ଡକ୍ଟର ବିବେକାନନ୍ଦ ସିଂହ, ମାହାଙ୍ଗା, ୮ ମଇ ୨୦୨୩
ହେ ମହାନ ଦାୟାଦ ମାହାଙ୍ଗା ମାଟିର
ଚିର ବରେଣ୍ୟ ତୁମେ
ହେ ପ୍ରଜ୍ଞା ପୁରୁଷ ବାଗ୍ମୀ ମହାନ
ପରିଚିତ ଏହି ନାମେ।
ଚାୟାଁପାଳ ଠାରେ ଇନ୍ଦୁମତୀ କୋଳେ
ଜନ୍ମ ଲଭି ଧନ୍ୟ କଲ
ପିତା କୁଳମଣୀ ଜ୍ଞାନ ଦେଲେ ଛାଣି
ଉତ୍ତମ ପୁରୁଷ ହେଲ।
ଶିକ୍ଷା ସଂସ୍କାରେ ଭାଷା ସରୋବରେ
ଅମ୍ଲାନ ଭାସ୍ୱର ଛବି
ଓଡ଼ିଶା ମାଟିର ଜାଜ୍ଜ୍ୱଲ୍ୟ ଜ୍ୟୋତିଷ
ସଂସ୍କୃତି ବାହକ ରବି।
ପ୍ରଭୁ ଜଗନ୍ନାଥ ଗବେଷକ ହୋଇ
ପ୍ରବକ୍ତା ତ ସାଜିଥିଲ
ରଥଯାତ୍ରା ବିବ ରଣୀ ପ୍ରଦା ନରେ ଅଗ୍ରଗଣ୍ୟ ତୁମେ ଥିଲ
ପାଲା ସମୀକ୍ଷକ ଟିଭି ଚ୍ୟାନେଲେରେ
ବସିଥାଅ ବିଚାରକ
କଳା ସାହିତ୍ୟର ପୁଜାରି ଥିଲତ
ଜଗନ୍ନାଥ ପ୍ରଚାରକ।
ଧନ୍ୟ କଲା ତୁମେ ପଦ୍ମଶ୍ରୀ ଉପାଧି
ଧନ୍ୟ ଏ ଓଡ଼ିଆ ଭୂଇଁ
ତୁମ ପରି ଆଉ ସେପରି କି ଜଣେ
ଏମାଟି ପାଇବ ନାହିଁ ?
ଗୈାରବ ର ଟିକା ଏ ମାଟି ଲଲାଟେ
ଲଗାଇ ବିଦାୟ ନେଲ
ଶତଶତ ଶ୍ରଦ୍ଧା ସୁମନ ଘେନିବ
କେ ହୋଇବ ତୁମ ତୂଲ।