ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୭ ମଇ ୨୦୨୫
ସ୍ମୃତି !
ବିଗତ ଦିନର ଅପାସୋରା ଅନୁଭୂତି
ଅମା ଅନ୍ଧକାରେ ତାହା ଆଲୋକର ଜ୍ୟୋତି
ରୋମାଞ୍ଚ ମନର ସିଏ ତାଳହୀନ ଗତି
ଅଜଣା ଆବେଗର ଅକୁହା ଅଭିବ୍ୟକ୍ତି
ଏଇ ଜୀବନର ତାହା ଅମୂଲ୍ୟ ସମ୍ପତ୍ତି।।୧।।
ସ୍ମୃତି !
ପ୍ରଥମ ପ୍ରଣୟର ଅଭୁଲା ଅନୁରକ୍ତି
ପୁଲକିତ ହୃଦୟର ବର୍ଷା ଭିଜା ରାତି
ପହିଲି ପ୍ରେମର ସିଏ ଛନ୍ଦହୀନ ଗୀତି
ପ୍ରୀତି ସାଗରରେ ତାହା ହୀରା, ନୀଳା, ମୋତି
ମନ ସିନ୍ଦୁକରେ ତାକୁ ରଖିଛି ସାଇତି।।୨।।