• About
  • Contact
Thursday, July 10, 2025
Thursday, July 10, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ମଇ ୨୦୨୩

ଚଳିତ ସପ୍ତାହରେ ମନ୍ତ୍ରୀମଣ୍ଡଳରେ ୩ ଜଣ ସ୍ଥାନ ପାଇବା, ପଶ୍ଚିମ ଓଡ଼ିଶାର ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଅସନ୍ତୋଷ ନାଟକ, ସଂସଦ ଭବନ ରାଜନୀତିରେ ବିଜେଡି ଓ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ୍ ବ୍ରାଞ୍ଚର ଚାର୍ଜସିଟ୍ ପ୍ରଦାନ ଆଦି ଖବର ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏହି ଖବର ଗୁଡ଼ିକୁ ନିଜ ନିଜର ପାଠକ ଓ ଦର୍ଶକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥିଲେ ଓଡ଼ିଆ ଗଣମାଧ୍ୟମ ଗୁଡ଼ିକ ।

ମିଡ଼ିଆର ଆକଳନ ଓ ନୂଆ ମନ୍ତ୍ରୀମଣ୍ଡଳ : ୨ ଜଣ ମନ୍ତ୍ରୀ ଇସ୍ତଫା ଦେବାପରେ ପ୍ରାୟ ଡଜନରୁ ଅଧିକ ବିଧାୟକଙ୍କ ନାଁ ନେଇ ଭବିଷ୍ୟବାଣୀ କରିଥିଲେ ଆମର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ । କିଏ ପୂର୍ବରୁ, କିଏ ପଶ୍ଚିମରୁ, କିଏ ଉତ୍ତରରୁ, କିଏ ଦକ୍ଷିଣରୁ ମନ୍ତ୍ରୀ ହେବେ ସେ ନେଇ କଷିଥିଲେ ଅଙ୍କ । ମାତ୍ର ମିଡ଼ିଆର ପୁର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ନାୟକ ଫେରିଥିଲେ ମନ୍ତ୍ରୀମଣ୍ଡଳକୁ । ବହୁ ନେତାଙ୍କୁ ଆମର ଗଣମାଧ୍ୟମ ଗୁଡ଼ିକ ମନ୍ତ୍ରୀ ପାଦର ଆଶା ଦେଖାଇ ଶେଷରେ ସେମାନଙ୍କୁ ହତାଶ କରିଥିଲେ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଆଦି ଆକଳନ ଅନେକାଂଶରେ ଭୁଲ୍ ପ୍ରମାଣିତ ହୋଇଥିଲା । ମନ୍ତ୍ରୀମଣ୍ଡଳ ନେଇ ବହୁ ସତର୍କତାର ସହ ଖବର ପରିବେଷଣ କରୁଥିବା ଏକ ନ୍ୟୁଜ ଚ୍ୟାନେଲର ପ୍ରାଇମ ଟାଇମ ବୁଲେଟିନରେ ଅର୍ଥ ବିଭାଗ ପାଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି ବୋଲି ଭୁଲ ଖବର ମଧ୍ୟ ପରିବେଷଣ ହୋଇଥିବା ନଜରକୁ ଆସିଥିଲା।

ଅସନ୍ତୁଷ୍ଟ ସୁଶାନ୍ତ ସିଂ ଓ ମିଡ଼ିଆ ମ୍ୟାନେଜମେଣ୍ଟ : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂ ମନ୍ତ୍ରୀମଣ୍ଡଳକୁ ଫେରିବା ନେଇ ଗଣମାଧ୍ୟମ ଗୁଡ଼ିକ ପୂର୍ବାନୁମାନ କରିଥିଲେ ଓ ସେ ଫେରୁଛନ୍ତି ବୋଲି ଏକ ଧାରଣା ମଧ୍ୟ ତାଙ୍କ ସମର୍ଥକଙ୍କ ମନରେ ସୃଷ୍ଟି କରିଥିଲେ । ମାତ୍ର ସୁଶାନ୍ତ ସିଂ ମନ୍ତ୍ରୀ ନ ହେବା ପରେ ତାଙ୍କ ସମର୍ଥକ ମାନଙ୍କ ଅସନ୍ତୋଷକୁ କିଛି ଗଣମାଧ୍ୟମ ପ୍ରମୁଖ ଖବର ଭାବେ ସ୍ଥାନ ଦେବାପରେ, ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଲା । ଶେଷରେ ସରକାରୀ ସଂପାଦକ ମାନେ ସେମାନଙ୍କ ମାଲିକଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଯାଇ ସୁଶାନ୍ତ ସିଂଙ୍କ ସ୍ୱତନ୍ତ୍ର ସାକ୍ଷାତକାର ନେଇ ସେ ଅସନ୍ତୁଷ୍ଟ ନଥିଲେ ବୋଲି ନିଜ ନିଜ ଗଣମାଧ୍ୟମରେ ଜୋରଦାର ପ୍ରଚାର ଆରମ୍ଭ କରିଦେଲେ । ସତେ ଯେପରି ସୁଶାନ୍ତ ସିଂ ମନ୍ତ୍ରୀପଦ ନେଇ ଆଶାୟୀ ନଥିଲେ ଅବା ମନ୍ତ୍ରୀପଦ ନପାଇ ଅସୁଖୀ ନୁହନ୍ତି । ସୁଶାନ୍ତ ସିଂଙ୍କୁ ନେଇ ଗଣମାଧ୍ୟମର ଏହି ହାଇଭୋଲଟେଜ ଡ୍ରାମା ବାବଦରେ ଖବର କାଗଜ ପାଠକ ନ୍ୟୁଜ ଚ୍ୟାନେଲ୍ ଦର୍ଶକ ମାନଙ୍କ ପାଇଁ ଅବୁଝା ରହିଲା ନାହିଁ । ଶାସକ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ବେଶ୍ ଭଲ ଭାବେ ଆମର ଗଣମାଧ୍ୟମ ଗୁଡ଼ିକ ମ୍ୟାନେଜ କରିବା ଘଟଣା ଧରାପଡ଼ିଗଲା ।

ନୂଆ ସଂସଦ ଭବନ ଓ ବିଜେଡି : ନୂଆ ସଂସଦ ଭବନକୁ ନେଇ ଦେଶବ୍ୟାପୀ ରାଜନୈତିକ ଗତିବିଧି ଜୋର ଧରିଛି । କିଏ ଏହି ଉତ୍ସବରେ ଯୋଗ ଦେବେ ଓ କିଏ ଯୋଗ ନଦେବେ ସେ ନେଇ ଜାତୀୟ ସ୍ତରର ଗଣମାଧ୍ୟମ ଠାରୁ ଆଞ୍ଚଳିକ ଗଣମାଧ୍ୟମରେ ଖବର ପ୍ରସାରଣ ସହ ବିତର୍କର ଝଡ଼ ମଧ୍ୟ ହୋଇଛି । ଏଭଳି ପରିସ୍ଥିତିରେ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡି ଏହି ଉତ୍ସବରେ ଯୋଗଦେବା ନିଷ୍ପତ୍ତି ନେବାର ଖବର ଗଣମାଧ୍ୟମ ଗୁଡ଼ିକ ପାଇଲେ ଓ ଏହି ଖବରକୁ ନିଜର ପାଠକ ଓ ଦର୍ଶକଙ୍କ ପାଖରେ ପହଞ୍ଚାଇବା ଆଗରୁ, କିଛି ଗଣମାଧ୍ୟମର ସରକାରୀ ସଂପାଦକ ମାନେ ନିଜ ନିଜର ଟ୍ୱିଟର ହ୍ୟାଣ୍ଡେଲ୍ ରେ ବିଜେଡିର ଯୋଗ ଦେବାକୁ ଯୁକ୍ତି ସଂଗତ ବୋଲି ଦର୍ଶାଇବା ସହ ବିରୋଧୀ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ମନଭରି ସମାଲୋଚନା କରିବା ଦେଖିବାକୁ ମିଳିଲା । ସତେ ଯେମିତି ଏହି ସରକାରୀ ସଂପାଦକ ମାନେ ବିଜେଡିର ଅଘୋଷିତ ମୁଖପାତ୍ର ଭାବେ ଦଳର ନିଷ୍ପତ୍ତିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଶପଥ ନେଇଥିଲେ । ପୂର୍ବରୁ ପରୋକ୍ଷ ଭାବେ ସରକାରୀ ଦଳର ମୁଖପାତ୍ର ଭୂମିକା ତୁଲାଇ ଥିବା ସରକାରୀ ସଂପାଦକ ମାନେ ଏହି ଘଟଣାର ବେତନଭୋଗୀ ମୁଖପାତ୍ର ଭଳି ଭୂମିକାରେ ଥିବାଭଳି ମନେହେଲା ।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଓ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ : ୧୧୮ ଦିନରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଏକ ଚାର୍ଜସିଟ୍ ଦାଖଲ କଲେ । ଏହି ଚାର୍ଜସିଟ୍ ରେ ୫୪୩ ପୃଷ୍ଠା ରହିଛି, ଅଭିଯୁକ୍ତ ବିରୋଧରେ ସଙ୍ଗୀନ ଦଫା ଲାଗିଛି, ଅଭିଯୁକ୍ତ ଆସିପାରିବ ନାହିଁ ଆଦି ବ୍ରେକିଙ୍ଗ ନ୍ୟୁଜ ମାଧ୍ୟମରେ ନ୍ୟୁଜ ଚ୍ୟାନେଲ ମାନେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ନିଜ ନିଜ ଭିତରେ ବେଶ ପ୍ରତିଯୋଗିତା କଲେ । କିଛି ଗଣମାଧ୍ୟମକୁ ଛାଡ଼ି ଅନ୍ୟମାନେ ଏହି ଚାର୍ଜସିଟ ବାବଦରେ ବିଶଦଭାବେ ତର୍ଜମା କରିବାକୁ ପସନ୍ଦ କଲେନାହିଁ ଅବା ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଥିଓରୀ କୁଆଡ଼େ ଗଲା ବୋଲି ମଧ୍ୟ ପ୍ରଶ୍ନ ଟିଏ ଉଠାଇଲେ ନାହିଁ । ବରଂ ଏହାକୁ ଆମ ରାଜ୍ୟର କ୍ରାଇମ୍ ବ୍ରାଞ୍ଚ ଅଧିକାରୀଙ୍କ ଏକ ବଡ଼ ସଫଳତା ବୋଲି ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟାକଲେ ।

ଯାହାବି ହେଉ ଏହି ଖବର ଗୁଡ଼ିକୁ ଆମର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ଯେଉଁଭଳି ନିଜର ପାଠକ ଓ ଦର୍ଶକଙ୍କୁ ପାଖରେ ପହଞ୍ଚାଇଲେ ଓ ସରକାରୀ ସଂପାଦକ ମାନଙ୍କର ଶାସକଦଳର ଅଘୋଷିତ ମୁଖପାତ୍ର ଭୂମିକା ନିର୍ବାହ କରିବା ଘଟଣା ଖବର କାଗଜ ପାଠକ ଓ ନ୍ୟୁଜ ଚ୍ୟାନେଲ୍ ଦର୍ଶକ ମାନେ ଭୁଲି ପାରିବେ ନାହିଁ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 12, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.