ଶୁଭ ନାରାୟଣ ସ୍ବାଇଁ, କୋରାପୁଟ, ୧ ନଭେମ୍ବର ୨୦୨୨
ହଁ, ହୁଏତ ଆଜି ପରେ
ମୁଁ ଆଉ ଫେରି ନପାରେ ଏଠିକୁ
ସଞବେଳର ଗାଡ଼ି ଧରି
ଫେରି ଯିବି ପଛକୁ, ମାନେ ଘରକୁ
ଖୋଜିବି ସେଠି
ହଜି ଯାଇଥିବା ଜନ୍ହକୁ ।।
ହଁ, ଆଜି ଏଇଠି ପଡ଼ିଲା ପୂର୍ଣ୍ଣଛେଦ
ଏଥର ଆରମ୍ଭ ହେବ
ନୂଆ ଏକ ବାକ୍ୟ !
ଶବ୍ଦ ମାନେ ଏବେ
ଖୁଞାଖୁଞି ହେଲେଣି
ଧକ୍କା ମୁକ୍କା ଠେଲା ପେଲା
ଆରମ୍ଭ ହୋଇ ଗଲାଣି
ଶବ୍ଦ ମାନଙ୍କ ଭିତରେ !
ଏବେ ଟିକେ ବିରାମ ଦରକାର
ଟିକେ ବିଶ୍ରାମ ଦରକାର
ପୁଣି ଆରମ୍ଭ କରିବାକୁ
ନୂଆ ଏକ ବାକ୍ୟ ।।
ଏତେ ସହଜ ନୁହେଁ
ନୂଆ ଏକ ଵାକ୍ୟାରମ୍ଭ
ତୁମେ ସବୁ ମନେ ପଡ଼ିବ ନିଶ୍ଚୟ
ଗଙ୍ଗା ବି ମନେ ପଡ଼ିବ
ମନେବି ପଡ଼ିବ ଯମୁନାର ତଟ
କାଶୀ ବିଶ୍ଵନାଥ ଓ ସାରନାଥ ପରେ
ମନେ ପଡ଼ିବ କୁରୁକ୍ଷେତ୍ର, ପାନିପଥ।।
ମନେବି ପଡ଼ିବ ଦିଲ୍ଲୀ, ଲାଲ୍ କିଲ୍ଲା
ଏଵଂ କୁତବମିନାର ସୈୗଧ
ତଥାପି ମୋତେ ଫେରିବାକୁ ହେଵ
ଆରମ୍ଭ କରିବାକୁ ନୂଆ ଏକ ବାକ୍ୟ ।।