• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୯ ଜୁନ୍ ୨୦୨୩

ବାଲେଶ୍ୱରର ବାହାନଗା ଠାରେ ଟ୍ରେନ୍ ଦୁର୍ଘଟଣା ଥିଲା ଚଳିତ ସପ୍ତାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର । ପାଖାପାଖି ୬ ଦିନ ଧରି ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ଏହି ଦୁଃଖଦ ଖବରକୁ ନିଜର ପ୍ରମୁଖ ପ୍ରସଙ୍ଗ କରିଥିଲେ । ଏହା ସହିତ ସିଙ୍ଗାପୁର ଯାତ୍ରା, ଟ୍ରେନ୍ ଦୁର୍ଘଟଣା ସଂପର୍କିତ ଭୁଲ ଖବର ପରିବେଷଣ କରି ଏକ ଓଡ଼ିଆ ନ୍ୟୁଜ ଚ୍ୟାନେଲ ଜାତୀୟ ସ୍ତରରେ ସମାଲୋଚିତ ହେବା ଖବର, କେନ୍ଦ୍ର ସରକାରଙ୍କ NIRF ରାଙ୍କିଙ୍ଗରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ଆଦିର ସ୍ଥିତି ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକୁ ବେଶ୍ ବ୍ୟସ୍ତ କରିଦେଇଥିଲା ଏହି ସପ୍ତାହରେ ।

ଲୁହ, କୋହ ଓ TRP ମୋହ… ବାଲେଶ୍ୱରରେ ୩ ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବା ସାରା ଦେଶକୁ ରେଳ ଯାତ୍ରୀଙ୍କ ସୁରକ୍ଷା ନେଇ ବିବ୍ରତ କରିଦେଇଥିଲା । ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ ଏହି ଖବରକୁ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ । ବିଶେଷ କରି ଓଡ଼ିଆ ଖବର କାଗଜ ଗୁଡ଼ିକ ନ୍ୟୁଜ ଚ୍ୟାନେଲ୍ ତୁଳନାରେ ବେଶ୍ ଭଲଭାବେ ଏହି ଦୁର୍ଘଟଣାର କଭରେଜ କରିବାର ନଜରକୁ ଆସିଥିଲା । ତେବେ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ଉଜୁଡି ଯାଇଥିବା ପରିବାରର ଦୁଃଖ ସମ୍ବଳିତ ଖବରକୁ ବେଶ୍ ଗୁରୁତ୍ୱ ଦେଇଥିଲେ । କାରଣ ସେମାନେ ଜାଣନ୍ତି ଓଡ଼ିଆ ଟିଭିର ଦର୍ଶକ ମାନଙ୍କୁ ସାଧାରଣ ଲୋକଙ୍କ ଦୁଃଖ, ଆଖିର ଲୁହ ଓ ଛାତି ଭିତରେ ଥିବା କୋହ ବାବଦରେ ଭଲ ଚିତ୍ର ଦେଖାଇ ପାରିଲେ ସେମାନଙ୍କର TRP ବଢ଼ିବ । ଏଣୁ ରେଳ ଦୁର୍ଘଟଣାର କାରଣ ନ ଖୋଜି ଆମ ନ୍ୟୁଜ ଚ୍ୟାନେଲ୍ ନିଜ ନିଜର ପ୍ରିୟ ଜନଙ୍କୁ ହରାଇ ଲୁହ ଓ କୋହ ଭିତରେ ନିଜର ଅବ୍ୟକ୍ତ ଭାବନାକୁ ବ୍ୟକ୍ତ କରିବାକୁ ଚାହୁଁଥିବା ବେଳେ ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ର ପ୍ରତିନିଧି ମାନେ ସେମାନଙ୍କର ପ୍ରତିକ୍ରିୟା ପଚାରି ଚାଲିଥିଲେ ଓ ଦୁଃଖ କାହାଣୀର ଚିତ୍ର ଉତ୍ତୋଳନ କରି ଚାଲିଥିଲେ । ସାରା ଦେଶର ଜନତା ଏହି ଦୁଃଖଦ ଖବରର କାରଣ ଜାଣିବାକୁ ଚାହିଁ ବସିଥିବା ବେଳେ ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ଲୁହ ଓ କୋହକୁ ଦେଖାଇ ନିଜର TRP ମୋହକୁ ଚରିତାର୍ଥ କରିଥିଲେ ।

ସିଙ୍ଗାପୁର ଯାତ୍ରା : ସାରା ଓଡ଼ିଶା ଟ୍ରେନ୍ ଟ୍ରାଜେଡିର ଦୁଃଖ ଭିତରେ ବୁଡ଼ି ରହିଥିବା ବେଳେ କିଛି ମନ୍ତ୍ରୀ, ବିଧାୟକ, ଟ୍ୱିନ ସିଟିର ମେୟର ଦ୍ବୟ, ସରକାରୀ ବାବୁ ଓ ଗଣମାଧ୍ୟମର କିଛି ପ୍ରତିନିଧି ଉଡ଼ି ଯାଇଥିଲେ ସୁଦୂର ସିଙ୍ଗାପୁରକୁ । ସିଙ୍ଗାପୁରର ତାରକା ହୋଟେଲରେ ଓଡ଼ିଶା ଦିବସ ପାଳନରେ ଏମାନେ ସମସ୍ତେ ଏକାକାର ହୋଇଯାଇଥିଲେ । ହାତଗଣତି କିଛି ଗଣମାଧ୍ୟମକୁ ଛାଡ଼ିଦେଲେ କେହିବି ସରକାରୀ ପ୍ରାୟୋଜିତ ଏହି ସିଙ୍ଗାପୁର ଯାତ୍ରା ବାବଦରେ ପ୍ରଶ୍ନ ଉଠାଇବାକୁ ସାହସ କରିନଥିଲେ । ଏପରିକି ଟ୍ରେନ୍ ଟ୍ରାଜେଡିର ଦୁଃଖ ଦାୟକ ଖବର ପରିବେଷଣ ମଝିରେ ମଝିରେ କିଛି ସରକାରୀ ଗଣମାଧ୍ୟମ ସିଙ୍ଗାପୁର ଯାତ୍ରାର ଚିତ୍ର ମଧ୍ୟ ନିଜର ଦର୍ଶକଙ୍କ ପାଖରେ ପହଞ୍ଚାଇଥିବା ଦେଖିବାକୁ ମିଳିଥିଲା । କାରଣ ସରକାରୀ ପ୍ରାୟୋଜିତ ଟିମ୍ ରେ କିଛି ଗଣମାଧ୍ୟମ ପ୍ରତିନିଧି ଯାଇଥିବାରୁ ଲୁଚିଛପି ସିଙ୍ଗାପୁରରୁ କିଛି ଖବର ସେମାନଙ୍କ ମିଡ଼ିଆ ହାଉସ୍ ପାଇଁ ପଠାଉଥିଲେ ।

ଏପରିକି ସୋର ବିଧାୟକ, କଟକ ଓ ଭୁବନେଶ୍ୱର ମେୟର ସେହି ଓଡ଼ିଶା ଦିବସ ଉତ୍ସବରେ ସାମିଲ ହେବାପାଇଁ ସିଙ୍ଗାପୁର ଯାଇଥିଲେ ମଧ୍ୟ ଗଣମାଧ୍ୟମ ଗୁଡ଼ିକ ସେମାନଙ୍କୁ ଏବାବଦରେ ପ୍ରଶ୍ନଟିଏ ମଧ୍ୟ ପଚାରିବାର ସାହସ କରିପାରିଲଲେ ନାହିଁ ।

କେନ୍ଦ୍ରସରକାରଙ୍କ NIRF ତାଲିକା : ୨୦୨୩ ମସିହା ପାଇଁ କେନ୍ଦ୍ର ସରକାରଙ୍କର ଶିକ୍ଷା ବିଭାଗ ତରଫରୁ ତାଲିକା ପ୍ରକାଶ ପାଇଲା । ଓଡ଼ିଶାର ବହୁ ପ୍ରତିଷ୍ଠିତ ସରକାରୀ ଶିକ୍ଷାନୁଷ୍ଠାନ ତଥା ମେଡ଼ିକାଲ କଲେଜର ଦୁର୍ବଳ ପ୍ରଦର୍ଶନ ସମସ୍ତଙ୍କୁ ବ୍ୟଥିତ କରିଥିଲା । ତେବେ କାହିଁକି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରମୁଖ ସରକାରୀ କଲେଜ ଓ ବିଶ୍ୱସ୍ତରୀୟ ଏସ୍ ସି ବି ମେଡ଼ିକାଲ କଲେଜ ଭଲ ପ୍ରଦର୍ଶନ କରିପାରିଲା ନାହିଁ, . ତେବେ ଏ ନେଇ କେହି ବି ଏହାର କାରଣ ଖୋଜିବାକୁ ଚାହିଁଲେ ନାହିଁ । ବରଂ ଦୁଇଟି ବେସରକାରୀ ଶିକ୍ଷାନୁଷ୍ଠାନର ସଫଳତା ବାବଦରେ ବେଶୀ ଚର୍ଚ୍ଚା ଆଲୋଚନା କରିବାର ନଜରକୁ ଆସିଲା । ଏପରିକି ଏହି ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଦୁଇଟି ଗଣମାଧ୍ୟମ ସଂସ୍ଥା ନିଜର ଅନୁଷ୍ଠାନର ସଫଳତାକୁ ନେଇ ନିଜର ପାଠକ ଓ ଦର୍ଶକ ମାନଙ୍କୁ ଖୁସି ମନାଇବାକୁ ବାଧ୍ୟ କରିଦେଇଥିଲେ ।

କହେ ଭୁଲ ଦେଖାଏ ଭୁଲ : ଓଡ଼ିଶାର ଏକ ନ୍ୟୁଜ ଚ୍ୟାନେଲ୍ ଯିଏ ନିଜର ଟ୍ୟାଗ୍ ଲାଇନ୍ ରଖିଛି “କହେ ଠିକ୍, ଦେଖାଏ ଠିକ୍” । ଏହି ନ୍ୟୁଜ ଚ୍ୟାନେଲ୍ ଟି ଏବେ ଟ୍ରେନ୍ ଦୁର୍ଘଟଣା ସଂପର୍କିତ ଏକ ସମ୍ବେଦନଶୀଳ ଖବର ବାବଦରେ ନିଜର ଖବର ପରିବେଷଣ କରିବାକୁ ଯାଇ ଏକ ଭୁଲ୍ ଖବର ପରିବେଷଣ କରିଥିଲା । ଯାହାକି ଜାତୀୟ ସ୍ତରର ଗଣମାଧ୍ୟମ ଦ୍ୱାରା ବେଶ ସମାଲୋଚିତ ହୋଇଛି। ପ୍ରତିଷ୍ଠିତ ସାମ୍ବାଦିକ ଅଭିସାର ଶର୍ମାଙ୍କ ସୋ ରେ ଏହି ନ୍ୟୁଜ ଚ୍ୟାନେଲ୍ ଦ୍ୱାରା ପରିବେଷିତ ଭୁଲ ଖବର ନେଇ ସମାଲୋଚନା ଦେଖିବା ପରେ ଲୋକେ କୁହାକୁହି ହେଉଛନ୍ତି ଯେ, ଏଥର ଏହି ଚ୍ୟାନେଲ୍ ନିଜର ଟ୍ୟାଗ୍ ଲାଇନ୍ ବଦଳାଇ “କହେ ଭୁଲ୍, ଦେଖାଏ ଭୁଲ୍” କରିଦେବା ଉଚିତ ହେବ ।

ଯାହାବି ହେଉ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ସଂପର୍କିତ ଖବର ଗତ ସପ୍ତାହରେ ସମସ୍ତ ଗଣମାଧ୍ୟମକୁ ବେଶ୍ ବ୍ୟସ୍ତ ରଖିଛି ଖବର ପରିବେଷଣ କରିବାରେ ଓ ଅନ୍ୟ ଖବର ସବୁ ଦର୍ଶକ ଓ ପାଠକଙ୍କ ମଧ୍ୟରେ ଆଲୋଚିତ ହେବାର ସୁଯୋଗ ପାଇନାହିଁ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 12, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.