• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ମଇ ୨୦୨୩

ଚଳିତ ସପ୍ତାହରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ଖବରର ଅଭାବ ନଥିଲା । ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ବେଳେ ସେ ଏକ ସଭାରେ ନିଜର ଅଭିଭାଷଣ ଦେବାବେଳେ ବିଦ୍ୟୁତ ସରବରାହ ବ୍ୟାଘାତ ଯୋଗୁ ମଞ୍ଚ ଅନ୍ଧାର ହୋଇଯିବା, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଓଡ଼ିଶା ଗସ୍ତର ପ୍ରଭାବ ଓ ସମ୍ଭାବ୍ୟ ବାତ୍ୟା ନେଇ ଗଣମାଧ୍ୟମ ଗୁଡ଼ିକ ବେଶ୍ ବ୍ୟସ୍ତ ରହିଥିଲେ । ତେବେ ଏହି ପ୍ରମୁଖ ଖବରକୁ କିପରି ଭାବେ ଓଡ଼ିଶାର ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ନିଜର ପାଠକ ଓ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇଥିଲେ ତା ଉପରେ ନଜର ପକାଇବା ।

ମହାମହିମଙ୍କ ମଞ୍ଚ ଅନ୍ଧାର ଖବରକୁ ଚାପିଦେଲେ : ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିଥିବା ବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ସେ ନିଜର ଅଭିଭାଷଣ ରଖୁଥିବା ବେଳେ ହଠାତ୍ ବିଦ୍ୟୁତ ସରବରାହ ବ୍ୟାଘାତ ହେଲା ଏବଂ ମଞ୍ଚ ୯ ମିନିଟ୍ ପାଇଁ ଅନ୍ଧାର ହୋଇଗଲା । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ ଅଭିଭାଷଣ ରଖୁଥିବା ବେଳେ ବିଦ୍ୟୁତ୍ କାଟ ହେବା କେତେ ଦୁର୍ଭାଗ୍ୟ ଜନକ ତଥା ଲଜ୍ଜା ଜନକ ଖବର । ତେବେ ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହିବା ଘଟଣା ଦେଶବ୍ୟାପୀ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କଲା । ସୁରକ୍ଷା ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା,ମାତ୍ର ଓଡ଼ିଶାର ପ୍ରମୁଖ ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ଗୁଡ଼ିକରେ ଏହା ମାତ୍ର ଗୋଟିଏ ଦିନରେ ସୀମିତ ରହିଲା । ଏପରିକି ଏକ ନିର୍ଦ୍ଦିଷ୍ଟ ନ୍ୟୁଜ ଚ୍ୟାନେଲ୍ ଏହି ଖବରକୁ ମଧ୍ୟ ନିଜର ଚ୍ୟାନେଲ୍ ର ଦର୍ଶକଙ୍କ ପାଖରେ ଆଦୌ ପହଞ୍ଚାଇଲା ନାହିଁ । ଠିକ୍ ପରଦିନ ଅନ୍ୟ କେତେକ ପ୍ରମୁଖ ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ଏହି ଖବର ବାବଦରେ ଖୋଳତାଡ଼ କରିବା ତ ଦୂରର କଥା ସମ୍ପୂର୍ଣ୍ଣଭାବେ ଏହାକୁ ଭୁଲିଗଲେ । ମହାମହିମ ଓଡ଼ିଶା ଗସ୍ତ ସାରି ଫେରିଗଲେ ଓ ଓଡ଼ିଶାର ଗଣମାଧ୍ୟମ ମଧ୍ୟ ସରକାରୀ କଳର ଦାୟିତ୍ୱ ହୀନତା କାର୍ଯ୍ୟକୁ ମିଳିମିଶି ଚାପିଦେଲେ।

ନୀତିଶ କୁମାରଙ୍କ ଗସ୍ତ ଓ ମଧ୍ୟାହ୍ନ ଭୋଜନ ଚର୍ଚ୍ଚା :– ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଗସ୍ତ ଖବରକୁ ନେଇ ପୂର୍ବରୁ ବେଶ୍ ଚଳଚଞ୍ଚଳ ହୋଇପଡ଼ିଥିବା ଓଡ଼ିଶାର ଗଣମାଧ୍ୟମ ମାନେ ପୁଣି ହୋହାଲ୍ଲା କରିବା ଆରମ୍ଭ କରିଦେଲେ । ଆରମ୍ଭ ହୋଇଗଲା ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ ବ୍ରେକିଂ ନ୍ୟୁଜ । ନୀତିଶ କ’ଣ ଖାଇବେ, ଖାଦ୍ୟର ମେନୁକୁ ନେଇ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ ଘଣ୍ଟା ଘଣ୍ଟା ଖବର ପରିବେଷଣ ହେଲା । ରାଜନୈତିକ ସମୀକ୍ଷକ ମାନଙ୍କୁ ନେଇ ଦେଶର ରାଜନୀତିକୁ କିଭଳି ନୀତିଶ-ନବୀନ ଭେଟଘାଟ ପ୍ରଭାବିତ କରିବ ସେ ନେଇ ବିତର୍କ ବି ଆରମ୍ଭ ହୋଇଗଲା ।

ଦେଢ଼ ଘଣ୍ଟା ଆଲୋଚନା ପରେ ଦୁଇ ନେତା ବାହାରକୁ ଆସିଲେ ଓ କହିଲେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା କୌଣସି ରାଜନୈତିକ ଚର୍ଚ୍ଚା ହୋଇନାହିଁ ବୋଲି । ଏହାପରେ ଓଡ଼ିଆ ଗଣମାଧ୍ୟମ ଗୁଡ଼ିକରେ ନୀତିଶ-ନବୀନ ଭେଟଘାଟ ଚର୍ଚ୍ଚାର ଅବସାନ ଘଟିଲା । ଏପରିକି ଏହି ଭେଟଘାଟ ସମୟରେ ନୀତିଶ କୁମାରଙ୍କ ସହ ଜେଡିୟୁର ୨ ବରିଷ୍ଠ ନେତା ଆସିଥିଲେ ସୁଦ୍ଧା ସେମାନଙ୍କୁ ନବୀନ ନିବାସରେ ମଧ୍ୟାହ୍ନ ଭୋଜନର ସୁଯୋଗ ମିଳିଲା ନାହିଁ । ନୀତିଶ କୁମାରଙ୍କ ସହ ନବୀନ ପଟ୍ଟନାୟକ ଓ ତାଙ୍କର ଜଣେ ସହଯୋଗୀଙ୍କ ମଧ୍ୟାହ୍ନ ଭୋଜନ ଖବରର ଫଟୋ ବାହାରକୁ ଆସିବା ପରେ ମଧ୍ୟ କୌଣସି ଓଡ଼ିଆ ଗଣମାଧ୍ୟମ ଏନେଇ ପ୍ରଶ୍ନ ପଚାରିବା ତ ଦୂରର କଥା କାହିଁକି ବାହାରୁ ଆସିଥିବା ବରିଷ୍ଠ ନେତାମାନେ ଅପମାନିତ ହେଲେ ସେ ନେଇ ଖବର ଟିଏ ମଧ୍ୟ ଦେବାକୁ ଉଚିତ୍ ମଣିଲେ ନାହିଁ । ଅନ୍ୟ ପକ୍ଷରେ ନୀତିଶଙ୍କ ଗସ୍ତ ବେଳେ ନବୀନଙ୍କ ଆତିଥେୟତାରୁ ବଂଚିତ ହୋଇଥିବା ଜେଡିୟୁ ନେତାଙ୍କ ଖବର ବିହାରରେ ବେଶ୍ ଜୋରଦାର ଚର୍ଚ୍ଚା ହେବା ସହ ପ୍ରମୁଖ ଗଣମାଧ୍ୟମରେ ଏକ ବଡ଼ ପ୍ରସଙ୍ଗ ହୋଇଥିବାର ଦେଖିବାକୁ ମିଳିଲା ।

ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀଙ୍କ ଗଣମାଧ୍ୟମକୁ ତାଗିଦ୍ : ଗତ ସପ୍ତାହେ ଧରି ବାତ୍ୟା ଆସୁଛି ବୋଲି ଜୋରଦାର ପ୍ରଚାର କରିଛନ୍ତି ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ । ପରିସ୍ଥିତି ଏପରି ହେଲା ଯେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଜଣେ ପାଣିପାଗ ବିଜ୍ଞାନୀ ଗୋଟିଏ ନ୍ୟୁଜ ଚ୍ୟାନେଲ୍ କୁ ଏପରି ମିଛ ଅପପ୍ରଚାର ନକରିବା ପାଇଁ ତାଗିଦ୍ କରିବାକୁ ପଡ଼ିଲା । ଏହି ପାଣିପାଗ ବିଜ୍ଞାନୀ ନ୍ୟୁଜ ଚ୍ୟାନେଲ୍ ର ନିର୍ଦ୍ଦେଶକ ଓ ନ୍ୟୁଜ ଏଡିଟରଙ୍କୁ ଜଣାଇବା ସହ ଟ୍ୱିଟର ହ୍ୟାଣ୍ଡେଲରେ ବହୁ ସମୟ ଧରି ସମ୍ପୃକ୍ତ ଚ୍ୟାନେଲ କର୍ମଚାରୀଙ୍କୁ ବୁଝାଇଥିଲେ କିପରି ପାଣିପାଗ ସମ୍ପର୍କିତ ଖବର ପରିବେଷଣ କରିବାକୁ ହୁଏ। ପାଣିପାଗ ବିଜ୍ଞାନୀଙ୍କ ମତାମତକୁ ଠିକ୍ ଭାବେ ଲୋକଙ୍କୁ ଜଣାଇବା ସହ ଭବିଷ୍ୟତରେ ଏପରି ମିଛ ଓ ବିଭ୍ରାନ୍ତିକର ଖବର ପରିବେଷଣରୁ ବିରତ ରହିବା ପାଇଁ ତାଗିଦ୍ ବି କଲେ । ବାତ୍ୟା ଆସିବା ନେଇ ନିର୍ଦ୍ଦିଷ୍ଟ ଭାବେ କେତେକ ନ୍ୟୁଜ ଚ୍ୟାନେଲ୍ ଏଭଳି ଖବର ପରିବେଷଣ କଲେଯେ, ତାହା ସାଧାରଣ ଲୋକଙ୍କୁ ଭୟଭୀତ କରିବା ସହ ପାଣିପାଗ ବିଜ୍ଞାନୀଙ୍କୁ ମଧ୍ୟ ଗଣମାଧ୍ୟମକୁ ଚେତାବନୀ ଦେବାକୁ ବାଧ୍ୟ କଲା ।

ଏବେ ବିଚାର କରିବାର କଥା ଯେ, ମହାମହିମ ରାଷ୍ଟ୍ରପତିଙ୍କ ମଞ୍ଚ ୯ ମିନିଟ୍ ଅନ୍ଧାର ହେବା ଖବରର ଖୋଳତାଡ଼ କରିବା କ’ଣ ଓଡ଼ିଆ ଗଣମାଧ୍ୟମ ପାଇଁ ଉଚିତ ନଥିଲା ? ଗୋଟିଏ ସରକାରୀ ଖବରକାଗଜ ଓ ନ୍ୟୁଜ ଚ୍ୟାନେଲ୍ ଭଳି, ଅନ୍ୟ ଗଣମାଧ୍ୟମର ସରକାରୀ ସଂପାଦକ ମାନେ ଏନେଇ ନିରବ ରହିବା କ’ଣ ବାର୍ତ୍ତା ଦେଲା ? ସେହିପରି ବିହାର ମୁଖ୍ୟମନ୍ତ୍ରୀଙ୍କ ସହ ଆସିଥିବା ଅନ୍ୟ ନେତାମାନେ “ଅତିଥି ଦେଵୋ ଭବ” ରାଜ୍ୟରେ କିଭଳି ବ୍ୟବହାର ପାଇଲେ ତାହା କ’ଣ ଆଲୋଚନା କରିବା ବା ଚର୍ଚ୍ଚା କରିବା ଗଣମାଧ୍ୟମ ପାଇଁ ଉଚିତ୍ ନଥିଲା କି ? ଶେଷରେ ପାଣିପାଗ ବିଜ୍ଞାନୀଙ୍କ ମତାମତକୁ ଗୁରୁତ୍ୱ ନଦେଇ ବାତ୍ୟା ସମ୍ପର୍କରେ ଅତିରଞ୍ଜିତ ଖବର ପରିବେଷଣ କରିବା ଗଣମାଧ୍ୟମର କେଉଁ ଚରିତ୍ରକୁ ନିଜର ପାଠକ ଓ ଦର୍ଶକଙ୍କ ଆଗରେ ପରିପ୍ରକାଶ କଲା ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.