• About
  • Contact
Wednesday, July 16, 2025
Wednesday, July 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ବଦଳି ଗଲାଣି ସାମ୍ବାଦିକତାର ପରିଭାଷା

ବଦଳି ଗଲାଣି ସାମ୍ବାଦିକତାର ପରିଭାଷା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଅଗଷ୍ଟ ୨୦୨୨

ଓଡ଼ିଶାର ସମ୍ବାଦପତ୍ର ଓ ଟେଲିଭିଜନ ସାମ୍ବାଦିକତାକୁ ଯଦି ବିଶ୍ଳେଷଣ କରାଯାଏ, ତାହେଲେ ଯେ କେହିବି ପ୍ରଶ୍ନ କରିବ ଇଏ କି ପ୍ରକାରର ସାମ୍ବାଦିକତା ? କାହା ପାଇଁ ଏ ସାମ୍ବାଦିକତା ? ସାମ୍ବାଦିକତା ଆଜି ବୃତ୍ତି ନା ବ୍ୟବସାୟ ? ଗତ ବର୍ଷେ ମଧ୍ୟରେ ଓଡ଼ିଶାର ସବୁଠାରୁ ବଡ଼ ଖବର ହେଉଛି ବ୍ରହ୍ମପୁରର ଡ଼ାକ୍ତର ସୁମିତ ଓ ତାଙ୍କ ପତ୍ନୀଙ୍କ ପାରିବାରିକ ବିବାଦ, ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ଙ୍କ ମଧ୍ୟରେ ଚାଲିଥିବା ବିବାଦ, ଟୁଙ୍ଗୁରୁ ଭୋଳ ନାମକ ଅଟୋ ଡ୍ରାଇଭର ର ପ୍ରେମ କାହାଣୀ, ଅଭିନେତା ବାବୁସାନ, ଅଭିନେତ୍ରୀ ପ୍ରକୃତି ଓ ବାବୁସାନଙ୍କ ପତ୍ନୀଙ୍କ ତ୍ରିକୋଣୀୟ ପାରିବାରିକ ବିବାଦ ଏବଂ ତା ସାଙ୍ଗକୁ କିଛି ଲଭ୍ , ସେକ୍ସ ଓ ଧୋକା ଏବଂ ଆତ୍ମହତ୍ୟାର କାହାଣୀ ଘଣ୍ଟା ଘଣ୍ଟା ଧରି ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଗୁଡିକର ପ୍ରମୁଖ ଖବର ପାଲଟିଛି ।

ସେହିପରି ରାଜ୍ୟର ପ୍ରମୁଖ ଖବର କାଗଜରେ ମଧ୍ୟ ଉଣା ଅଧିକେ ଏହି ଖବର ସ୍ଥାନ ପାଉଥିବା ବେଳେ ବିଜ୍ଞାପନର ମାତ୍ରା ବଢ଼ିଚାଲିଛି । ଯଦି ଓଡ଼ିଆ ଖବର କାଗଜର ଖବର ଓ ବିଜ୍ଞାପନ ମଧ୍ୟରେ ତୁଳନା କରାଯାଏ, ତେବେ ଖବର ଅପେକ୍ଷା ବିଜ୍ଞାପନ ଅଧିକ ଭଳି ମନେ ହୁଏ । ବିଶେଷ କରି ଲୋକଙ୍କ ଉପରେ ପ୍ରଭାବ ବିସ୍ତାର କରିଥିବା ଟିଭି ଚ୍ୟାନେଲ୍ ମାନଙ୍କରେ ସାମ୍ବାଦିକତାର ଅସଲ ପ୍ରସଙ୍ଗ ବାଟବଣା ହୋଇଛି । ରାଜନୀତି, ଅର୍ଥନୀତି ସମ୍ପର୍କିତ ଖବର ତୁଳନାରେ ପାରିବାରିକ ବିବାଦ, ପ୍ରେମ, ପ୍ରତାରଣା, ହତ୍ୟା, ଆତ୍ମହତ୍ୟାର ଖବରର ପରିମାଣ ଢ଼େର ଅଧିକ ।

ସମ୍ପାଦକ ଓ ସାମ୍ବାଦିକ ମାନେ ନିଜକୁ ପରିବର୍ତ୍ତିତ ପରିସ୍ଥିତିରେ ବଦଳେଇ ଦେଲେଣି । ଅଧିକାଂଶ ଟେଲିଭିଜନ ଓ ଖବର କାଗଜର ମାଲିକ ହେଉଛନ୍ତି କୌଣସି ନା କୌଣସି ରାଜନୈତିକ ଦଳର ସକ୍ରିୟ ସଦସ୍ୟ । ତେଣୁ ସାମ୍ବାଦିକ ମାନେ ସରକାରଙ୍କ ବିରୋଧରେ ବା ବିରୋଧୀ ରାଜନୈତିକ ଦଳର ଦୋଷ ତୃଟି ସମ୍ପର୍କିତ ଖବର ପ୍ରକାଶ କରିପାରୁ ନାହାନ୍ତି । ଓଡ଼ିଶାର ଖବର କାଗଜ ଓ ଟିଭି ଚ୍ୟାନେଲ୍ ମାନେ ଦୁଇ ଭାଗରେ ବିଭକ୍ତ । ଓଡ଼ିଶାର ପ୍ରମୁଖ ଖବର କାଗଜର ମାଲିକ ମାନଙ୍କୁ ସମସ୍ତେ ଜାଣନ୍ତି । ସେମାନଙ୍କ ବାବଦରେ ଅଧିକ ଜଣାଇବା ଆବଶ୍ୟକ ନାହିଁ । ଯଦି ନ୍ୟୁଜ୍ ଚ୍ୟାନେଲ୍ କଥା ଦେଖିବା ତାହା ହେଲେ ଏଥିମଧ୍ୟରୁ ସଂଖ୍ୟାଧିକ ଚ୍ୟାନେଲ୍ ଶାସକ ବିଜେଡି ହାତରେ ଥିବାବେଳେ ଆଉକିଛି ବିଜେପି ହାତରେ ରହିଛି । ତେଣୁ ଏହି ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ଶାସକ ବିଜେଡି ଓ ଵିରୋଧୀ ବିଜେପିକୁ ସୁହାଇଲା ଭଳି ନିଜର Editorial Policy ନିର୍ଦ୍ଧାରଣ କରିଛନ୍ତି । ଖବର କାଗଜର ପ୍ରଥମ ପୃଷ୍ଠାର ଖବର ଅବା ନ୍ୟୁଜ୍ ଚ୍ୟାନେଲ୍ ର ପ୍ରମୁଖ ଖବର ପଢୁଥିବା / ବିତର୍କ କରୁଥିବା ସାମ୍ବାଦିକଙ୍କୁ ଦେଖିଲେ ଆପଣମାନେ ଜାଣିପାରିବେ କିଏ କାହାର ଭାଟ ବା ଅନ୍ଧଭକ୍ତ । ତାହା ବୁଝାଇ କହିବା ଆବଶ୍ୟକ ନାହିଁ ।

ସାମ୍ବାଦିକ ମାନେ ଆଉ ଅନୁସନ୍ଧାନମୂଳକ ସାମ୍ବାଦିକତା କରୁନାହାଁନ୍ତି କାରଣ ଖୁବ୍ କମ୍ ପରିଶ୍ରମରେ ଶାସକ ଦଳ ଓ ବିରୋଧୀ ଦଳ ଅଫିସ୍ ରୁ ଲେଖାହୋଇ ରେଡ଼ିମେଡ଼ ଖବର ସେମାନଙ୍କ ପାଖରେ ପହଞ୍ଚିଯାଉଛି, ତେଣୁ ଆଉ ପରିଶ୍ରମ କରିବା ଦରକାର କ’ଣ ? ଓଡ଼ିଶାରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକରେ କିଏ ସମ୍ପାଦକ ହେବେ ତାହା ନିର୍ଦ୍ଧାରିତ ହେଉଛି ଶାସକ ଓ ବିରୋଧୀ ଦଳର ପ୍ରଭାବଶାଳୀ ଗୋଷ୍ଠୀଙ୍କ ଦ୍ୱାରା । ଖବର କାଗଜର ହେଡ଼ଲାଇନ୍ ଠାରୁ ଟିଭି ଚ୍ୟାନେଲ୍ ର ବିତର୍କର ବିଷୟବସ୍ତୁ ସ୍ଥିର ହେଉଛି ଶାସକ ଓ ବିରୋଧୀ ଦଳର war room ରେ । ଯାହାକୁ କାର୍ଯ୍ୟକାରୀ କରିବାକୁ ଅନାଇ ବସିଛନ୍ତି ଟିଭି ଚ୍ୟାନେଲ୍ ଓ ଖବର କାଗଜର ସମ୍ପାଦକଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ପର୍ଯ୍ୟନ୍ତ । ଇଏ ହେଉଛି ଓଡ଼ିଶାର ବର୍ତ୍ତମାନର ସାମ୍ବାଦିକତାର ବଦଳିଥିବା ଚିତ୍ର ।

ଏବେ ଆପଣ ଭାବନ୍ତୁ ତ କାହାଠାରୁ କ’ଣ ଆଶା କରିହେବ ? ଯେଉଁ ରାଜ୍ୟର ଖବର କାଗଜ ଓ ଟିଭି ଚ୍ୟାନେଲ୍ ଶାସକ ଦଳ ଓ ବିରୋଧୀ ଦଳର ବ୍ରାଣ୍ଡ୍ ହେବାକୁ ନିଜଭିତରେ ପ୍ରତିଦ୍ବନ୍ଦିତା କରନ୍ତି ସେମାନେ କାହା କଥା କହିବେ ? ଯେଉଁଠାରେ ରାଜ୍ୟ ସରକାରଙ୍କ ବିରୋଧରେ ଖବର ପରିବେଷଣ କଲେ ସରକାରୀ ବିଜ୍ଞାପନ ମିଳିବ ନାହିଁ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଖବର ପରିବେଷଣ କଲେ କେନ୍ଦ୍ର ସରକାରଙ୍କ ଠାରୁ ବିଜ୍ଞାପନ ମିଳିବ ନାହିଁ, ତେବେ ଖବର କାଗଜ ଓ ଟିଭି ମାଲିକ ମାନେ କରିବେ କ’ଣ ? ଯଦି ସମ୍ପାଦକ ଓ ସାମ୍ବାଦିକଙ୍କୁ ରାଜନୈତିକ ଦଳ ଓ ନେତାମାନେ ନିଯୁକ୍ତି ଦେବେ, ତେବେ ସେମାନେ କାହା କଥା କହିବେ ବା କାହା ପାଇଁ ଲେଖିବେ ? ଟିଭି ଓ ଖବର କାଗଜର କ’ଣ ପ୍ରମୁଖ ଖବର ହେବ ତାହା ଯଦି ଶାସକ ଦଳ ଓ ବିରୋଧୀ ଦଳ ସ୍ଥିର କରିବେ ତେବେ ଖବର ପରିବେଷଣର ଧାରା ପ୍ରଭାବିତ ହେବନାହିଁ କି? ପରିଶେଷରେ ଖବର କାଗଜ ପାଠକ ଓ ନ୍ୟୁଜ୍ ଚ୍ୟାନେଲ୍ ର ଦର୍ଶକ ସ୍ଥିର କରିବା ଦରକାର ଓଡ଼ିଶାରେ ସାମ୍ବାଦିକତାର ବଦଳିଥିବା ପରିଭାଷା ପାଇଁ କାହାକୁ ଦାୟୀ କରାଯିବ ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.