ଆଲୋକ କୁମାର ପ୍ରଧାନ, ପୁରୀ, ୩୦ ଅକ୍ଟୋବର ୨୦୨୩
ଠିକେ ଠିକେ ଠାରିଦେଲେ ଠଉରେଇ ହୁଏ ସହଜରେ।
ଯା’ବାସ୍ନାରେ ବାରି ହୁଏ ନିଜପଣ ବାସ୍ନା ବର୍ଣାଳୀରେ।
ସିଧା ଚାଲି କେ ପାଇଛି ଜୀବନର ମଧୁର ଠିକଣା।
ଅଙ୍କାବଙ୍କା ବାଟେ ଭେଟେ ଅନୂଭବ ସୁଖ ମହୁଫେଣା।।
ଯନ୍ତ୍ରଣା ନଥାଇ ମିଳେ ଜୀବନକୁ ଯନ୍ତ୍ରବତ୍ ଭୋଗ।
ଅନାବିଳ ଆତ୍ମିକ ପ୍ରତୀକ୍ଷା ଲଭେ ବିରହର ଭାଗ।
ରାସ୍ତା କି ସରଇ କେବେ ଆସୁଥାଏ ଛକ ପରେ ଛକ।
ଛକେ ଛକେ ଛକିଥାଏ ଆଖିକୋଣେ ପ୍ରତୀକ୍ଷା ଅନେକ।।
ବୃତ୍ତର ପରିଧି ହୋଇ ସମୟଟା ସାଜେ ଦୁର୍ଘଟଣା।
ଘଟେ କିଛି ଘାଟ ଧରେ ବେଳେବେଳେ କରି ବାଟବଣା।
ତ୍ରିଛକ ସୀମାରେ ଲୟ ଲଗାଇଲେ ନାଚୁଥାଏ ମନ।
ଏ ସୀମାକୁ ଛୁଉଁଥିଲେ ସେ ସୀମାର ବାଉଳା ପବନ।।
ଠିକଣା ପା ପଣିକିଆ ଘୋଷୁଥିଲେ ଭୁଲିଯାଉଥିବ
ବର୍ଣ୍ଣବୋଧ ପରି ବୁଝିପାରିଲେ ପା ଠିକଣାରେ ଥିବ।