• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ

ଏ ସପ୍ତାହର ମିଡ଼ିଆ ହାଲଚାଲ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୪ ଅପ୍ରେଲ ୨୦୨୩

ଚଳିତ ସପ୍ତାହର ପ୍ରମୁଖ ଖବର ଭାବେ ଜାଲ ସାର୍ଟିଫିକେଟର ତନାଘନା, ବିଜେଡି ଦେଶର ୨ ନମ୍ବର ଧନୀ ଆଞ୍ଚଳିକ ରାଜନୈତିକ ଦଳ, ନବୀନ ପଟ୍ଟନାୟକ ୩ୟ ଧନୀ ମୁଖ୍ୟମନ୍ତ୍ରୀ, ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇ ସୁପ୍ରିମ କୋର୍ଟ ଙ୍କ ରାୟ ଓ ଜଣେ ମନ୍ତ୍ରୀଙ୍କ ନାଁରେ ମହିଳାଙ୍କ ସଂଗୀନ ଅଭିଯୋଗ ଆଦି ଓଡ଼ିଶାର ଗଣମାଧ୍ୟମରେ ସ୍ଥାନିତ ହୋଇଥିଲା । ଏହା ସହ ଝାରସୁଗୁଡ଼ା ଉପନିର୍ବାଚନ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ର ପ୍ରାର୍ଥୀ ଘୋଷଣା ସାଙ୍ଗକୁ ବିଜେଡିର ନିର୍ବାଚନ ରଣନୀତି ମଧ୍ୟ ସ୍ଥାନ ପାଇଛି ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍ ଓ ଖବରକାଗଜ ମାନଙ୍କରେ ।

ବେଦାନ୍ତ ବିଶ୍ୱ ବିଦ୍ୟାଳୟ ଓ ସୁପ୍ରିମକୋର୍ଟଙ୍କ ରାୟ: ସବୁଠାରୁ ବଡ଼ ଏବଂ ଗୁରୁତ୍ୱ ରଖୁଥିବା ଖବର ହେଉଛି ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ରାୟ ପ୍ରକାଶ ପାଇଲା । ଏହି ରାୟରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଯେଉଁଭଳି ଭାବେ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଥିଲେ ତାହା ବ୍ୟତିବ୍ୟସ୍ତ କରିପକାଇଥିଲା ଓଡ଼ିଶାର (ସରକାରୀ )ସମ୍ପାଦକ ମାନଙ୍କୁ । ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍ ରେ ଏହି ଖବରକୁ ବେଶ୍ ମାପିଚୁପି ପ୍ରସାରଣ କରାଯାଇଥିବା ବେଳେ ଓଡ଼ିଆ ଖବର କାଗଜ ଗୁଡ଼ିକ ମଧ୍ୟ କାର୍ପଣ୍ୟତା ପ୍ରଦର୍ଶନ କରିଥିଲେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଟିପ୍ପଣୀ ଗୁଡ଼ିକୁ ସ୍ଥାନିତ କରିବାପାଇଁ ନିଜର ପ୍ରଥମ ପୃଷ୍ଠାରେ।

ଏପରିକି ସୁପ୍ରିମକୋର୍ଟ ଯେଉଁଭଳି କଡ଼ା ଶବ୍ଦରେ ବେଦାନ୍ତର ଏହି “ବେଆଇନ କାର୍ଯ୍ୟ” ଓ ଓଡ଼ିଶା ସରକାରଙ୍କ “ଅହେତୁକ ଅନୁକମ୍ପା”କୁ ନିଜ ଟିପ୍ପଣୀରେ ଦର୍ଶାଇଲେ ତାହାକୁ ସ୍ଥାନିତ କରିବାକୁ ନ୍ୟୁଜ୍ ଚ୍ୟାନେଲ୍ ଓ ଖବରକାଗଜର ସମ୍ପାଦକ ମାନେ ସାହସ ଜୁଟାଇ ପାରିଲେ ନାହିଁ । ବେଦାନ୍ତ ବିଶ୍ୱ ବିଦ୍ୟାଳୟ ଘଟଣାରେ ଓଡ଼ିଶାର ଗଣମାଧ୍ୟମର ଭୂମିକା ସାଧାରଣଲୋକଙ୍କ ପାଖରେ ଅସ୍ପଷ୍ଟ ହୋଇ ରହିଲା ଭଳି ମନେହେଲା । ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ଏହି ମାମଲାରେ ସେତେବେଳର କିଛି ସରକାରୀ ଅଧିକାରୀ ଓ ବିରୋଧୀ ଦଳ ନେତାଙ୍କୁ ଦାୟୀ କରିବାସହ ରାଜ୍ୟସରକାରଙ୍କ ଭୂମିକା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାବଦରେ ମୁହଁ ବି ଖୋଲିଲେ ନାହିଁ ।

ବିଜେଡି ଧନୀ, ନବୀନ ଧନୀ : ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସର ଏକ ରିପୋର୍ଟ ନେଇ ବେଶ୍ ହୋହଲ୍ଲା କଲେ ଓଡ଼ିଶାର ଗଣମାଧ୍ୟମ । ଏହି ରିପୋର୍ଟ ଅନୁଯାୟୀ ବିଜେଡି ଦେଶର ସମସ୍ତ ଆଞ୍ଚଳିକ ରାଜନୈତିକ ଦଳ ତାଲିକାରେ ୨ୟ ଧନୀ ରାଜନୈତିକ ଦଳ ସାବ୍ୟସ୍ତ ହୋଇଛି। ଏପରିକି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ୟ ଧନୀ ମୁଖ୍ୟମନ୍ତ୍ରୀ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟର ଆଧାର ହେଉଛି ରାଜନୈତିକ ଦଳ ଦ୍ୱାରା ଘୋଷିତ ଆୟ ବ୍ୟୟର ହିସାବ ଓ
ମୁଖ୍ୟମନ୍ତ୍ରୀ ମାନଙ୍କ ଦ୍ୱାରା ଦାଖଲ ହୋଇଥିବା ସମ୍ପତ୍ତିର ସତ୍ୟପାଠ।

ଯାହାକି ସମସ୍ତଙ୍କୁ ଜଣାଅଛି ଯେ, ନିର୍ବାଚନ କମିଶନରଙ୍କ ପାଖରେ ରାଜନୈତିକ ଦଳ ଗୁଡ଼ିକ ଦାଖଲ କରିଥିବା ଆୟ ବ୍ୟୟର ହିସାବ ଅବା ନେତାମାନେ ଦର୍ଶାଇଥିବା ନିଜ ନିଜର ସମ୍ପତ୍ତି ତାଲିକା, ତାହା ସମ୍ପୂର୍ଣ୍ଣ ସତ୍ୟ ଓ ତଥ୍ୟ ଉପରେ ପର୍ଯ୍ୟବେସିତ ହୋଇନଥାଇପାରେ । ମାତ୍ର ବିଜେଡିର ଏହି ଆୟବ୍ୟୟର ତାଲିକାର ଆଧାର କ’ଣ ? ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ବାବଦରେ କୌଣସି ଗଣମାଧ୍ୟମ ବିଶ୍ଳେଷଣ ନକରି କେବଳ ଏଡିଆର ରିପୋର୍ଟ ଆଧାରରେ ଖବର ପରିବେଷଣ କରିଚାଲିଲେ । କିଛି ସମୟ ପାଇଁ ଏହି ଖବର ପରିବେଷଣ କରି ନିଜର ପାଠକ ଓ ଦର୍ଶକଙ୍କୁ ବାନ୍ଧିରଖିବାକୁ ଚେଷ୍ଟା କଲେ ଗଣମାଧ୍ୟମ ଗୁଡ଼ିକ ।

ଜାଲ ସାର୍ଟିଫିକେଟ ଚେର ଲମ୍ବା: ବଲାଙ୍ଗୀରରୁ ଆରମ୍ଭ ହୋଇଥିବା ଜାଲ ସାର୍ଟିଫିକେଟ ନେଇ ରାଜ୍ୟ ବ୍ୟାପି ତନାଘନା ଚାଲିଥିବା ବେଳେ ଏହାକୁ ଏକ ରୁଟିନ ଖବର ଭଳି ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ଗୁଡ଼ିକ ଲୋକଙ୍କ ପାଖରେ ପହଂଚାଇଛନ୍ତି । ତେବେ ଏହି ନକଲି ସାର୍ଟିଫିକେଟ ଚେର କୁଆଡ଼େ ଲମ୍ବିଛି ? କେବେଠାରୁ ଏହା ଆରମ୍ଭ ହେଲାଣି ? ଏଥିରେ କେଉଁ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ? ଏଭଳି ପ୍ରଶ୍ନ ଉଠାଇବା ତ ଦୂରର କଥା ବରଂ ଏମାନଙ୍କ ସମ୍ପୃକ୍ତି ବାବଦରେ ମଧ୍ୟ ନିରବ ରହିବାକୁ ଉଚିତ ବୋଲି ଧରି ନେଇଛନ୍ତି ଗଣମାଧ୍ୟମ ଗୁଡ଼ିକ ।

ମନ୍ତ୍ରୀଙ୍କ ନାଁ ରେ ମହିଳାଙ୍କ ସଂଗୀନ ଅଭିଯୋଗ : ରାଜ୍ୟର ଶ୍ରମମନ୍ତ୍ରୀଙ୍କ ନାଁରେ ଶାସକ ଦଳର ଜଣେ ମହିଳାଙ୍କ ସଂଗୀନ ଅଭିଯୋଗ ଆଣିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ମାତ୍ର ମହିଳା ଜଣକ ଥାନାରେ ପହଂଚିବା ଓ ତାଙ୍କର ଏତଲା ଦେବା ଘଟଣାକୁ ବେଶ ମାପିଚୁପି କିଛି ଗଣମାଧ୍ୟମ ଖବର ଭାବେ ଲୋକଙ୍କ ପାଖରେ ପହଞ୍ଚାଇଥିବା ବେଳେ ଆଉ କିଛି (ସରକାରୀ) ଗଣମାଧ୍ୟମ ଏହି ଖବରରୁ ସମ୍ପୁର୍ଣ୍ଣଭାବେ ଦୂରେଇ ରହିଛନ୍ତି । ଅପରାଧ ଖବର ପଛରେ ଦିନ ରାତି ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥାନ୍ତି ବିଭିନ୍ନ ନ୍ୟୁଜ ଚ୍ୟାନେଲ୍ ର ପ୍ରତିନିଧି ମାନେ ମାତ୍ର ଏଭଳି ଏକ ଖବର ହାତପାଖରେ ଥାଇ ମଧ୍ୟ ନିଜ (ସରକାରୀ) ସମ୍ପାଦକଙ୍କ ତାଗିଦ ପରେ ଚୁପ ହୋଇ ବସିଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ ଓ ପ୍ରାର୍ଥୀ ଘୋଷଣା: ଗତ ସପ୍ତାହ ପରି ଏଥର ମଧ୍ୟ ଝାରସୁଗୁଡ଼ା ଉପନିର୍ବାଚନ ନେଇ ଗଣମାଧ୍ୟମ ଗୁଡ଼ିକର ଖବର ପରିବେଷଣ ଧାରା ଜାରିରହିଛି । ବିରୋଧୀ ଦଳ ମାନଙ୍କ ପ୍ରାର୍ଥୀ ଘୋଷଣା ହେବାକ୍ଷଣି ଏମାନେ ଶାସକ ଦଳ ପ୍ରାର୍ଥୀଙ୍କ ଠାରୁ ହାଲୁକା ବୋଲି ମଧ୍ୟ କିଏ କିଏ ବିଶ୍ଳେଷଣ କରିବା ଆରମ୍ଭ କରିଦେଲେଣି । ଏପରିକି ଶାସକ ବିଜେଡି ଅନୁକମ୍ପା ଭୋଟରେ ଜିତିବ ବୋଲି ଗଣମାଧ୍ୟମ ଗୁଡ଼ିକ ଭବିଷ୍ୟବାଣୀ ମଧ୍ୟ କରିସାରିଲେଣି ।

ତେବେ ଯାହାବି ହେଉ, ବେଦାନ୍ତ ବାବଦରେ ସୁପ୍ରିମକୋର୍ଟଙ୍କ ରାୟ, ଜାଲ ସାର୍ଟିଫିକେଟ ଚେର ଲମ୍ବା ଓ ଶ୍ରମମନ୍ତ୍ରୀଙ୍କ ନାଁ ରେ ମହିଳାଙ୍କ ସଂଗୀନ ଅଭିଯୋଗ ଅପେକ୍ଷା ବିଜେଡି ଧନୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧନୀ ଭଳି ଖବର ଗଣମାଧ୍ୟମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ସାବ୍ୟସ୍ତ ହୋଇଛି ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.