• About
  • Contact
Wednesday, July 16, 2025
Wednesday, July 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ଜୁନ୍ ୨୦୨୩

ସାରା ରାଜ୍ୟରେ ବିଜୁଳି ବିଭ୍ରାଟ ନେଇ ସାଧାରଣ ଲୋକଙ୍କ ଠାରୁ ରାଜନୈତିକ ଦଳ ଓ ଅଫିସର ମାନଙ୍କ ଅସନ୍ତୋଷ ଥିଲା ଏହି ସପ୍ତାହର ଗୁରୁତ୍ୱପୂର୍ଣ୍ଣ ଖବର । ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେବା ଓ ଲୋକମାନେ ବିଦ୍ୟୁତ ବ୍ୟବହାର ପାଇଁ ନପାଇବାର ଖବର ଓଡ଼ିଆ ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଥିଲା । ସେହିପରି ମିଡ଼ିଆର ସବୁଠାରୁ ପ୍ରିୟଖବର ଓଲିଉଡ଼ରେ “କାଷ୍ଟିଂ କାଉଚ” ଅଭିଯୋଗ ପୁଣି ଦୀର୍ଘଦିନ ପରେ ଫେରିଛି । ଏହା ସାଙ୍ଗକୁ ୫ଟି ସଚିବଙ୍କ କେଉଁଝର ଓ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖବର ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ଗୁଡ଼ିକରେ ଦେଖିବାକୁ ମିଳିଥିଲା ।

ଅସହ୍ୟ ଗୁଳୁଗୁଳି ଓ ଗାଏବ ବିଜୁଳି : ଏ ସପ୍ତାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ଥିଲା ରାଜ୍ୟବ୍ୟାପୀ ବିଦ୍ୟୁତ ବିଭ୍ରାଟ ଓ ସାଧାରଣ ଲୋକଙ୍କ ଅସନ୍ତୋଷ ପ୍ରକାଶ ଜନିତ ପ୍ରସଙ୍ଗ । ବିଦ୍ୟୁତ ବିତରଣ କଂପାନୀ ଟାଟା ପାୱାରର କାର୍ଯ୍ୟ କୁଶଳତାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ । ଲୋକଙ୍କର ଅସନ୍ତୋଷକୁ ଦେଖି ଶାସକ ଦଳର କିଛି ନେତା ମଧ୍ୟ ପାଳି ଧରିଥିଲେ ମୁଖ୍ୟ ଶାସନ ସଚିବଙ୍କ ସହିତ । ଏହାପରେ ବିରୋଧୀଦଳ ବିଜେପି ରାଜ୍ୟବ୍ୟାପୀ ଆରମ୍ଭ କରିଛି ବିଜୁଳି ବିଭ୍ରାଟ ନେଇ ପ୍ରତିବାଦ । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ରାଜ୍ୟସରକାର ଓ ଟାଟା ପାୱାର ମଧ୍ୟରେ ଲଢ଼େଇ ଭିତରେ ସୀମିତ ରଖିଦେଲେ। କେହି ବି ଏନେଇ ଓଡ଼ିଶାର ବିଦ୍ୟୁତ ସଂସ୍କାର ପ୍ରକ୍ରିୟା ଓ ଭିତ୍ତିଭୂମି ନେଇ ପ୍ରଶ୍ନ ଉଠାଇଲେ ନାହିଁ । କାହିଁକି ଶକ୍ତି ମନ୍ତ୍ରୀ ଏ ବାବଦରେ ଉତ୍ତର ଦେବେ ନାହିଁ ସେନେଇ କୌଣସି ଗଣମାଧ୍ୟମ ପ୍ରଶ୍ନ ବି କଲେ ନାହିଁ । କିଛି ଗଣମାଧ୍ୟମ ମୁଖ୍ୟ ଶାସନ ସଚିବ ଓ ଶାସକ ଦଳ ନେତାଙ୍କୁ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ମୁହଁ ଖୋଲିଥିବାରୁ ଧନ୍ୟବାଦ ଦେଇ ଚୁପ ରହିଗଲେ । ଆଉ କିଏ କିଏ ଶକ୍ତି ମନ୍ତ୍ରୀଙ୍କ ନିରବ ରହିବାର ଦୃଶ୍ୟ ଦେଖାଇ ବସିଗଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟର ଦୁଇ ପ୍ରମୁଖ ଗଣମାଧ୍ୟମ ବ୍ୟକ୍ତିତ୍ୱ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅବା ଧରିତ୍ରୀର ସଂପାଦକ ତଥାଗତ ସତପଥୀ ସେମାନଙ୍କ ଖବର କାଗଜର ପ୍ରଥମ ପୃଷ୍ଠାର ସଂପାଦକୀୟଟିଏ ମଧ୍ୟ ଲେଖିଲେ ନାହିଁ ।

ପୁଣି ଫେରିଲା କାଷ୍ଟିଂ କାଉଚ : ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ର ସବୁଠାରୁ ପ୍ରିୟ ଖବର ହେଉଛି ଓଲିଉଡ଼ରେ କାଷ୍ଟିଂ କାଉଚ ଅଭିଯୋଗ ଖବର । ବହୁଦିନ ପରେ ଜଣେ ଅଭିନେତ୍ରୀଙ୍କ ଏଭଳି ଏକ ଅଭିଯୋଗକୁ ନେଇ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଗଲା TRP ଯୋଗାଡ଼ର ପ୍ରତିଯୋଗିତା । ସମସ୍ତେ ଚେଷ୍ଟାକଲେ ଅଭିଯୋଗ ଆଣିଥିବା ଅଭିନେତ୍ରୀଙ୍କ ଅଭିଯୋଗର ସିଧାପ୍ରସାରଣ କରିବା ପାଇଁ । ତେଣୁ ଅଭିନେତ୍ରୀଙ୍କ ପାଖକୁ ଯାଇ ଅବା ଷ୍ଟୁଡ଼ିଓକୁ ଡକାଇ ବେଶ୍ ହୋ ହଲ୍ଲା କଲେ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ । ଏପରିକି ଅଭିନେତ୍ରୀ ଯେଉଁ ପ୍ରଯୋଜକଙ୍କ ନାଁରେ ଅଭିଯୋଗ ଆଣିଥିଲେ ତାଙ୍କୁ ମଧ୍ୟ ପ୍ରଥମେ କେହି ପଚାରିଲେ ନାହିଁ ଏହି ଅଭିଯୋଗ ବାବଦରେ । ଶେଷରେ ବାଧ୍ୟ ହୋଇ ପ୍ରଯୋଜକ ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିବା ପାଇଁ ଗଣମାଧ୍ୟମ ଗୁଡ଼ିକୁ ଅନୁରୋଧ କଲେ ଓ ତାଙ୍କର ମନ୍ତବ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ । କିଛି ଗଣମାଧ୍ୟମ ମଧ୍ୟ ଅଭିଯୋଗ ଆସିଥିବା ପ୍ରଯୋଜକଙ୍କ ମତାମତକୁ ପ୍ରସାରଣ କରିଥିଲେ । ତେବେ ଏହି କାଷ୍ଟିଂ କାଉଚ ଅଭିଯୋଗ ନେଇ ନ୍ୟୁଜ ଚ୍ୟାନେଲ୍ ସଂପାଦକ ମାନଙ୍କ ନିର୍ଦ୍ଦେଶରେ ନ୍ୟୁଜ ଚ୍ୟାନେଲ୍ ର ପ୍ରତିନିଧି ଓ ନ୍ୟୁଜ ଆଙ୍କର ମାନେ ବେଶ୍ ପ୍ରତିଯୋଗିତା କଲେ ନିଜ ନିଜ ଭିତରେ କିଏ ନିଜ ଚ୍ୟାନେଲ୍ ପାଇଁ ଭଲ TRP ଯୋଗାଡ଼ କରି ପାରିବ ।

୫ଟି ସଚିବଙ୍କ ମାରାଥନ ଗସ୍ତ : ବେଶ୍ କିଛି ଦିନ ଧରି ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ମାନେ ବ୍ୟସ୍ତ ରହିଛନ୍ତି ୫ଟି ସଚିବଙ୍କ ଗସ୍ତକୁ ନେଇ । ଏଥରର କେନ୍ଦୁଝର ଓ ଭଦ୍ରକ ଗସ୍ତ ନେଇ ମାତ୍ରାଧିକ ବ୍ୟସ୍ତ ହୋଇପଡ଼ିଥିଲେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ । କାରଣ ଏହି ଗସ୍ତ ସମୟରେ ପ୍ରଥମ ଥର ପାଇଁ ୫ଟି ସଚିବଙ୍କୁ ବିରୋଧ କରିଥଲେ କିଛି ରାଜନୈତିକ ଦଳର କର୍ମୀ ଓ ନେତାମାନେ । ସରକାରୀ ବିଜ୍ଞାପନରେ ମାଲାମାଲ ଆମର ଗଣମାଧ୍ୟମ ଏହି ଖବରକୁ କିପରି ଦେଖାଇବ ସେ ନେଇ ବୁଝି ପାରିଲା ନାହିଁ । ହାତ ଗଣତି କିଛି ମିଡ଼ିଆ ଏହି ବିରୋଧର ଚିତ୍ର ଓ ବିରୋଧୀ ଦଳ ନେତାଙ୍କ ବୟାନକୁ ସ୍ଥାନ ଦେଇଥିବା ବେଳେ ଅନ୍ୟମାନେ ବିଜ୍ଞାପନ ଲୋଭ ଓ ସରକାରୀ ଛାଟ ଭୟରେ ଏହି ଖବରକୁ ଚାପି ଦେଇଥିଲେ । ଶେଷରେ ୫ଟି ସଚିବଙ୍କୁ ବିରୋଧ ଖବର ଅପେକ୍ଷା ଏହି ଦୁଇ ଜିଲ୍ଲା ଗସ୍ତର ବ୍ୟାପକ ପ୍ରଚାର ଦେଖିବାକୁ ମିଳିଥିଲା ପ୍ରମୁଖ ଗଣମାଧ୍ୟମରେ ।

ଯାହାବି ହେଉ ଗତ ସପ୍ତାହର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ମୃତକଙ୍କ ଶବ ଚିହ୍ନଟ ହୋଇ ନପାରିବା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଦୁର୍ଦ୍ଦଶା ସଂପର୍କିତ ଖବର ଅପେକ୍ଷା କାଷ୍ଟିଂ କାଉଚ ଅଭିଯୋଗ ଖବରକୁ ବେଶ୍ ଗୁରୁତ୍ୱ ଦେଲେ ଆମର ଗଣମାଧ୍ୟମ ଗୁଡ଼ିକ । ବିଜୁଳି ବିଭ୍ରାଟ ଭଳି ଏକ ସମ୍ବେଦନ ସୂଚକ ଖବରକୁ ଗଣମାଧ୍ୟମର ସଂପାଦକ ମାନେ ସାଧାରଣ ଲୋକଙ୍କ ପ୍ରତିବାଦର ସ୍ୱରକୁ ଗୁରୁତ୍ୱ ନଦେଇ ଏହାକୁ ସାଧାରଣ ଖବର ଭାବରେ ଦେଖାଇବା ଏବେ ଖବର କାଗଜ ପାଠକ ଓ ନ୍ୟୁଜ ଚ୍ୟାନେଲ୍ ର ଦର୍ଶକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 12, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.