମି ଅତୀବ ସୁନ୍ଦର
ହୃଦୟେ ନେଇଛି ସ୍ଥାନ
ଏନ୍ତୁଡ଼ି ଶାଳଟି ଥିଲା ଜନ୍ମବେଳେ
କଟିଥିଲା ପିଲାଦିନ।
ଯା ପାଣି ପବନେ ଶରୀର ମୋ ଗଢା
ଖାଦ୍ୟ କରିଛି ଭୋଜନ
ଯୋଉଠି ପ୍ରଥମେ ଚାଲିବା ଶିଖିଲି
କହିଲି ମାତୃ ବଚନ।
ଯେସ୍ଥାନେ ମୋ ସାଙ୍ଗ ସାଥି ଧୂଳି ଖେଳ
ଆଖି ଦେଖିଚି ସପନ
ବାପା ବୋଉ ମୋର ଆଦ୍ୟ ଗୁରୁ ଥିଲେ
ବିଦ୍ୟା କରିଛି ପଠନ।
ଜନମ ଘରୁ ମୁଁ ସଂସ୍କାର ଶିଖିଲି
କରି ଜ୍ଞାନ ଅରଜନ
ସ୍ନେହ ମମତାର ନିଗୁଢ଼ ସମ୍ପର୍କ
ଥିଲା ଅତୁଟ ବନ୍ଧନ।
ସାହି ର ମୋ ଜ୍ଞାତି ଭାଇ ପରିଜନ
ଆତ୍ମୀୟ ଯେତେ ସ୍ୱଜନ
କେତେ ଥଟା ମଜା ହସ ଖୁସି ସାଥେ
ବିତିଥିଲା ଛୋଟ ଦିନ।
ବାର ବାର ମୋର ମନେପଡେ ଗାଆଁ
ଜନମଭୂମି ଦର୍ଶନ
ଯେତେ ଭୂମି ଥିଲେ ମୋ ପାଇଁ ଅଭୁଲା
ମାଆ ମାଟି ର ଚନ୍ଦନ।