• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୫ ମଇ ୨୦୨୩

ଓଡ଼ିଶା ଗଣମାଧ୍ୟମରେ ଚଳିତ ସପ୍ତାହରେ ପରିବେଷିତ ହୋଇଥିବା ଖବର ମଧ୍ୟରେ ବାତ୍ୟା ଆସିବାର ପୂର୍ବାନୁମାନ, ନବୀନ-ନୀତିଶ୍ ଭେଟଘାଟ, ମନ୍ଦିର ରୂପାନ୍ତରୀକରଣ, ଆଇଏଏସ୍ ଅଫିସରଙ୍କ ବାହାଘର ଆଦି ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ଖବର କାଗଜ ପାଠକ ଓ ନ୍ୟୁଜ୍ ଚ୍ୟାନେଲ୍ ଦର୍ଶକଙ୍କ ପାଖରେ ପହଞ୍ଚିଛି । ଏହି ଖବର ଗୁଡ଼ିକର ପ୍ରାସଙ୍ଗିକତା ଓ ଗୁରୁତ୍ୱକୁ ନେଇ ପାଠକ ଓ ଦର୍ଶକ ମାନଙ୍କ ମଧ୍ୟରେ ମଧ୍ୟ ଏକାଧିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏପରିକି ରାଜ୍ୟ ଓ ଦେଶର ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଖବରକୁ ଆମ ଗଣମାଧ୍ୟମ ମାନେ ଅପେକ୍ଷାକୃତ ଭାବେ କମ୍ ଗୁରୁତ୍ୱ ଦେଇଥିବାର ନଜରକୁ ଆସିଛି ।

ବାତ୍ୟା ପୂର୍ବାନୁମାନ ଓ ଗଣମାଧ୍ୟମ : ବାତ୍ୟାକୁ ନେଇ ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ ପୂର୍ବାନୁମାନ କରିବାରେ ଜାତୀୟ ସ୍ତରର ପାଣିପାଗ ବିଜ୍ଞାନୀଙ୍କ ଠାରୁ ମଧ୍ୟ ବହୁ ଆଗରେ । ଲଘୁଚାପ ସୃଷ୍ଟିହେଲେ ଓଡ଼ିଆ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ମାନେ ବାତ୍ୟା ସମ୍ଭାବନା ବାବଦରେ ଖବର ପରିବେଷଣ କରିଦିଅନ୍ତି । ଓଡ଼ିଶା ସରକାର ଆକାଶରେ ମେଘ ଦେଖିବା ମାତ୍ରେ ଯେପରି ଅଫିସର ମାନଙ୍କ ବୈଠକ ଡାକି ସମୀକ୍ଷା ଆରମ୍ଭ କରନ୍ତି, ସେହିପରି ଓଡ଼ିଶା ଗଣମାଧ୍ୟମ ଗୁଡ଼ିକ ମଧ୍ୟ ସରକାରଙ୍କ ଠାରୁ ଆହୁରି ତ୍ୱରିତ ବେଗରେ ବାତ୍ୟା କେବେ ହେବ, କେଉଁ ସ୍ଥାନକୁ ଏହା ପ୍ରଭାବିତ କରିବ ଆଦି ଭବିଷ୍ୟବାଣୀ କରିବାରେ ବେଶ୍ ସିଦ୍ଧହସ୍ତ । ସେହିପରି ଏଥର ମଧ୍ୟ ବାତ୍ୟା ସଂପର୍କରେ ଆଇ.ଏମ୍ .ଡି ପୂର୍ବାନୁମାନ କରିବା ପୂର୍ବରୁ ଆମ ଗଣମାଧ୍ୟମ ଗୁଡ଼ିକ ବାତ୍ୟା ଖବର ନେଇ ବେଶ୍ ବ୍ୟସ୍ତ ହୋଇ ପଡ଼ିଥିବାର ନଜରକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ସରକାରୀ ଅଧିକାରୀ ମାନଙ୍କ ଘନଘନ ସମୀକ୍ଷା ବୈଠକ ମଧ୍ୟ ଗଣମାଧ୍ୟମକୁ ବାତ୍ୟା ପ୍ରସ୍ତୁତିରେ ବ୍ୟସ୍ତ କରିଦେଇଛି ।

ନବୀନ-ନୀତିଶ ଭେଟଘାଟ ଚର୍ଚ୍ଚା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବେ ବୋଲି ସରକାରୀ ସୂତ୍ରରୁ ଜଣା ପଡ଼ିନଥିଲେ ମଧ୍ୟ ଓଡ଼ିଶାରେ ଏହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି ଆମର ଗଣମାଧ୍ୟମ । ନୀତିଶ କୁମାର ନବୀନ ପଟ୍ଟନାୟକଙ୍କୁ କ’ଣ କହିବେ, ଜାତୀୟ ରାଜନୀତିରେ ଏହାର ପ୍ରଭାବ କ’ଣ ହେବ, ନବୀନ ପଟ୍ଟନାୟକ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବେ କି ଆଦି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଗଣମାଧ୍ୟମ ଗୁଡ଼ିକ । କିଛି ମାସ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡ଼ିଶା ଗସ୍ତବେଳେ ଓଡ଼ିଆ ଗଣମାଧ୍ୟମ ଗୁଡ଼ିକ ଏହିପରି ପ୍ରଶ୍ନ ପଚାରିବା ସହ ଖବର ମଧ୍ୟ ପରିବେଷଣ କରିଥିଲେ । ମାତ୍ର ଶେଷରେ ନବୀନ-ମମତା ଭେଟଘାଟ ଏକ ସୌଜନ୍ୟ ମୂଳକ ସାକ୍ଷାତ ଠାରୁ ଆଉ ଅଧିକ କିଛି ନଥିଲା । ସବୁ ଜାଣିବା ସତ୍ତ୍ୱେ ମଧ୍ୟ ଓଡ଼ିଶାର ଗଣମାଧ୍ୟମ ନବୀନ-ନୀତିଶ ଭେଟଘାଟକୁ ଏକ ବଡ଼ ରାଜନୈତିକ ଖବର ଭାବେ ପରିବେଷଣ କରିବା ଆରମ୍ଭ କରିଦେଇଛନ୍ତି ।

ମନ୍ଦିର ରୂପାନ୍ତରୀକରଣ ପ୍ରତିଶୃତି : କିଛିଦିନ ହେବ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ୫ଟି ସଚିବଙ୍କ ବିଭିନ୍ନ ମନ୍ଦିର ଗସ୍ତର ଫଟୋ ଓ ଖବର ଯେଉଁଭଳି ଭାବେ ଓଡ଼ିଆ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ ସ୍ଥାନ ପାଇଛି ତାହା ମଧ୍ୟ ସାଧାରଣ ଲୋକଙ୍କ ଭିତରେ ବେଶ୍ ଚର୍ଚ୍ଚା ହେଉଛି । ଏପରିକି ୫ଟି ସଚିବଙ୍କ ଗସ୍ତର ସିଧାପ୍ରସାରଣ ମଧ୍ୟ ଦେଖାଇବାକୁ ବେଶ୍ ଜୋରଦାର କସରତ ହୋଉଛି ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ମଧ୍ୟରେ । ଖବର କାଗଜ ଗୁଡ଼ିକ ମଧ୍ୟ ନିଜ ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି କିଏ କେତେ ଅଧିକ ଫଟୋ ଓ ବଡ଼ ଖବର ପ୍ରମୁଖ ପୃଷ୍ଠାରେ ସ୍ଥାନିତ କରିବାକୁ ନେଇ । ବିଭିନ୍ନ ମନ୍ଦିରକୁ ୫ଟି ସଚିବଙ୍କ ଗସ୍ତ ଓ ମନ୍ଦିର ପୂଜକ ମାନଙ୍କ ଗହଳି ଚହଳି ଓ ବଡ଼ ବାବୁଙ୍କ ପ୍ରତିଶୃତି ନେଇ ଲୋକମାନେ କୁହାକୁହି ହେଉଛନ୍ତି ଯେ, ବୋଧହୁଏ ସ୍କୁଲ ରୂପାନ୍ତରୀକରଣ ପରେ ଓଡ଼ିଶା ସରକାରଙ୍କର ମନ୍ଦିର ରୂପାନ୍ତରୀକରଣ ଏକ ପ୍ରମୁଖ ଯୋଜନା । ଯାହାକୁ ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମନ୍ଦିର ପ୍ରଶାସକ ମାନେ ବେଶ୍ ଗୁରୁତ୍ୱର ସହ ଏହି କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ।

ଆଇଏଏସ୍ ଙ୍କ ବାହାଘର : ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ କିଛିଦିନ ପୂର୍ବରୁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ୨ୟ ବିବାହକୁ ନେଇ ବିସ୍ତୃତ ଖବର ରାଜ୍ୟବାସୀ ଦେଖିଲେ ଓ ଖବର କାଗଜରେ ମଧ୍ୟ ଏ ବାବଦରେ ରିପୋର୍ଟ ପଢ଼ିଲେ । ଘଣ୍ଟାଘଣ୍ଟା ଧରି ନ୍ୟୁଜ ଚ୍ୟାନେଲ୍ ମାନେ ଜିଲ୍ଲାପାଳଙ୍କ ୨ୟ ଇନିଂସ ବାବଦରେ ଧାରାବିବରଣୀ ପ୍ରଦାନ କରିଚାଲିଲେ ଓ ଜିଲ୍ଲାପାଳଙ୍କ ନାଚଗୀତର ଆସର ମଧ୍ୟ ଲୋକଙ୍କୁ ଦେଖାଇଲେ । ସେହିପରି ଖବରକାଗଜ ଗୁଡ଼ିକ ନିର୍ବନ୍ଧ, ବାହାଘର ଆଦିର ଫଟୋଚିତ୍ର ସହ ଜିଲ୍ଲାପାଳ ମାନଙ୍କ ୨ୟ ବିବାହ ବାବଦରେ ବହୁ ତଥ୍ୟ ପ୍ରଦାନ କଲେ ନିଜ ନିଜର ପାଠକ ମାନଙ୍କୁ । ପୁଣି ଏବେ ପୁରୀ ଓ ରାୟଗଡ଼ାର ଜିଲ୍ଲାପାଳ ୨ୟଥର ପାଇଁ ହାତକୁ ଦି ହାତ ହେବେ ବୋଲି ଖବର ମଧ୍ୟ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇଲେଣି । ଏମାନଙ୍କ ବାହାଘର ବାରଣାସୀରେ ହେବ ଓ ଏନେଇ ସମ୍ପୂର୍ଣ୍ଣ ଖବର ଓଡ଼ିଶାବାସୀଙ୍କୁ ଦେବାପାଇଁ ଆମ ଗଣମାଧ୍ୟମ ମଧ୍ୟ ପ୍ରତିଶୃତି ଦେଇ ସାରିଲେଣି । ଏପରିକି ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ଏହି ବାହାଘରର ଡେଷ୍ଟିନେସନରୁ ସିଧା ପ୍ରସାରଣ କରିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ । ସତେ ଯେମିତି ଜିଲାପାଳ ମାନେ ଛାଡ଼ପତ୍ର ଦେବା ଓ ୨ୟ ବିବାହ କରିବା ଖବର ଜାଣିବାକୁ ରାଜ୍ୟବାସୀ ଉତ୍ସୁକତାର ସହ ଅନାଇ ବସିଛନ୍ତି।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୯୦ଦିନ ପରେ ହତ୍ୟାର କାରଣ ଜଣା ନପଡ଼ିବା ଓ କ୍ରାଇମ ବ୍ରାଞ୍ଚର ରିପୋର୍ଟ ନଦେଇପାରିବା, ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ଖସିବା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଠାରୁ ନିଜକୁ ଦୂରେଇ ରଖିଛନ୍ତି ଆମ ଗଣମାଧ୍ୟମ ଗୁଡ଼ିକ । ଆଇଏଏସ ଙ୍କ ଦ୍ୱିତୀୟ ବାହାଘର, ଲଘୁଚାପ ହେଉ ହେଉ ବାତ୍ୟା ପୂର୍ବାନୁମାନ, ମନ୍ଦିର ରୂପାନ୍ତରୀକରଣ ନେଇ ବଡ଼ବାବୁଙ୍କ ପ୍ରତିଶୃତିକୁ ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ନ୍ୟୁଜ ଚ୍ୟାନେଲ୍ ଓ ଖବରକାଗଜ ଗୁଡ଼ିକ ନିଜର ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି , ଯେଭଳି ଲୋକମାନେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ବାବଦରେ ଚିନ୍ତା କରିବାକୁ ସମୟ ପାଇବେ ନାହିଁ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.