କ୍ଷଣ ପ୍ରଭା ମହାନ୍ତି, ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୩
ସକାଳ ନହଉଣୁ ଶ୍ରୀକ୍ଷେତ୍ର ରେ
ହୋଇଯାଏ ସକାଳ।
ଦେବୀ ଉଷାଙ୍କ ର ଆମ ନ୍ତ୍ରଣ ଆବାହନି ମନ୍ତ୍ର ରେ ମନ୍ତ୍ରିତ ହୁଏ ବଡ଼ ଦାଣ୍ଡ।
ଫିଟି ଯାଏ କାଳିଆ ର ସିଂହଦ୍ଵାର,
ଏଠି ପତିତ ପାବନ ଦର୍ଶନ ପାଇଁ
ଭକ୍ତ ହୋଇଯାଏ ଉଚ୍ଛନ୍ନ।
ଶ୍ରୀକ୍ଷେତ୍ର ରେ ସବୁଠି ପବିତ୍ରତାର ପଦଚିହ୍ନ।
ଗୌ ରିକ ବର୍ଣ୍ଣରେ ମଣ୍ଡିତ ହୁଏ ପୂର୍ବକାଶ।
ଶ୍ରୀମନ୍ଦିର ରୁ ଭାସିଆସେ ସେଇ ମନ୍ତ୍ର,
ନୀଳାଦ୍ରିସ ଜଗଦୀ ସ୍ଵର ନିଦ୍ରା ତେଜ।
ସରେ ପୁଣି କାଳିଆ ଅବକାଶ ନିତି।
ବଢିଯାଏ ଯେତେ ନିତିକାନ୍ତି।
ଲାଗିଯାଏ ଭକତ ଙ୍କ ଭିଡ଼,
ହେଲେ ମିଳେ ଅତ୍ମତୃପ୍ତି,
ଥରୁଟିଏ ଦେଖିଦେଲେ ସେ ଚାରୁ ମୂରତି।
ଘଣ୍ଟା ମୃଦଙ୍ଗ ରେ ପ୍ରକମ୍ପିତ ହେଉଥାଏ ଶ୍ରୀ ଧାମ
ମେଘନାଦ ଡେଇଁ ସୁଭୁଥାଏ ଗୀତ ଗୋବିନ୍ଦ ର ତାନ।
କିଏ ପୁଣି ପେଟ ଲାଗି ଖୋଲୁ ଥାଏ ପସରା ହେଲେ ଅଣଓଡ଼ିଆ ଙ୍କ ସ୍ମୁତି
ରୁହେ ଅପଶୋରା।
ଭକତି ଆ ଙ୍କ କଣ୍ଠରୁ ଭାସି ଆସେ
ରଖ ମାୟାଧର।
ସେଇ ବଡ଼ଦାଣ୍ଡ ଦେଇ ଚାଲିଯାଏ,
ନିଷ୍ପ୍ରା ଣ ଶରୀର।
ଏଇ ସେଇ ସ୍ୱୋର୍ଗ ଦ୍ଵାର ଯେଉଁଠି
ଜୀବନ ଯାତ୍ରାର ପଡ଼େ ପୂର୍ଣ୍ଣଚ୍ଛେଦ।
ଲିଭିଜାଏ ଆତ୍ମୀୟଙ୍କ ଲୁହ ସହ
ଜୀବନର ପରିଭାଷା।
ଏପଟେ କାଳିଆ ବି ବ୍ରହ୍ମା ସନ ରେ
କରୁଥାଏ ବିଚିତ୍ର ସମୀକ୍ଷା।