ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୦ ସେପ୍ଟେମ୍ବର ୨୦୨୩
ମୁଁ ସେଦିନ ନ ଥିଲେ ବି ମୋ କବିତା ଥିବ
ମୁଁ ସେଦିନ ନ ଥିଲେ ବି ମୋ ଗୀତ ଥିବ
ସୂର୍ଯ୍ୟକୁ ମୁହଁ କରି ଛିଡ଼ା ହୋଇଥିବା ଏକ କନିଅର ଗଛଟିଏ ଥିବ ।
ମୁଁ ସେଦିନ –
ଭଲ ପାଇବାରେ ଦିନେ
ଭିଜିଥିବା ଚିଠି ସବୁ
ପେଡିଲୁଗା ପରି ସେ ଯେ
ସାଇତା ଯେ ଥିବ
ସୂର୍ଯ୍ୟକୁ ମୁହଁକରି ଛିଡ଼ା ହୋଇଥିବା
ଏକ କନିଅର ଗଛଟିଏ ଥିବ।
ଛୁଇଁଦେଇ କବିତାକୁ
ତମେ ସତେ ମହକି ଉଠିବ
ମୁଁ ସେଦିନ ନ ଥିଲେ ବି ମୋ କବିତା ଥିବ।