ସ୍ମୃତି ଦାସ, ବାଲେଶ୍ଵର, ୧୬ ମାର୍ଚ୍ଚ ୨୦୨୩
ଆସ ଆସ ଖୋଲା ଅଛି ମୋ ମେଖଳା
ମୁଁ ବିନ୍ଧାଣି, ମୁଁ କୁଶଳୀ
ଆଙ୍କି ତୂଳୀ ତଳ୍ପ ବିଛାଇଛି ଗୋଲାପର ଶେଜ
ନିଃଶ୍ କଣ୍ଟକ ରାଜ୍ୟ ଭୋଗ ।।୧
ଅପାର ମୋ ପାରାବାର ମୁଁ ଭବ ସାଗର
ଶୁଣିଛ କି ମୋ ନାଦ, ମୁଁ ବିଶ୍ବ ବ୍ରହ୍ମାଣ୍ଡ ମୁଁ ସର୍ବ କାୟା ଅଗୋଚର ମୋ ମାୟା
ମୁଁ ବାଣ ଭେଦେ ମୁଁ ମହ ମହ
ବାସେ ।।୨
ଲୁଚିଲୁଚି କାୟା ବିସ୍ତାର ରେ ମୁଁ ମୋହ ଜାଗାଏ
ଜାଗ ଜାଗ ଭକ୍ତ ଗଣ ମୁଁ ଭଗବାନ
ଶରଣ ନିଅ ମୋ ଚରଣ ତଳେ
ମୁଁ ପରିତ୍ରାଣ ମୁଁ ସମ୍ଭବାମି
ଏ ଯୁଗେ।। ୩
ଆଃ….. ତୂଳୀ ତଳ୍ପ ଶେଜ ନୁହଁ ଏ ତ ହେମାଳ ପ୍ରଦେଶ
ଶୁଭୁଛି ପୁଣି କୁଟିଳ କୁନ୍ତଳ ହସ
କିଏ ସେହି ଶକୁନି ପଶାକାଠି କରେ ସଜ ।।୪
ତେଣୁ ନିତ୍ୟ ନୈମିତ୍ତ୍ୟେ ଏ ଜୀବନେ
ଭକ୍ତ ଯେ ତ୍ରାହି ତ୍ରାହି ଡାକ ଦେଇ
କଇଁ କଇଁ କାନ୍ଦୁଥାଏ
ରୁଣୁଝୁଣୁ ଚୂଡି ଆଉ ସିନ୍ଦୂର ର ଧାରେ।।୫
ଗୁଟି ଚାଲେ ପଶାଘରେ ପଶା କାଠି ଖେଳ ସାଥେ
ଜିତାପଟ୍ଟ ଅଟ୍ଟହାସ୍ୟେ ଜୀବନ ଲାଗିଛି ବାଜି
ଶୁଭୁଛି ଭେରୀ ଅସ୍ତ୍ର ସଙ୍ଗେ ଶସ୍ତ୍ର ଭିଡ଼ି ଆସୁଛି ମାଡ଼ି ମରଣର
ଯନ୍ତା ସାଜି ।।୬
ଅଖଣ୍ଡେ ବିଶ୍ୱାସେ ଶୋଇଛି ଜୀବନ ନେଇ ଯେ ଶରଣ
ଆସ ଆସ ହରି ନାରାୟଣ
ମୁଁ ପୁଣି ଲଭିବି ଜୀବନ ଲବ୍ଧ ହେବ ଯେବେ ତବ କୃପାସିନ୍ଧୁ ।।୭
ଆସିଲେନି କୃପାସିନ୍ଧୁ କୃପଣ ସାଜି ଲେ କୃପାଣ ଭିଡିଲା ସେ ମୋ ଦେହେ ବିଦାରିଲା
ହୃଦୟ ରୁ ବୋହିଲା ରୁଧିର ରୁଦ୍ଧିମନ୍ତ ହେଲା ଜୀବନ ଦ୍ବାର।।୮
ହେ ଦ୍ବାରିକାଧିଶ୍ବର ପ୍ରାଣରଖ ପ୍ରାଣରଖ ହେ ନରେଶ
ନରରୂପି ରାକ୍ଷସ ବିଷ୍ଫାରିଲା ମୋ ପ୍ରାଣ
ନିଃସ୍ତେଜ ହୋଇ ଲି ମୁଁ ନିଃଶେଷ ହେଲା ଜୀବନ
ଘନ ଘୋର ବିପତ୍ତି ର ଏକ ଯେ ବିଷମ କାଳ ।।୯
ଦୀର୍ଘ ଶ୍ଵାସ ମୋ ବିଶ୍ବାସ ସବୁ ହେଲା ଲୀନ
ତା ପଶାକାଠି ପଶା ଘରେ ମୁଁ ହେଲି ବିଲୀନ।। ୧୦