• About
  • Contact
Friday, June 13, 2025
Friday, June 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଖବରର ଅପମୃତ୍ୟୁ ….!

ଖବରର ଅପମୃତ୍ୟୁ ….!
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ସେପ୍ଟେମ୍ବର ୨୦୨୨

ଓଡ଼ିଶା ରେ ୧୦ ରୁ ଅଧିକ ନ୍ୟୁଜ୍ ଚ୍ୟାନେଲ୍ ର ପ୍ରସାରଣ ଲୋକ ଦେଖୁଥିଲେ । ରାଜ୍ୟ ଓ ଦେଶର ସମସ୍ତ ଖବର ଜାଣିବାର ସୁଯୋଗ ରହିଥିଲା । ମାତ୍ର ଏବେ ସକ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ର ସଂଖ୍ୟା ଆସି ପହଚିଛି ୭ ରେ । ଦର୍ଶକଙ୍କ ଗ୍ରହଣୀୟତା ମଧ୍ୟ ୧୦ ବର୍ଷ ମଧ୍ୟରେ ଢ଼େର କମିଯାଇଛି ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ।

ଯଦି ଆମେ ଗତ ସପ୍ତାହର TRP ଉପରେ ନଜର ପକାଇବା ତେବେ ଦେଖିବା ୧ ନମ୍ବର ସ୍ଥାନରେ ଅଛି ଓଟିଭି ଯାହାର ରେଟିଂ ପଏଣ୍ଟ ୮୧.୨୭, ସେହିପରି ୨ୟ ସ୍ଥାନରେ ଅଛି ଓଡ଼ିଶାର ପ୍ରତିଷ୍ଠିତ ସମ୍ବାଦ ଗ୍ରୁପ୍ ଦ୍ୱାରା ପରିଚାଳିତ କନକ ନ୍ୟୁଜ୍, ରେଟିଂ ପଏଣ୍ଟ ୩୧.୭୫ ଏବଂ ୩ୟ ସ୍ଥାନରେ ଅଛି ନ୍ୟୁଜ୍-୧୮ ଯାହାର ରେଟିଂ ପଏଣ୍ଟ ୧୭.୬୭ । ବାକି ଚ୍ୟାନେଲ୍ ଗୁଡିକର ରେଟିଂ ପଏଣ୍ଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏକଦା TRPରେ ୨୦୦ ଉପରେ ରହୁଥିବା ଓଟିଭିର ରେଟିଂ ଏବେ ୧୦୦ ତଳକୁ ଖସି ଆସିଛି । ରାଜ୍ୟର ସବୁଠାରୁ ବଡ଼ ମିଡ଼ିଆ ଗ୍ରୁପ୍ ଦ୍ୱାରା ପରିଚାଳିତ କନକ ନ୍ୟୁଜ୍ ୨ୟ ସ୍ଥାନରେ ଥିଲେ ମଧ୍ୟ ଓଟିଭିର ଅଧା ରେଟିଂ ପାଇବାରେ ସକ୍ଷମ ହୋଇପାରିନାହିଁ । ଅନ୍ୟମାନଙ୍କର ସ୍ଥିତି ତୁଳନା କରିହେବ ନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ମନୋରଞ୍ଜନ ଧର୍ମୀ ଚ୍ୟାନେଲ୍ ଗୁଡିକ ରେଟିଂ ପଏଣ୍ଟ ୫୦୦ ଉପରକୁ ବଢ଼ୁଥିବା ବେଳେ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ଉପରୁ ଦର୍ଶକ ମାନେ ଆସ୍ଥା ତୁଟାଇଛନ୍ତି ।

ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ପ୍ରତି କାହିଁକି ଦର୍ଶକମାନେ ଆଗ୍ରହ ପ୍ରକାଶ କରୁନାହାଁନ୍ତି ? ମନୋରଞ୍ଜନ ଧର୍ମୀ ଚ୍ୟାନେଲ୍ ଅପେକ୍ଷା ନ୍ୟୁଜ୍ ଚ୍ୟାନେଲ୍ ର ଆଦର କମୁଛି କାହିଁକି ? ଲୋକମାନେ କ’ଣ ଖବର ଦେଖିବାକୁ ପସନ୍ଦ କରୁନାହାଁନ୍ତି କି ? ଯଦି ଏହି ସବୁ ପ୍ରଶ୍ନର ଉତ୍ତର ଖୋଜାଯାଏ ତେବେ ଉତ୍ତର ହେବ ଆଉ ପୂର୍ବ ଭଳି ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଖବର ପ୍ରସାରଣ କରୁନାହାନ୍ତି ଯାହା ଦର୍ଶକମାନେ ଚାହୁଁଛନ୍ତି । କେହି କେହି ଯୁକ୍ତି ବି କରିପାରନ୍ତି ଯେ, ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ଖବର ଯଦି ପ୍ରସାରଣ କରୁନାହାନ୍ତି, ତେବେ କ’ଣ ପ୍ରସାରଣ କରୁଛନ୍ତି ? ସେମାନେ ଖବର ଭାବରେ ଯାହା ଦର୍ଶକଙ୍କୁ ଦେଖାଇବାକୁ ପ୍ରୟାସ କରୁଛନ୍ତି ତାହା ସେମାନଙ୍କ ମନ ମୁତାବକ ଖବର ନୁହେଁ । ଗୋଟିଏ ଉଦାହରଣରୁ ବୁଝି ହେବ , ରାଜ୍ୟର ୨ ନମ୍ବର ସ୍ଥାନରେ ଥିବା ନ୍ୟୁଜ୍ ଚ୍ୟାନେଲ୍ ର ଏକ ଖବର ପରିବେଷଣ ହେଉଥିଲା, ଯାହାର ଶୀର୍ଷକ ଥିଲା “କାହିଁକି ମୋଟା ହୋଇଯାଆନ୍ତି ଆରବ ମହିଳା ?” ଆପଣ ଭାବନ୍ତୁ ତ…….ଆରବ ମହିଳାଙ୍କ ମୋଟା ହେବାର କାରଣ ଜାଣିବାକୁ କେତେଜଣ ଓଡ଼ିଶା ର ଲୋକ ଚାହାଁନ୍ତି ? ଆରବ ମହିଳାଙ୍କ ମୋଟା ହେବା ଖବର ନ୍ୟୁଜ ଚ୍ୟାନେଲ୍ ଦେଖୁଥିବା ଦର୍ଶକଙ୍କ ପାଇଁ କ’ଣ ଆବଶ୍ୟକତା ରଖେ ? ଆରବ ମହିଳା ମୋଟା ହୋଇଗଲେ ରାଜ୍ୟର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବ କି ? ଓଡ଼ିଶାର ରାଜନୀତି ଓ ଅର୍ଥନୀତି ଏହାଦ୍ୱାରା ପ୍ରଭାବିତ ହେବକି ? ଯଦି ନୁହେଁ ତେବେ କାହିଁକି ଏଭଳି ଖବରକୁ ଲୋକମାନେ ପସନ୍ଦ କରିବେ ? ଯେଉଁ ନ୍ୟୁଜ୍ ଚ୍ୟାନେଲ୍ ଆରମ୍ଭ ହେବାବେଳେ ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ନିଜର ଆଭିମୁଖ୍ୟ ରଖିଥିଲା “ଏଇ ମାଟିରୁ ଆଉ ଏକ ବିପ୍ଳବର ଆରମ୍ଭ” କିନ୍ତୁ ଦର୍ଶକ ମହଲରେ ବିପ୍ଳବର ପ୍ରଭାବ ଅନୁଭୂତ ହେଲାନାହିଁ । ପୁଣି ସେମାନେ ଏହାକୁ ବଦଳାଇ କହିଲେ “ପରିବର୍ତ୍ତନର ସ୍ୱର” ମାତ୍ର ତାହା ବି କେତେ ମାତ୍ରାର ଦର୍ଶକଙ୍କ ମନୋଭାବ ଓ ଗ୍ରହଣୀୟତାରେ ପରିବର୍ତ୍ତନ ଆଣି ପାରିଛି ତାହା ସମ୍ପୃକ୍ତ ଚ୍ୟାନେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଥିବ ।

ସେହିପରି ରାଜ୍ୟର ତଥାକଥିତ ୧ ନମ୍ବର ଚ୍ୟାନେଲ୍ ର ଆଭିମୁଖ୍ୟ ହେଉଛି “We Report, You Decide” ଅର୍ଥାତ୍ ଦର୍ଶକଙ୍କ ନିଷ୍ପତ୍ତି ସେମାନଙ୍କ ପାଇଁ ସବୁଠୁ ମୂଲ୍ୟବାନ । ମାତ୍ର ସେହି ଚ୍ୟାନେଲ୍ ୪୦୦/୫୦୦ ରୁ ଅଧିକ TRP ରୁ ଖସି ଏବେ ୮୦ ପାଖରେ ପହଞ୍ଚିବା କ’ଣ ପ୍ରମାଣିତ କରୁଛି । ପ୍ରକୃତରେ ଦର୍ଶକ ଯାହା ଚାହୁଁଛନ୍ତି, ତାହା ସେମାନେ ପରିବେଷଣ କରୁଛନ୍ତି ନା ମାଲିକଙ୍କ ସ୍ୱାର୍ଥ ହାସଲ ପାଇଁ ଯାହା ଦରକାର ସେମାନେ ଦର୍ଶକଙ୍କ ଉପରେ ଲଦି ଦେଉଛନ୍ତି ?

ସେହିପରି ଅନ୍ୟ ଏକ ନ୍ୟୁଜ୍ ଚ୍ୟାନେଲ୍ ର ଆରମ୍ଭ ବେଳର ଆଭିମୁଖ୍ୟ ଥିଲା “କହେ ଠିକ୍, ଦେଖାଏ ଠିକ୍” । “ଠିକ୍” ର ସଂଜ୍ଞା କ’ଣ ? ଦର୍ଶକଙ୍କ ଆଖିରେ “ଠିକ୍” ନା ସମ୍ପୃକ୍ତ ଚ୍ୟାନେଲ୍ ର ମାଲିକଙ୍କ ସ୍ୱାର୍ଥ ପୁରଣ ପାଇଁ ଯାହା “ଠିକ୍” ତାହାହିଁ ଠିକ୍ ଖବର ବୋଲି କୁହାଯାଇ ପାରିବ । ଯଦି ଦର୍ଶକ ଙ୍କ ମନର ଠିକ୍ କଥାକୁ ନ୍ୟୁଜ୍ ଚ୍ୟାନେଲ୍ ପରିବେଷଣ କରୁଛି ତେବେ ଦର୍ଶକଙ୍କ ସ୍ୱୀକୃତି ମିଳି ପାରୁନି କାହିଁକି ? ଏବଂ ଗତ ୨ବର୍ଷ ମଧ୍ୟରେ ଦୁଇଟି ନ୍ୟୁଜ୍ ଚ୍ୟାନେଲ୍ ଆଗପଛ ହୋଇ ଖବର ପ୍ରସାରଣ ଆରମ୍ଭ କରିଛନ୍ତି । ଗୋଟିଏ ଚ୍ୟାନେଲ୍ ନିର୍ଭୁଲ୍ ,ନିରପେକ୍ଷ,ନିଚ୍ଛକ ଓ ନିରନ୍ତର ଖବର ପରିବେଷଣ ର ଦ୍ୱାହି ଦେଇ ଖବର ପ୍ରସାରଣ କରିଚାଲିଛି ତାହା ପୁଣି କେବଳ ସରକାରଙ୍କ ମୁଖପତ୍ର ହିସାବରେ । ଏହାର TRP ବହୁ ସଂଘର୍ଷ ପରେ ୧୦ ଛୁଇଁଛି । ଯଦି ଗୋଟିଏ ସରକାର କୁ ୨୨ ବର୍ଷ ଧରି ଓଡ଼ିଶା ବାସୀ ଅକୁଣ୍ଠ ଚିତ୍ତରେ ସମର୍ଥନ କରିବା ସହ ତା ଉପରେ ବିଶ୍ୱାସ ସ୍ଥାପନ କରିପାରିଛନ୍ତି,ତେବେ ସେହି ସରକାରଙ୍କ ମୁଖପତ୍ର ବୋଲି ନିଜର ପରିଚୟ ତିଆରି କରିଥିବା ଏହି ଟିଭି ଚ୍ୟାନେଲ୍ କୁ ଦର୍ଶକୀୟ ସ୍ୱୀକୃତି ମିଳିବାରେ ଅସୁବିଧା କେଉଁଠି ? ଅନ୍ୟ ଏକ ଚ୍ୟାନେଲ୍ “ସତ୍ୟର ଅନୁସନ୍ଧାନ” ପାଇଁ ତିଆରି ହୋଇଥିବା ବେଳେ TRP ରେ ସବୁଠାରୁ ଶେଷ ସ୍ଥାନରେ କାହିଁକି ଅଛି ? ଯଦି ସବୁବେଳେ ସତ ଖବର ପରିବେଷଣ କରୁଛି ତେବେ ଲୋକମାନେ କ’ଣ ସତ ଖବର ଦେଖିବାକୁ ଆଉ ପସନ୍ଦ କରୁନାହାନ୍ତି ?

ଯଦି ଖବର ଜାଣିବାକୁ ଆଗ୍ରହୀ ଦର୍ଶକଙ୍କ ମନୋଭାବକୁ ବୁଝିବାକୁ ଚେଷ୍ଟା କରାଯାଏ, ତେବେ ଏକଥା ସ୍ୱୀକାର କରାଯାଇପାରିବ ଯେ, ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ଲୋକ ପ୍ରିୟତା ଦ୍ରୁତଗତିରେ ହ୍ରାସ ପାଉଛି । TRP କୁ ଆଧାର କରି ବିଶ୍ଳେଷଣ କରାଯାଏ, ତେବେ ଏହା ବାରିହୋଇ ପଡୁଛି ଯେ, ନ୍ୟୁଜ୍ ଚ୍ୟାନେଲ୍ ଠାରୁ ମନୋରଞ୍ଜନ ଧର୍ମୀ ଚ୍ୟାନେଲ୍ ପ୍ରତି ଓଡ଼ିଶାର ଦର୍ଶକଙ୍କ ଆଗ୍ରହ ବଢ଼ିଛି । ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବରକୁ ପରିବେଷଣ କରିବାକୁ ଚାହୁଁ ନାହାନ୍ତି । ଏହା ହୁଏତ ସେମାନଙ୍କ ବ୍ୟବସାୟିକ ଓ ନିଜର ମାଲିକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କୁ ଲାଭବାନ୍ କରାଇ ଥାଇପାରେ ମାତ୍ର ଦର୍ଶକ ଯେ, ନ୍ୟୁଜ୍ ଚ୍ୟାନେଲ୍ ଠାରୁ ଦୁରେଇ ଯାଇଛନ୍ତି ସେ ସଂକେତ ମିଳି ସାରିଲାଣି । ଯଦି ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ପ୍ରକୃତ ଖବର ଗୁଡିକୁ ପରିବେଷଣ ନ କରି ମନଗଢ଼ା କାହାଣୀ, ପାରିବାରିକ ବିବାଦ ମୂଳକ ଖବରକୁ ଗୁରୁତ୍ୱ ଦେଇଚାଲନ୍ତି ତେବେ ଆଗାମୀ ସମୟରେ ହୁଏତ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକରେ ଖବରର ଅପମୃତ୍ୟୁ ନହେବ ତାହା କୁହାଯାଇ ପାରିବ ନାହିଁ । ଏବେ ଆପଣ ମାନେ ବିଶେଷ କରି ଦର୍ଶକ ମାନେ ଭାବନ୍ତୁ ତ ନ୍ୟୁଜ୍ ଚ୍ୟାନେଲ୍ ର ଏପରି ଶୋଚନୀୟ ସ୍ଥିତି ପାଇଁ କିଏ ଦାୟୀ ଓ ଦୋଷ କାହାର ବୋଲି କୁହାଯିବ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.