• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଖବରର ଏପାଖ ସେପାଖ..

ଖବରର ଏପାଖ ସେପାଖ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ଡିସେମ୍ବର ୨୦୨୨

ଗତ ସପ୍ତାହରେ ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ରହିଥିଲା । ଯାହା ମଧ୍ୟରେ ଥିଲା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ, ବିଭିନ୍ନ ସ୍ଥାନରେ ନକଲି ଔଷଧର ଚେର ଲମ୍ବିବା ଘଟଣା, ପନିପରିବା ଉତ୍ପାଦନ କରୁଥିବା ଚାଷୀ ନିଜ ଜମିରେ ଏହାକୁ ଟ୍ରାକ୍ଟର ଲଗାଇ ନଷ୍ଟ କରିବାର ବିକଳ ଚିତ୍ର, ୨୬ ବର୍ଷ ପରେ ଇନ୍ଦ୍ରାବତୀ କେନାଲ ଖୋଳା ଦୁର୍ନୀତି ଘଟଣାର ଦୋଷୀଙ୍କୁ ଦଣ୍ଡ, ରାଜ୍ୟ ସରକାରଙ୍କର “ଟ୍ୟାପ୍ ରୁ ପାନୀୟ ଜଳ” ପ୍ରକଳ୍ପର ଶୁଭାରମ୍ଭ ପରି ଅନେକ ଘଟଣା ।

ସବୁଠାରୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ପ୍ରମୁଖ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁର ଖବରକୁ ଓଡ଼ିଶାର ସମସ୍ତ ଖବର କାଗଜ ଓ ନ୍ୟୁୟୂଜ୍ ଚ୍ୟାନେଲ ପରିବେଷଣ କରିଥିଲେ । ଗୋବିନ୍ଦ ସାହୁ ମୃତ୍ୟୁ କିପରି ହୋଇଥାଇପାରେ ? ଏହା ଆତ୍ମହତ୍ୟା ବୋଲି ବିଶ୍ୱାସ କରାଯାଇ ପାରିବ କି ? ଯଦି ଆତ୍ମହତ୍ୟା ତେବେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଇପାରେ ? ପରିଶେଷରେ ଓଡ଼ିଶାରେ ଏଭଳି ପୂର୍ବରୁ ଘଟିଥିବା ଟିକିରି ଶିକ୍ଷୟତ୍ରୀ ହତ୍ୟା ମାମଲାରେ ଦୋଷୀ ନିଖୋଜ ହେବା, ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତର ସନ୍ଦେହଜନକ ଭାବେ ଦୁର୍ଘଟଣାରେ ମୃତ୍ୟୁ, ନିମାପଡ଼ାରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟ ଜନକ ଆତ୍ମହତ୍ୟା ବାବଦରେ ମଧ୍ୟ କେହି ଅନୁସନ୍ଧାନ ମୂଳକ ରିପୋର୍ଟ ଟିଏ ଦେବାକୁ ଭୁଲିଗଲେ । ତା ପରିବର୍ତ୍ତେ ଗୋବିନ୍ଦ ସାହୁ ମୃତ୍ୟୁ ଖବର ନେଇ ଶାସକ ଦଳର ସଫେଇ ଓ ବିରୋଧୀ ଦଳ ମାନଙ୍କର ସନ୍ଦେହ ଓ ଦାବୀକୁ ନେଇ ଏହାକୁ ଏକ ରାଜନୈତିକ ଖବର ଭାବେ ଚିତ୍ରଣ କଲେ । କେହିବି ଜଣେ ହାଜତ ମୃତ୍ୟୁ ବା ଜେଲ୍ ରେ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଖବରର ଅନୁଶୀଳନ କଲେ ନାହିଁ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତର୍ଜମା ମଧ୍ୟ କରିବାକୁ ଉଚିତ ମଣିଲେ ନାହିଁ ।

ସେହିପରି ରାଜ୍ୟବ୍ୟାପୀ ନକଲି ଔଷଧ କାରବାର ବଢ଼ିଚାଲିଛି । କେଉଁଠୁ ଏହି ଔଷଧ ଆସୁଛି ? ବଜାରରେ ଏହି ଔଷଧକୁ ପ୍ରବେଶ କରାଇବାରେ କାହାର ଭୂମିକା ଅଛି ? ନକଲି ଔଷଧ ଚିହ୍ନଟ ଦାୟିତ୍ୱ କାହାର ? ଏଭଳି ପ୍ରଶ୍ନ ମଧ୍ୟ କୌଣସି ନ୍ୟୁଜ୍ ଚ୍ୟାନେଲ୍ ଅବା ଖବର କାଗଜ ଉଠାଇଲେ ନାହିଁ କାହିଁକି? ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାମଲାକୁ ଚାପି ରଖିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫିସରୁ ଜାରୀ ହୋଇଥିବା ଚିଠିକୁ କୌଣସି ଗଣମାଧ୍ୟମ ଏକ ଖବର ବୋଲି ବିବେଚନା ମଧ୍ୟ କଲେନାହିଁ। ଯେଉଁ ଚିଠିରେ କୁହାଯାଇଛି ଯେ, ନକଲି ଔଷଧ ଚଢ଼ାଉ ଖବରକୁ ସମସ୍ତ ଗଣମାଧ୍ୟମ ଠାରୁ ଯଥାସମ୍ଭବ ଲୁଚାଇବାର ପ୍ରୟାସ କରାଯାଉ। ନକଲି ଔଷଧ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଖବରର କଭରେଜ୍ ଓଡ଼ିଶାର ଗଣମାଧ୍ୟମ ଠିକ୍ ଭାବେ କରିଛନ୍ତି କି ? ଏପରିକି ଡ୍ରଗ୍ସ କଣ୍ଟ୍ରୋଲର ଅଫିସରୁ ଜାରୀ ହୋଇଥିବା ଏହି ଚିଠି ବାବଦରେ କଣ ଗଣମାଧ୍ୟମ ଖବର ପରିବେଷଣ କରିବା ଉଚିତ ନଥିଲା କି ?

ସେହିପରି କ୍ରମାଗତ ଭାବେ କୃଷି ଉତ୍ପାଦନ ପାଇଁ ପୁରସ୍କାର ପାଇଚାଲିଥିବା ଏକ ରାଜ୍ୟର ପରିବା ଚାଷୀଟିଏ ନିଜ ଉତ୍ପାଦିତ ପରିବା କ୍ଷେତରେ ଯଦି ଟ୍ରାକ୍ଟର ମଡ଼ାଇ ଉତ୍ପାଦିତ ପରିବାକୁ ନିଜେ ନଷ୍ଟ କରିଦିଏ, ଏହା କୃଷି ଅର୍ଥନୀତିର ଏକ ବିକଳ ଚିତ୍ର ନୁହେଁ କି ? କାହିଁକି କୃଷକଟି ନିଜ କ୍ଷେତକୁ ନିଜେ ଉଜାଡ଼ି ଦେଲା ? ପନିପରିବାର ଅଭାବୀ ବିକ୍ରି ହେଉଛି କି ନାହିଁ ? ପନିପରିବା ସଂରକ୍ଷଣ କରି ରଖିବା ପାଇଁ ଆମ ରାଜ୍ୟରେ ଆବଶ୍ୟକୀୟ ଶୀତଳଭଣ୍ଡାର କେତୋଟି ଅଛି ? ଲୋକଙ୍କ ପାଖରେ ଏହି ତଥ୍ୟ ରଖିବା କ’ଣ ଗଣମାଧ୍ୟମର ଦାୟିତ୍ୱ ନୁହେଁ କି ?

ଘଣ୍ଟା ଘଣ୍ଟା ଧରି ଯେଉଁ ନ୍ୟୁଜ ଚ୍ୟାନେଲ୍ ମାନେ ଦୁର୍ନୀତି ଅଭିଯୁକ୍ତଙ୍କ ଘରେ ଚଢ଼ାଉ ଚାଲିଥିବା ଖବର ଦେଖାଉଛନ୍ତି ଓ କାହାର କେତେ ଫ୍ଲାଟ ଠାବ ହେଲା, କାହା ଘରୁ କେତେ କୋଟିଟଙ୍କାର ନଗଦ ଅର୍ଥ ଜବତ ହେଲା, ସରକାର କେତେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ବୋଲି ବ୍ରେକିଙ୍ଗ ନ୍ୟୁଜ ଦେଖେଇବା ସହ ଆଲୋଚନା, ବିତର୍କ ଓ ବିଶ୍ଳେଷଣ କରନ୍ତି, ସେମାନେ ୨୬ବର୍ଷ ପୂର୍ବରୁ ଉପର ଇନ୍ଦ୍ରାବତୀ କେନାଲ ଖୋଳା ଦୁର୍ନୀତି ନେଇ ଭିଜିଲାନ୍ସ କୋର୍ଟର ଦଣ୍ଡ ବିଧାନ ବାବଦରେ ଖବର ପ୍ରସାରଣ କରିବା କ’ଣ ଉଚିତ ନଥିଲା ? କାହିଁକି ଗୋଟିଏ ଦୁର୍ନୀତିର ଶୁଣାଣି ପାଇଁ ୨୦ବର୍ଷରୁ ଅଧିକ ସମୟ ଲାଗିଲା, ବିଳମ୍ବ ଶୁଣାଣି ଦ୍ୱାରା ଲାଭ କାହାର ହେଲା ? ପ୍ରକୃତ ଦୋଷୀ ଦଣ୍ଡ ପାଇବାରେ ବିଳମ୍ବ ହେବା ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର ଉଦାହରଣ କି ବୋଲି ପ୍ରଶ୍ନଟିଏ ପଚାରିବା କ’ଣ କୌଣସି ଗଣମାଧ୍ୟମର ଦାୟିତ୍ୱ ନୁହେଁ ?

ରାଜ୍ୟ ସରକାରଙ୍କର ଟ୍ୟାପରୁ ପାନୀୟ ଜଳ ଯୋଗାଣକୁ ଯେଉଁଭଳି ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ନ୍ୟୁଜ ଚ୍ୟାନେଲ ଓ ଖବର କାଗଜ ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇଲେ ସେହିପରି ଭାବେ ଅନେକ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକେ ଝାଡ଼ାବାନ୍ତିର ଶିକାର ହେଉଛନ୍ତି ତାର କାରଣ ଖୋଜିବାକୁ ଚେଷ୍ଟା କରିବା କ’ଣ ଉଚିତ ନଥିଲା କି ? ପ୍ରଶାସନ ପାଇଁ ଅପହଞ୍ଚ ହୋଇଥିବା ସେହି ଅଞ୍ଚଳରେ କାହିଁକି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ, ତାର କାରଣ କ’ଣ ନ୍ୟୁଜ ଚ୍ୟାନେଲର ଦର୍ଶକ ଓ ଖବରକାଗଜର ପାଠକ ମାନେ ଜାଣିବା ଉଚିତ ନୁହେଁକି ?

ଏବେ ଓଡ଼ିଆ ଖବର କାଗଜର ପାଠକ ଓ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ର ଦର୍ଶକମାନେ ସ୍ଥିର କରନ୍ତୁ ଯେ ସେମାନେ ପଢ଼ୁଥିବା ବା ଦେଖୁଥିବା ଖବର ଗୁଡ଼ିକ କାହାର କେଉଁ ଉଦ୍ଦେଶ୍ୟକୁ ସାଧିତ କରୁଛି ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.