ସସ୍ମିତା ପଣ୍ଡା, କଟିକଟା, କଟକ, ୧୨ ଫେବ୍ରୁଆରୀ ୨୦୨୫
ଚମତ୍କାର ସନ୍ଧ୍ୟାର ତୁମେ….
ଏମିତି ସୁରଭି
ଇତିରୁ ଆରମ୍ଭ ହୁଏ
ଶବ୍ଦ ଅଧିବାସ
ଲୋଡ଼ା ନାହିଁ ଭାଷାକୋଷ।।
ନିରୋଳା ଅପେକ୍ଷାରେ
ମୋ ପାଇଁ ଲେଖୁଥାଅ
ଯେଉଁ ମନ୍ତ୍ରକାବ୍ୟ
ପାପ ଆଉ ପୂଣ୍ୟ ସେଇଠି
ନିଜେ ନିଜେ ସ୍ତବ୍ଧ
ତୁମେତ’ ନ ଥିଲେ….
ମୁଁ ଗୋଟେ ଅଭିଶାପ।।
ତୁମେ ଆଶ୍ଚର୍ଯ୍ୟ ମିଶା
ବିସ୍ମୟ ଉଚ୍ଚାରଣ
ତୁମେ ହିଁ କରିପାର
ଉଜୁଡ଼ା ବନସ୍ପତିକୁ
ଶ୍ୟାମଳ ଶ୍ୟାମଳ
ହୃଦୟର ଅନୁଚାରିତ ଶବ୍ଦରେ
ଅନାହତ ଆକଳନ
ବଞ୍ଚି ପାରେ ସିନା….
ହେଲେ ମୋ ଜୀଇଁବାର ତୁମେ
ଏକମାତ୍ର କାରଣ।।