• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୯ ମଇ ୨୦୨୩

ଚଳିତ ସପ୍ତାହରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ପାଇଁ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ, କର୍ଣ୍ଣାଟକ ନିର୍ବାଚନର ଫଳାଫଳ, ମନ୍ତ୍ରୀମଣ୍ଡଳରୁ ଦୁଇ ମନ୍ତ୍ରୀ ବାଦ୍ ପଡ଼ିବା ଓ ନୂଆମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା, ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ,ଦୁଇଜଣ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଅନଙ୍ଗ ଉଦୟ ସିଂହଦେଓଙ୍କ ପାରିବାରିକ ବିବାଦ ଘଟଣାକୁ ମଧ୍ୟ ଗଣମାଧ୍ୟମ ଗୁଡ଼ିକ ବେଶ୍ ଗୁରୁତ୍ୱ ଦେଇଥିବାର ନଜରକୁ ଆସିଥିଲା ।

ଝାରସୁଗୁଡ଼ା ଓ କର୍ଣ୍ଣାଟକ ଇଫେକ୍ଟ : ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ । ଭୋଟ ଗଣତି ଦିନ ସକାଳୁ ସକାଳୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ମାନେ ଏ ବାବଦରେ ନିଜ ଦର୍ଶକ ମାନଙ୍କ ପାଖରେ ଭୋଟ ଗଣତିର ତାଜା ଚିତ୍ର ପହଞ୍ଚାଇବା ପାଇଁ ଆଙ୍କରମାନଙ୍କୁ ନିୟୋଜିତ କରିଦେଇଥିଲେ । ଫଳାଫଳ ଶାସକ ଦଳ ସପକ୍ଷରେ ଯିବାର ଯେତିକି ଯେତିକି ସ୍ପଷ୍ଟ ହେଉଥିଲା ନ୍ୟୁଜ ଚ୍ୟାନେଲ୍ ର ଉତ୍ସାହିତଆଙ୍କର ମାନଙ୍କ ଷ୍ଟୁଡ଼ିଓରେ ଗର୍ଜନ ସେତିକି ସେତିକି ବଢ଼ି ଚାଲିଥିଲା । ଯଦିଓ କର୍ଣ୍ଣାଟକର ଫଳାଫଳକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଅଧିକ ଥିଲା ମାତ୍ର ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ର ଫୋକସ୍ ରେ ଥିଲା ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ । କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟକୁ ଓଡ଼ିଆ ଗଣମାଧ୍ୟମ ଗୌଣ କରିଦେଇ ଝାରସୁଗୁଡ଼ାରେ ବିଜେଡିର ବିଜୟକୁ ବେଶ୍ ଗୁରୁତ୍ୱ ଦେବାପରି ମନେହେଲା। କାରଣ ଶାସକ ଦଳକୁ ଖୁସି କରିବାକୁ ସରକାରୀ ସମ୍ପାଦକ ମାନଙ୍କ ନିର୍ଦ୍ଦେଶ ଥିଲା।

ମନ୍ତ୍ରୀମଣ୍ଡଳ ନେଇ ମିଡ଼ିଆର ଭବିଷ୍ୟବାଣୀ : ରାଜ୍ୟର ଦୁଇଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଓ ବାଚସ୍ପତି ବିକ୍ରମ କେଶରୀ ଆରୁଖ ହଠାତ୍ ନିଜ ପଦରୁ ଇସ୍ତଫା ଦେବାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ଖବର ଆଶ୍ଚର୍ଯ୍ୟ କରିଦେଇଥିଲା । ମାତ୍ର ଏମାନେ କାହିଁକି ପଦ ଛାଡ଼ିଲେ ସେନେଇ କାରଣ ଖୋଜିବା ପରିବର୍ତ୍ତେ ନୂଆ ମନ୍ତ୍ରୀ କିଏ ହେବେ ? କେଉଁ ଆଧାରରେ ମନ୍ତ୍ରୀ ହେବେ ? ପଶ୍ଚିମ ଓଡ଼ିଶାରୁ କିଏ ? ଦକ୍ଷିଣ ଓଡ଼ିଶାରୁ କିଏ ? ଉପକୂଳ ଓଡ଼ିଶାରୁ କିଏ ? ଏ ସବୁ ପ୍ରଶ୍ନର ଉତ୍ତର ଲୋକେ ପଚାରିବା ପୂର୍ବରୁ ଗଣମାଧ୍ୟମ ଗୁଡ଼ିକ ପରିବେଷଣ କରିଚାଲିଥିଲେ। ଏପରିକି ଖାଲି ପଡ଼ିଥିବା ୩ ଟି ସ୍ଥାନ ପାଇଁ ପାଖାପାଖି ୧୫ ଜଣ ନେତା ଆଶାୟୀ ବୋଲି ସେମାନଙ୍କ ନାଁ ମଧ୍ୟ ଘୋଷଣା କରିଦେଲେ ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ଗୁଡ଼ିକ । ନୂଆ ମନ୍ତ୍ରୀମାନେ ଖୁବଶୀଘ୍ର ଶପଥ ନେବେ ବୋଲି ମଧ୍ୟ ଗଣମାଧ୍ୟମରେ ରିପୋର୍ଟ ବି ବାହାରିଲା । ମାତ୍ର ଶେଷରେ ଗଣମାଧ୍ୟମ ଗୁଡ଼ିକର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଭବିଷ୍ୟବାଣୀର ସମୟ ଘୁଞ୍ଚି ଘୁଞ୍ଚି ଚାଲିଲା ।

ମିଡ଼ିଆରେ ଫ୍ୟାମିଲି ଡ୍ରାମା : ବହୁ ଦିନର ବ୍ୟବଧାନ ପରେ ଓଡ଼ିଆ ଗଣମାଧ୍ୟମର ପସନ୍ଦର ଖବର ପୁଣି ମିଳିଗଲା । ଦୁଇଜଣ ବରିଷ୍ଠ ବିଜେଡି ନେତା ଅନଙ୍ଗଉଦୟ ସିଂଦେଓ ଓ ଶଶୀଭୁଷଣ ବେହେରାଙ୍କ ପରିବାରରେ ସୃଷ୍ଟି ହୋଇଥିବା ପାରିବାରିକ ଝଡ଼କୁ ନେଇ ଆରମ୍ଭ ହୋଇଗଲା ପୂର୍ବାନୁମାନ । ଏହି ଝଡ଼ କେଉଁ ରୂପ ନେବ ? ବାତ୍ୟାର ରୂପ ନେବା ନା ନାହିଁ ? କିଏ ଅଧିକ କ୍ଷତିଗ୍ରସ୍ତ ହେବେ ? ପାରିବାରିକ ବିବାଦରୁ ପରିବାର ମୁଖିଆଙ୍କ ଭବିଷ୍ୟତ ଗଣନା ଆରମ୍ଭ କରିଦେଲେ ଆମର ଗଣାମଧ୍ୟମ ଗୁଡ଼ିକ। ଦୁଇଟି ପରିବାରର ବୋହୂଙ୍କ ଦ୍ୱାରା ଅଣାଯାଇଥିବା ଘରୋଇ ହିଂସାର ଅଭିଯୋଗ ଶୁଣାଣି ଆରମ୍ଭ କରିଦେଲେ ଫ୍ୟାମିଲି କୋର୍ଟ ଭଳି ଆମର ଗଣମାଧ୍ୟମ ଗୁଡ଼ିକ । ଏପରିକି ଅଭିଯୋଗ ଉପରେ ପୋଲିସ୍ ତଦନ୍ତ ଆରମ୍ଭ ନ ହେଉଣୁ, ଏହି ଘଟଣାକୁ ନେଇ ନ୍ୟୁଜ ଚ୍ୟାନେଲ୍ ମାନେ ମେଗା ସିରିଏଲର ପରିକଳ୍ପନା କରି ତାର ପ୍ରସାରଣ ମଧ୍ୟ ନିଜ ନିଜର ଦର୍ଶକଙ୍କ ପାଖରେ ପହଞ୍ଚାଇ ଦେଲେ। ଏପରିକି ଘରୋଇ ହିଂସାର ଶିକାର ହୋଇ ବିଜେଡିର ଯେଉଁ ନେତାମାନଙ୍କ ରାଜନୈତିକ କ୍ୟାରିଅର କ୍ଷତିଗ୍ରସ୍ତ ହୋଇଥିଲା ସେ ବାବଦରେ ମଧ୍ୟ ପୁଣି ଥରେ ନିଜ ଦର୍ଶକ ମାନଙ୍କୁ ମନେପକାଇ ଦେଇଥିଲେ ।

ଓଡ଼ିଆ ଗଣମାଧ୍ୟମରେ ଦୁବାଇ ଯାତ୍ରା : ଯାହାହେଉ ଭୁବନେଶ୍ୱରରୁ ସିଧାସଳଖ ବିମାନ ଉଡ଼ିଲା ମଧ୍ୟପ୍ରାଚ୍ୟର ଦୁବାଇକୁ । ପୁଣି ଥରେ ଖୁସି ହେଲେ ଓଡ଼ିଶାବାସୀ । ତା ସାଙ୍ଗକୁ ମନ୍ତ୍ରୀ, ବିଧାୟକ,ସେମାନଙ୍କ ପରିବାର ସଦସ୍ୟ, କ୍ରୀଡ଼ା, ମନୋରଂଜନ ଜଗତର ବ୍ୟକ୍ତି ବିଶେଷ ଓ ମିଶନ ଶକ୍ତିର ମା’ ମାନଙ୍କ ଖୁସିରେ ଲାଗିଗଲା ଆଉ ଏକ ଡେଣା । ଏମାନଙ୍କ ଖୁସି ଦେଖିବାର ଓ ଦେଖାଇବାର ସୁଯୋଗ ନେଲେ କିଛି ଗଣମାଧ୍ୟମର ପ୍ରତିନିଧି। ସରକାର ମହୋଦୟଙ୍କ କୃପାରୁ ବିମାନରେ ବସିବାର ସୁଯୋଗ ମିଳିଲା ଓ ଦୁବାଇ ବୁଲିବା ବି ହୋଇଗଲା କିଛି ଯୋଗଜନ୍ମା ରିପୋର୍ଟର ଓ ଫଟୋଗ୍ରାଫରମାନଙ୍କର। ଆଉ କିଛି ଗଣମାଧ୍ୟମର ପ୍ରତିନିଧିଙ୍କ ନିଜର ପାସ୍ ପୋର୍ଟ ନଥିବାରୁ ସରକାରଙ୍କ ବିମାନ ଚଢ଼ା ଓ ବିଦେଶ ଗସ୍ତ ଯୋଜନାରୁ ଏମାନେ ବଂଚିତ ହୋଇ ବହୁ ମନକଷ୍ଟ କରୁଥିବାର ଶୁଣିବାକୁ ମିଳିଲା । ମାତ୍ର କୌଣସି ଗଣମାଧ୍ୟମ ଏହି ବ୍ୟୟବହୁଳ ବିଦେଶ ଗସ୍ତର ଉଦ୍ଦେଶ୍ୟ କ’ଣ ଓ ଏ ନେଇ ରାଜ୍ୟ ରାଜକୋଷରୁ କେତେ ଅର୍ଥ ବ୍ୟୟ ହେଲା ସେ ନେଇ ତଥ୍ୟ ନିଜର ଦର୍ଶକ ବା ପାଠକ ମାନଙ୍କୁ ଦେଲେ ନାହିଁ।

TRP ଦୌଡ଼ରେ ନୂଆ ଟ୍ରେଣ୍ଡ : ବହୁ ସପ୍ତାହ ପରେ ନ୍ୟୁଜ ଚ୍ୟାନେଲ୍ ର TRP ରେସ୍ ରେ ଜୋରଦାର ଅଦଳ ବଦଳ ହୋଇଯାଇଛି । ୧ମ ସ୍ଥାନ ଓଟିଭି ବଜାୟ ରଖିଥିବା ବେଳେ ୨ୟ ସ୍ଥାନରେ କନକ ନ୍ୟୁଜ ମଧ୍ୟ ସ୍ଥିର ରହିଛି । ତେବେ ୩ୟ ସ୍ଥାନରେ ପହଞ୍ଚିଯାଇଛି ନ୍ୟୁଜ ୧୮ । ଏବଂ ଶେଷ ୪ଟି ସ୍ଥାନରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଛି ସରକାରୀ ପକ୍ଷର ନ୍ୟୁଜ ଚ୍ୟାନେଲ୍ ବୋଲି ପରିଚୟ ହାସଲ କରିଥିବା ୩ଟି ଚ୍ୟାନେଲ୍ ମଧ୍ୟରେ । ୪ର୍ଥ ସ୍ଥାନ ହାସଲ କରିଛି ବିଶିଷ୍ଟ ଶିକ୍ଷାବିତ ଡକ୍ଟର ମନୋଜ ନାୟକଙ୍କ ମାର୍ଗ ଦର୍ଶନରେ ପରିଚାଳିତ ନ୍ୟୁଜ୭ । ୫ମ ସ୍ଥାନକୁ ଉନ୍ନୀତ ହୋଇଛି ବିଜେଡି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମାର୍ଗ ଦର୍ଶନରେ ପରିଚାଳିତ କଳିଙ୍ଗ ଟିଭି । ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି ଶାସକ ଦଳର ଜଣେ ସାଂସଦ ଓ ଦୁଇ ବିଧାୟକ ମାନଙ୍କ ମିଳିତ ମାର୍ଗଦର୍ଶନରେ ପରିଚାଳିତ ନନ୍ଦିଘୋଷ ଟିଭି , ଯିଏକି ନିଜ ନାଁ ର ସାର୍ଥକତା ବଜାୟ ରଖି ଦୁଇ ସହଯୋଗୀଙ୍କୁ ଆଗକୁ ଯିବାକୁ ଦେଇ ନିଜେ ପଛେ ପଛେ ଚାଲିଛି। ଏବଂ ଶେଷ ସ୍ଥାନରେ ଅର୍ଥାତ୍ ୭ମ ସ୍ଥାନ ବଜାୟ ରଖିଛି ଅର୍ଗସ୍ ନ୍ୟୁଜ୍ ।

ଯାହାବି ହେଉ ଏ ସପ୍ତାହର ଦମଦାର ଖବର ଗୁଡ଼ିକ କିଭଳି ଭାବେ ଦର୍ଶକ ଓ ପାଠକଙ୍କ ପାଖରେ ଠିକଣା ଭାବେ ପହଞ୍ଚାଯାଇ ପାରିବ ସେନେଇ ବେଶ୍ ଭଲ ଉଦ୍ୟମ କରିଛନ୍ତି ଓଡ଼ିଆ ନ୍ୟୁଜ ଚ୍ୟାନେଲ ଓ ଖବର କାଗଜ ଗୁଡ଼ିକ। ତା ସହିତ ସେମାନଙ୍କୁ ମଧ୍ୟ ମନମୁତାବକ ଖବର ମିଳିଯାଇ ଥିବାରୁ ସେମାନେ ଉତ୍ସାହିତ ହେବା ସହ ସରକାରଙ୍କ ଖୁସିରେ ମଧ୍ୟ ସାମିଲ ହେବାର ଏକ ସୁଯୋଗ ପାଇଛନ୍ତି। କିଛି ଗଣମାଧ୍ୟମ ପ୍ରତିନିଧି ବିମାନରେ ବସି ମଝି ଆକାଶରୁ ମଧ୍ୟ ପ୍ରାଚ୍ୟର ଦୃଶ୍ୟ ଦେଖିପାରିଥିବାରୁ ସେମାନେ ଓ ସେମାନଙ୍କ ଅନୁଷ୍ଠାନ ମାନେ ମଧ୍ୟ ସରକାରଙ୍କ ପାଖରେ ଚିର କୃତଜ୍ଞ ରହିବେ ନିଶ୍ଚୟ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 12, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.